କାନାଡ଼ାର ନାଗରିକତ୍ୱ ହେବା ପରେ ଅକ୍ଷୟ କୁମାର ମୁହଁ ଭଙ୍ଗା ଉତ୍ତର ଦେଇଛନ୍ତି । ମୁଁ ଭାରତରେ କାମ କରେ ଏବଂ ……

Spread the love

୨୯ ଏପ୍ରିଲରେ ମୁମ୍ବାଇରେ ହୋଇଥିବା ମତଦାନରେ ଅକ୍ଷୟ ଭୋଟ ଦେଇ ପାରି ନ ଥିଲେ; ଯାହାପରେ କିଛି ଲୋକେ ଅକ୍ଷୟଙ୍କ ନାଗରିକତ୍ୱ ଉପରେ ପ୍ରଶ୍ନ କରିଥିଲେ ।

ଅକ୍ଷୟ କୁମାର ବଲିଉଡର ଏପରି ଜଣେ ଅଭିନେତା ଯାହାଙ୍କୁ ସମସ୍ତ ବର୍ଗର ଦର୍ଶକ ପସନ୍ଦ କରିଥାନ୍ତି । ନିଜ ଚଳଚିତ୍ର ମାଧ୍ୟମରେ ସେ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି । ତାଙ୍କ ଚଳଚ୍ଚିତ୍ରର କାହାଣୀ ଭିନ୍ନ ଧରଣର ହୋଇଥାଏ ଏବଂ ପ୍ରତିଥର ସେ ଚେଷ୍ଠା କରିଥାନ୍ତି ଦର୍ଶକଙ୍କୁ କିଛି ନୂଆଁ ନୂଆଁ ଭେଟି ଦେବେ । ସମାଜକୁ ନେଇ ଆଜିକାଲି ଅକ୍ଷୟ ଅନେକ ଚଳଚିତ୍ର କରୁଛନ୍ତି । ନିକଟରେ ଅକ୍ଷୟଙ୍କ କେଶରୀ ଚଳଚିତ୍ର ରିଲିଜ ହୋଇଥିଲା । ଯାହା ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା । ଏହା ପୂର୍ବରୁ ରିଲିଜ୍ ହୋଇଥିବା ଗୋଲଡ୍ ମଧ୍ୟ ଭଲ ଉପାର୍ଜନ କରିଥିଲା । ମିଡ଼ିଆ ରିପୋର୍ଟ ଅନୁସାରେ ଆଜିକାଲି ଅକ୍ଷୟ ନିଜ ଆଗାମୀ ଚଳଚିତ୍ର “ଗୁଡ୍ ନିୟୁଜ୍” ପାଇଁ ବ୍ୟସ୍ତ ଅଛନ୍ତି । ଏହି ଚଳଚିତ୍ରରେ କରିନା କପୁର ମଧ୍ୟ ଅଭିନୟ କରୁଛନ୍ତି । ୨୦୦୯ରେ ଆସିଥିବା “କମ୍ବକ୍ତ ଇସ୍କ” ପରେ ଦୁହେଁ ୧୦ ବର୍ଷ ପରେ ଏକାଠି ଅଭିନୟ କରୁଛନ୍ତି ।

ମୁମ୍ବାଇରେ ହୋଇଥିବା ମତଦାନରେ ଭୋଟ ଦେଇ ପାରିନଥିଲେ ଅକ୍ଷୟ :

