ଜେଜେଙ୍କ ଦେହାନ୍ତ ପରେ ସେଳୁନରେ ହସୁଥିବାର ଦେଖା ଯାଇଥିଲେ ଅଜୟ ଦେବଗନଙ୍କ ଝିଅ । ଲୋକେ ଏହିଭଳି କିଛି କହିଥିଲେ ।

Spread the love

୨୭ ମଇରେ ଅଜୟ ଦେବଗନଙ୍କ ପିତା ଏବଂ ଫିଲ୍ମ ଜଗତର ଜଣାଶୁଣା ନିର୍ଦ୍ଦେଶକ ବିରୁ ଦେବଗନଙ୍କ ଦେହାନ୍ତ ହୋଇ ଯାଇଛି । ଏହି କାରଣରୁ ଅଜୟ ଦେବଗନଙ୍କ ସମେତ ତାଙ୍କର ପ୍ରଶଂସକ ମଧ୍ୟ ଦୁଃଖିତ ଥିଲେ । ସ୍ଵର୍ଗୀୟ ବିରୁ ଦେବଗନଙ୍କ ଅନ୍ତିମ ସଂସ୍କାରରେ ବଲିଉଡର ଅନେକ ତାରକା ଯେପରି ସାରୁଖ ଖାନ, ବିଦ୍ୟା ବାଲନ, ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ ଏବଂ ଏଶ୍ଚର୍ଯ୍ୟା ରାୟଙ୍କ ସହ ଅନେକ ତାରକା ଉପସ୍ଥିତ ଥିଲେ । ପିତାଙ୍କୁ କାନ୍ଧ ଦେବା ସମୟରେ ଅଜୟ ଦେବଗନ ବହୁତ ନିରାଶ ଦେଖା ଯାଉଥିଲେ । ଏହାର ଠିକ ଗୋଟିଏ ଦିନ ପରେ ମାନେ ୨୮ ମଇରେ ଅଜୟ ଦେବଗନଙ୍କ ଝିଅ ନ୍ୟସାଙ୍କୁ ମୁମ୍ବାଇର ଗୋଟିଏ ସେଳୁନ ବାହାରେ ଦେଖିବା ପାଇଁ ମିଳିଥିଲା । ଏହି ସମୟରେ ନ୍ୟାସା ନିଜର କେଶ ସଜାଡି ଆସୁଥିଲେ । ଏହି ସମୟରେ ତାଙ୍କର ମୁହଁ ହସ ପୂର୍ଣ୍ଣ ଥିଲା । ୧୬ ବର୍ଷୀୟ ନ୍ୟାସାଙ୍କ ଏହି କାର୍ଯ୍ୟ ଦେଖିବା ପରେ ଅନେକ ଲୋକ କ୍ରୋଧ ପ୍ରକାଶ କରିଛନ୍ତି ଏବଂ ସୋସିଆଲ ମିଡିଆରେ ଲୋକେ ନ୍ୟାସାଙ୍କ କ୍ଲାସ ନେଇଛନ୍ତି ।

କହିବା ପାଇଁ ଚାହୁଁଛୁ, ଆଫ ସୋଲଡର୍ ଟପ୍ ଏବଂ ଖାକି ପ୍ୟାଣ୍ଟ ପିନ୍ଧି ଯେତେବେଳେ ଅଜୟଙ୍କ ଝିଅ ଏବଂ ବିରୁ ଦେବଗନଙ୍କ ନାତୁଣୀ ସେଳୁନରୁ ବାହାରକୁ ବାହାରି ଥିଲେ କିଛି ମିଡ଼ିଆ ଫୋଟଗ୍ରାଫର ତାଙ୍କର ଫୋଟ କ୍ଲିକ କରି ଦେଇଥିଲେ । ଏହି ଫୋଟରେ ନ୍ୟାସା ହସୁଥିବାର ଦେଖିବା ପାଇଁ ମିଳିଛି, ଯାହାଫଳରେ ଲୋକେ ତାଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି । ଲୋକଙ୍କୁ ଏହା ପସନ୍ଦ ହୋଇ ନ ଥିଲା, ଜେଜେଙ୍କ ମୃତ୍ୟୁକୁ ଏକ ଦିନ ମଧ୍ୟ ପୂର୍ତ୍ତି ହୋଇନଥିଲା ଏବଂ ତାଙ୍କର ନାତୁଣୀ ସେଲୁନ ଯାଇ କେଶ କାଟିଛନ୍ତି । ଏହା ଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସେ ହସୁଥିଲେ । ଏହି ପରିପ୍ରେକ୍ଷୀରେ ଲୋକେ ସୋସିଆଲ ମିଡିଆରେ କ୍ରୋଧପୂର୍ଣ କମେଣ୍ଟ କରିଛନ୍ତି ।

