ଅଜୟ ଓ କାଜୋଲଙ୍କ ଘର କୌଣସି ୫ ଷ୍ଟାର ହୋଟେଲ ଠାରୁ କମ ନୁହେଁ ! ଆସନ୍ତୁ କିଛି ସୁନ୍ଦର ଫୋଟ ଗୁଡ଼ିକୁ ଦେଖିବା ।

Spread the love

ଅଜୟ ଓ କାଜୋଲଙ୍କ ଘର ଦେଖିବାକୁ ବହୁତ ସୁନ୍ଦର ଅଟେ । ଏ ଦୁହେଁକୁ ବଲିଉଡର ଏକ ସୁନ୍ଦର ଯୋଡି ବୋଲି କୁହାଯାଏ । ଅଜୟ ଓ କାଜୋଲ ୧୯୯୯ରେ ବିବାହ କରିଥିଲେ । ତାଙ୍କର ମୁମ୍ବାଇର ଜୁହୁ ସାହିରେ ଗୋଟିଏ ବଙ୍ଗଳା ଅଛି । ତାଙ୍କ ଘରର ନାମ ହେଉଛି ଶିଵଶକ୍ତି । ଅଜୟ ଓ କାଜୋଲଙ୍କ ବଙ୍ଗଳା କୌଣସି ମହଲା ଠାରୁ କମ ନୁହେଁ ।

ତାଙ୍କ ଘରର କବାଟ ଧଳା ରଙ୍ଗର ଅଟେ । ସେହିଭଳି କାଠ ନିର୍ମିତ ଉପକରଣ ଗୁଡିକ ବହୁତ ସୁନ୍ଦର ଭାବରେ ସଜ୍ଜା ଯାଇଛି । ଅଜୟଙ୍କ ଝିଅ ବର୍ତ୍ତମାନ ବିଦେଶରେ ପାଠ ପଢୁଛନ୍ତି । ଅଜୟ ଓ କାଜୋଲ ନିଜ ପୁଅ ସହିତ ଘରେ ରୁହନ୍ତି । ଫେବୃଆରୀ ୨୨ରେ ତାଙ୍କର ମେରେଜ୍ ଆନିୱେରସାରି କରିଥାନ୍ତି । ତାଙ୍କର ବିବାହ ହୋଇ ଆଜିକୁ ୨୧ ବର୍ଷ ହୋଇଛି । ଅଧିକାଂଶ ସମୟରେ କାଜୋଲ ନିଜ ଘରର କିଛି ଫୋଟକୁ ସୋସିଆଲ ମିଡ଼ିଆରେ ସେୟାର କରନ୍ତି ।

ଅଜୟ ଓ କାଜୋଲ ନିଜ ଘରକୁ ବହୁତ ସୁନ୍ଦର ରୂପେ ସଜାଇ ରଖିଛନ୍ତି । ଖାସ୍ କରି ଦୀପାବଳି ଦିନ ପାଇଁ ଅଜୟ ଓ କାଜୋଲ ନିଜ ଘରକୁ ବହୁତ ରଙ୍ଗୀନ କରି ସଜାଇ ଥାଆନ୍ତି । ପ୍ରତି ବର୍ଷ ଦୀପାବଳି ଦିନ ଅଜୟ ଓ କଜୋଲଙ୍କ ଘରର ଫୋଟଗୁଡ଼ିକୁ ଦେଖିବାକୁ ମିଳିଥାଏ । କାଜୋଲ ଘରର ସିଢ଼ି ଗୁଡ଼ିକୁ ବହୁତ ସୁନ୍ଦର ଭାବରେ ନିର୍ମିତ କରାଯାଇଛି । କାଜୋଲ ସର୍ବଦା ନିଜ ଘରକୁ ଭଲ ରୁପେ ସଜାଇ ରଖିବାରେ ବହୁତ ଧ୍ୟାନ ଦିଅନ୍ତି । ତାଙ୍କ ଘରେ ଥିବା ଫର୍ଣ୍ଣିଚର ଧଳା ରଙ୍ଗର ଅଟେ, ଯାହା ଦେଖିବାକୁ ବହୁତ ସୁନ୍ଦର ଅଟେ । ଅଜୟ ଓ କାଜୋଲଙ୍କ ଘରେ ଗୋଟିଏ ବଡ଼ ପୂଜା କକ୍ଷ ମଧ୍ୟ ଅଛି । ଅଜୟ ଓ କାଜୋଲଙ୍କ ପୂଜା କକ୍ଷରେ ଗଣେଶଙ୍କ ମୂର୍ତ୍ତି ଅଛି ।