ନିକଟରେ ଅକ୍ଷୟଙ୍କ ସାକ୍ଷାତକାର ନରେନ୍ଦ୍ର ମୋଦିଙ୍କ ସହ ଖୁବ୍ ଚର୍ଚ୍ଚା ସାଉଁଟିଥିଲା । ଯେଉଁଠି କିଛି ଲୋକ ଏହି ସାକ୍ଷାତକାରକୁ ପସନ୍ଦ କରିଥିବା ବେଳେ କିଛି ଲୋକ ଏହାର ବ୍ୟଙ୍ଗ କରିଥିଲେ । ନିର୍ବାଚନ ସମୟରେ ଲୋକେ ଅକ୍ଷୟଙ୍କ ନାଗରିକତ୍ୱ ଉପରେ ଅନେକ ପ୍ରଶ୍ନ କରିଥିଲେ । ଅକ୍ଷୟ କାନାଡ଼ାର ପାସପୋର୍ଟ ଧାରଣ କରିବା କାରଣରୁ ମୁମ୍ବାଇରେ ମତଦାନ କରି ପାରିନଥିଲେ । ଯାହା ପରେ ତାଙ୍କ ନାଗରିକତ୍ୱ ଉପରେ ପ୍ରଶ୍ନ ଉଠିଥିଲା । ଭାରତୀୟ ପାସପୋର୍ଟ ଏବଂ ନାଗରିକତ୍ୱ ନ ଥିବା କାରଣରୁ ଅନେକ ଲୋକ ତାଙ୍କୁ ବ୍ୟଙ୍ଗ କରିଥିଲେ । ଏହାର ଉତ୍ତରରେ ଅକ୍ଷୟ କହିଛନ୍ତି; ମୁଁ କୌଣସି ଜିନିଷ ଲୁକ୍କାୟିତ ରଖେ ନାହିଁ କିନ୍ତୁ ମୋ ପାଖରେ କାନାଡ଼ା ପାସପୋର୍ଟ ନାହିଁ ।

କହିଛନ୍ତି ଦେଶ ପାଇଁ ପ୍ରେମର ପ୍ରମାଣ ଦେବା ଦରକାର ନାହିଁ :

ଟୁଇଟର ମାଧ୍ୟମରେ ଉତ୍ତର ଦେଇ ଅକ୍ଷୟ କହିଛନ୍ତି; ଏହିପରି କଥାକୁ ମୁଁ ଅଧିକ ଗୁରୁତ୍ୱ ଦେଇ ନ ଥାଏ । ମୁଁ କେବେ ମଧ୍ୟ ମନା କରି ନାହିଁ ଯେ, ମୋ ପାଖରେ କାନାଡ଼ାର ନାଗରିକତ୍ୱ ରହିଛି ନା କେବେ ମଧ୍ୟ ମୁଁ ଏହି କଥାକୁ ଲୁକ୍କାୟିତ ରଖିଛି । ମୁଁ ଗତ ସାତ ବର୍ଷ ମଧ୍ୟରେ ମୁଁ କେବେ ମଧ୍ୟ କାନାଡ଼ା ଯାଇ ନାହିଁ । ମୁଁ ଭାରତରେ କାମ କରେ ଏବଂ ଭାରତରେ ହିଁ ଟିକସ ପୈଠ କରେ । ଏତେ ବର୍ଷ ମଧ୍ୟରେ ମୋତେ କେବେ ମଧ୍ୟ ଭାରତକୁ ଭଲ ପାଇବାର ପ୍ରମାଣ ଦେବା ପାଇଁ ପଡି ନାହିଁ ।ମୋତେ ନିରାଶ କରିଛି ଏତେ ଦିନ ପରେ ମୋ ନାଗରିକତ୍ୱ ଉପରେ ପ୍ରଶ୍ନ ପଚରା ଯାଉଛି । ଏହି ପ୍ରଶ୍ନ ପଚାରିବା ଲୋକଙ୍କ ପାଇଁ ଏହା କୌଣସି କାର୍ଯ୍ୟ ନୁହେଁ ।

ଅକ୍ଷୟ କହିଛନ୍ତି ତାଙ୍କ ଦ୍ୱାରା ଯେତିକି ସମ୍ଭବ ସେତିକି ପରିମାଣରେ ଭାରତକୁ ଶକ୍ତିଶାଳୀ କରିବା ପାଇଁ ଚେଷ୍ଟା କରିବେ । ଯେତେବେଳେ ସନ୍ନି ଦେବଲଙ୍କ ଚଳଚ୍ଚିତ୍ର ବ୍ଲାକ ପ୍ରମୋସନରେ ଅକ୍ଷୟଙ୍କୁ ଭୋଟ ନ ଦେବା ପ୍ରଶ୍ନ ପଚରା ଯାଇଥିଲା; ଏହି ପ୍ରଶ୍ନର ଉତ୍ତର ନ ଦେଇ ସେ ସେଠାରୁ ଚାଲି ଯାଇଥିଲେ ।