ସେ ମା ବାପା, ଯିଏ ଭୋକ ଉପବାସରେ ରହି ପୁଅକୁ ବନେଇଲେ ଜର୍ଜ

Spread the love

ଏଇ କାହାଣୀ ପଞ୍ଜାବର ଅଜୟ କୁମାର ସିଂହଙ୍କର ଅଟେ । ଯାହାଙ୍କର ମାତା ପିତା ତଣ୍ଡୁର ରୁଟି ବନେଇବାର କାମ କରନ୍ତି । ଅଜୟ ଏବେ ନ୍ୟାୟାଧୀଶ ହୋଇ ସାରିଲେଣି । କିଛି ଲୋକ କୁହନ୍ତି ନା… ଯେ ସେ ନିଜର ଗରିବୀ ଯୋଗୁଁ ଜୀବନରେ କିଛି କରି ପାରିଲେ ନାହିଁ ।  କିନ୍ତୁ ଅଜୟଙ୍କର ଏହି କାହାଣୀ କୁହେ ଯେ ଭାଗ୍ୟକୁ ଦୋଷ ଦେବା ଆଗରୁ ପରିଶ୍ରମ ର ହାତ ଧରି ନେବା ଭଲ ହୋଇ ଥାଏ ।

ଘରେ କେହି ବି 10ମ ରୁ ଆଗକୁ ପଢି ନାହାନ୍ତି :-

ଅଜୟର ବାପା ବଲବୀର ସିଂହ ଆଉ ଆଶା ରାଣୀ ଅବୋହରର ଆନନ୍ଦ ନଗରୀରେ ତଣ୍ଡୁରରେ ରୁଟି ତିଆରି କରିବାର କାମ କରନ୍ତି । ଏହି କାମର ସାହାରା ରେ ସେମାନେ ତାଙ୍କର ସବୁ ପିଲାର ଲାଳନ ପାଳନ କରିଛନ୍ତି । କହି ଦେଉଛୁ ଯେ , ଅଜୟର ପରିବାରରେ କେହିବି 10ମ ରୁ ଅଧିକ ଯାଏଁ ପାଠ ପଢି ନ ଥିଲେ ।

ପଢିବା ପାଇଁ କରିବାକୁ ପଡିଲା ଚାକିରୀ ;-

ଗରିବୀ ଯୋଗୁଁ ଅଜୟକୁ 9ମ ପରେ ସ୍କୁଲ ଛାଡି ଚାକିରୀ କରିବାକୁ ପଡିଲା । ସେ ସିନିୟର ଏଡ଼ଭୋକେଟ ଙ୍କ ପାଖରେ କ୍ଲୋର୍କ ରହି ନିଜର ଦଶମ ଆଉ ଦ୍ଵାଦଶର ପଢା ପ୍ରାଇଭେଟ ଭାବରେ ପୁରା କଲେ । ଆଉ ତାପରେ ସେ ଅବୋହର ର ଖାଲାସା କଲେଜ ରେ BA ଡିଗ୍ରୀ ନେଲେ ।

ବିନା କୋଚିଂ ରେ ପାସ କଲେ ଏହି ପରୀକ୍ଷା:-

ବିଏ କରି ସାରିବା ପରେ ସେ ପଞ୍ଜାବ ବିଶ୍ୱବିଦ୍ୟାଳୟ ର ଭାଟିଣ୍ଡା ସେଣ୍ଟାରରୁ ଲୋ ଡିଗ୍ରୀ ପ୍ରାପ୍ତ କଲେ ।ଏହା ପରେ ଅଜୟ ନ୍ୟାୟିକ ସେବା ପରୀକ୍ଷା ର ପ୍ରସ୍ତୁତି ପାଇଁ ଲାଗି ପଡିଲେ । ସେ କୁହନ୍ତି ଯେ , ସେ ପିସିଏସ ଜୁଡିସିନାଲ ର ଏହି ପରୀକ୍ଷା ଦ୍ଵିତୀୟ ଥରରେ ପାସ କରିଛନ୍ତି । ହଁ ଅଜୟ ଏହି କାରନାମା ବିନା କୌଣସି କୋଚିଂଗ ସେଣ୍ଟର ଯାଇ କରି ଦେଖେଇଛନ୍ତି ।

ମାତା ପିତା ଙ୍କୁ ଦେଲେ ଜର୍ଜ ବନିବାର ଶ୍ରେୟ ;-

ଅଜୟ କହିଲେ ଆଜି ମୁଁ ଯାହା ବି ଅଟେ ଏସବୁ ମୋ ବାପା ମା ଙ୍କ ଯୋଗୁଁ ହିଁ ସମ୍ଭବ ହୋଇ ପାରିଛି । ସେମାନେ ନିଜେ ନିଆଁ ପାଖରେ ନିଜକୁ ତତେଇ ମୋତେ ଏ ଯାଏଁ ପହଞ୍ଚାଇ ପାରି ଛନ୍ତି । ସେ ଅନ୍ୟ ମାନଙ୍କୁ ସନ୍ଦେଶ ଦେଇଛନ୍ତି ଯେ ସଫଳତା ପରିଶ୍ରମ କରୁ ଥିବା ଲୋକର ପଦ ଛୁଇଁ ଥାଏ ।