ଅଜୟ ଓ କାଜୋଲ ବଲିଉଡର ଗୋଟିଏ ଏଭଳି ଯୋଡି ଅଟନ୍ତି, ଯାହାର ପ୍ରେମ ପୂର୍ଣ୍ଣ ରୂପେ ଏକ ଭିନ୍ନ ଧରଣର ବା ଷ୍ଟାଇଲରେ ହୋଇଛି । ଦୁହେଁ ପାଖାପାଖି ୨୫ ବର୍ଷରୁ ବଲିଉଡରେ ରାଜ୍ କରି ଆସୁଛନ୍ତି । କାଜୋଲ ବହୁତ ପରିଶ୍ରମ କରି ଧୀରେ ଧୀରେ ସଫଳତାର ସିଢ଼ି ଚଢି ଆଜି ସେ ୨୫ ବର୍ଷ ପୂରଣ କରିଛନ୍ତି । “ସିଂଘମ” ଚଳଚିତ୍ରରେ ଅଜୟ ଦେବଗନଙ୍କ ଚରିତ୍ର ଦେଖି ଲାଗୁଛି, ସେ ଜଣେ କ୍ରୋଧ ସମ୍ପର୍ଣ୍ଣ ବ୍ୟକ୍ତି କିନ୍ତୁ ବାସ୍ତବିକ ଜୀବନରେ ସେ ବହୁତ ଶାନ୍ତଶିଷ୍ଠ ସ୍ଵଭାବର ଅଟନ୍ତି ।

ଅଜୟଙ୍କ ପାଇଁ ତାଙ୍କ ପରିବାର ହିଁ ପ୍ରଥମ ପ୍ରାଥମିକତା ଅଟେ । ବିବାହ ପରେ କାଜୋଲ ନିଜ ପରିବାରକୁ ଅଧିକ ସମୟ ଦେଲେ । କାଜୋଲ ଯେତେବେଳେ ନିଜ ପିଲାମାନଙ୍କୁ ଗାଳି କରିଥାନ୍ତି, ସେହି ସମୟରେ ଅଜୟ ଦେବଗନ ରାଗି ଯାଇଥାନ୍ତି । ଅଜୟ ଚଳଚିତ୍ର କରିବା ସହ ନିଜ ପରିବାର ପ୍ରତି ମଧ୍ୟ ଅଧିକ ଧ୍ୟାନ ଦେଇଥାନ୍ତି । କିନ୍ତୁ ପିଲାମାନଙ୍କ ଉପରେ ଧ୍ୟାନ ରଖିବା କାଜୋଲଙ୍କ ଦାୟିତ୍ୱ ଅଟେ । ଏହି କାରଣ ଯୋଗୁଁ ନିଜ ପିଲାମାନଙ୍କ ପାଇଁ ସେ ଚଳଚିତ୍ରରେ କାମ କରିବା କମେଇ ଦେଇଛନ୍ତି । କାଜୋଲ ଅଧିକାଂଶ ସମୟ ନିଜ ପରିବାର ସହିତ ବିତେଇବାକୁ ଚାହାଁନ୍ତି । ତାଙ୍କ ଘରକୁ ଯେଉଁଭଳି ସୁନ୍ଦରରେ ସଜାଇ ରଖିଛନ୍ତି, ତାହାକୁ ଦେଖି ଲାଗିଥାଏ ଯେ, ସେ ଘର ପ୍ରତି ବହୁତ ଧ୍ୟାନ ରଖନ୍ତି ।

ଆସନ୍ତୁ ଦେଖିବା ଅଜୟ ଓ କଜୋଲଙ୍କ ଘରର ଆଉ କିଛି ଫୋଟ :