ୟୁଜର୍ସ ଏହି କ୍ରୋଧପୂର୍ଣ୍ଣ କମେଣ୍ଟ କରିଛନ୍ତି :

ଜଣେ ୟୁଜର୍ସ ଲେଖିଛନ୍ତି, ଦେଖନ୍ତୁ ଆଜିକାଲିର ପିଲାଙ୍କୁ କୌଣସି ଦୁଃଖ ନାହିଁ ଏମାନଙ୍କ ପାଖରେ । ଜେଜେଙ୍କ ଦେହାନ୍ତ ହୋଇଛି, କାଜଲ ଏବଂ ଅଜୟଙ୍କ ଝିଅ ଏହିଭଳି କାର୍ଯ୍ୟ କରିଛନ୍ତି । ଅନ୍ୟଜଣେ ୟୁଜର ଲେଖିଛନ୍ତି, ଏହି ଘଟଣା ଦେଖିବା ପରେ ବିଶ୍ୱାସ କରିହେଉ ନାହିଁ ଆଜିକାଲିର ଷ୍ଟାର କିଡ୍ସଙ୍କ ମଧ୍ୟରେ କୌଣସି ଭାବନା ହିଁ ନାହିଁ ।ଗତକାଲି ଏହି ତାରକାଙ୍କ ଘରେ ଏତେ ବଡ଼ ଦୁଃଖଦ ଘଟଣା ଘଟିଛି ଏବଂ ଆଜି ସେ ସେଲୁନ ସାମ୍ନାରେ ମଜାମସ୍ତି କରୁଛନ୍ତି ।

ଜଣେ ୟୁଜର ଗୋଟିଏ କାମେଣ୍ଟର ପ୍ରତିଉତ୍ତର ଦେଇ କହିଛନ୍ତି, ଜେଜେଙ୍କ ଶୋକ ଉତ୍ସବରେ ଘରକୁ ଅନେକ ତାରକା ଆସି ପାରନ୍ତି । ତେଣୁ ସଜବାଜ ହେବା ପାଇଁ ସେ ସେଲୁନ ଆସିଥାଇ ପାରନ୍ତି । ଏହାର ଉତ୍ତର ଅନ୍ୟଜଣେ ୟୁଜର ଦେଇଛନ୍ତି, ଯଦି ସେହିପରି କିଛି କଥା ରହିଥିଲା; ତେବେ ଘରକୁ କାହାକୁ ଡାକି ନିଜକୁ ସଜାଇ ପାରିଥାନ୍ତେ ! ଏହିଭଳି ସେଲୁନ ଆସିବା କଣ ଦରକାର ଥିଲା ।

ଏହି ଲୋକମାନେ ସୁରକ୍ଷା ପ୍ରଦାନ କରିଛନ୍ତି :

କିଛି ଲୋକ ନ୍ୟାସାଙ୍କ ସପକ୍ଷରେ କହିଛନ୍ତି । ଜଣେ କହିଛନ୍ତି, ହୋଇ ଥାଇପାରେ ଏହା କୌଣସି ପୁରୁଣା ପୋଷ୍ଟ କିମ୍ବା ଏହା ମଧ୍ୟ ହୋଇପାରେ ସେ ବାହାରୁ ହସୁ ଥାଇ ପାରନ୍ତି କିନ୍ତୁ ଭତରୁ ଦୁଃଖିତ ଥିବେ । ନିଜ ମୋବାଇଲ ସାମ୍ନାରେ ବସି କୌଣସି ବିଷୟ ଭାବିବା କିମ୍ବା ମତ ଦେବା ଉଚିତ୍ ନୁହେଁ । ଅନ୍ୟଜଣେ ୟୁଜର୍ସ କହିଛନ୍ତି, ତାଙ୍କର ଜେଜେଙ୍କ ମୃତ୍ୟୁ ୮୫ ବର୍ଷ ବୟସରେ ହୋଇଛି । ସେ ନିଜ ଜୀବନ ଠିକ ରୂପେ ବଞ୍ଚି ସାରିଥିଲେ । ନ୍ୟାସାଙ୍କୁ ନିଜ ଜୀବନରେ ଯାହା କରିବାର ଅଛି, କରିବା ପାଇଁ ଦିଅନ୍ତୁ । ଆପଣମାନେ ଅନ୍ୟର ଜୀବନକୁ ନେଇ ମତ ଦେବା ଅପେକ୍ଷା ନିଜ ଘରେ ଥିବା ଜେଜେ ବାପା, ଜେଜେମାଆଙ୍କ ଧ୍ୟାନ ରଖନ୍ତୁ ।