ମିଡିଆରେ ବର୍ତ୍ତମାନ ଐଶ୍ୱରୀୟାଙ୍କ Pregnant ହେବାର ଖବର ଆସୁଛି । କଣ ସତରେ ଖୁସି ଖବର ଆସିବା କି ବଚ୍ଚନ ପରିବାରକୁ ?

Spread the love

ପୁରା ଦେଶର ହୋଲି ପର୍ବ ପାଳନ ଧୁମ୍-ଧାମ୍ ଚାଲିଥିଲା, ପୁରା ଦେଶରେ ଏହି ଉତ୍ସବ ଅତି ଆନନ୍ଦର ସହ ପାଳନ କରାଯାଇଛି । ବଲିଉଡରେ ମଧ୍ୟ ହୋଲି ଖୁବ୍ ଆଡମ୍ବର ଓ ଧୁମ୍-ଧାମ୍ ରେ ପାଳନ କରଯାଇଛି । ବଲିଉଡର ବହୁତ ସେଲିବ୍ରେଟି ହୋଲିରେ ବହୁତ ମସ୍ତି କରିଥିଲା । କେତେ ଜଣ ଷ୍ଟେଜ ଶୋ ବି ଦେଇଛନ୍ତି । କିଛି ଜଣ ନିଜ ଘରେ ହିଁ ପରିବାର ଓ ସାଙ୍ଗମାନଙ୍କ ସହ ହୋଲି ପାଳନ କରିଛନ୍ତି । କିନ୍ତୁ ଏମାନଙ୍କ ମଧ୍ୟରେ ଜଣେ ତାରକା ଏପରି ବି ଅଛନ୍ତି ଯିଏ, ଏହିସବୁ ଠାରୁ ଦୂରେଇ ଯାଇ ଗୋଆରେ ଶାନ୍ତଶିଷ୍ଠ ଭାବରେ ହୋଲି ପାଳନ କରିଛନ୍ତି ଓ ପରସ୍ପର ସାଥିରେ ଖୁବ ଉପଭୋଗ କରିଛନ୍ତି ।

ଆମେ ଐଶ୍ୱରୀୟା ରାୟ ଓ ଅଭିଷେକ ବଚ୍ଚନଙ୍କ ବିଷୟରେ କହୁଛୁ । ଏହି ଦୁଇ ଜଣ ଶାନ୍ତଶିଷ୍ଟ ଭାବରେ ଗୋଆରେ ହୋଲିର ଉତ୍ସବ ପାଳନ କରିଛନ୍ତି । ଦୁଇଜଣଙ୍କୁ ବେନୋଲୀୟମ ଠାରେ ଏକାଠି ଦେଖାଯାଇଛି, ଯେତେବେଳେ ଦୁଇ ଜଣ ସର୍ଟସ୍ କପଡ଼ାରେ ବାହାରେ ବୁଲୁଥିଲେ ।

ଖବର ଅନୁସାରେ; ଦୁଇ ଜଣ ବର୍ତ୍ତମାନ ଗୋଆରେ ନିଜ ଛୁଟି ବିତାଉଛନ୍ତି । ଦୁଇ ଜଣଙ୍କ ଫୋଟ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରଲ ହେଉଛି । ଏହି ଫୋଟକୁ ଯଦି ଧ୍ୟାନ ଦେଇ ଦେଖିଲେ, ଜାଣିପାରିବେ ଯେ ଏହି ଫୋଟରେ ଐଶ୍ୱରୀୟାଙ୍କ ପେଟ ଟିକେ ବାହାରକୁ ବାହାରି ଥିବାର ଦେଖାଯାଉଛି । ଏହା ଆଶଙ୍କା ବି କରାଯାଉଛି ଯେ ବୋଧେ ଐଶ୍ୱରୀୟା ବହୁତ ଶୀଘ୍ର ଖୁସି ଖବର ଦେବେ ।

ଏହି ଫୋଟ ଭାଇରଲ ହେବା ପରେ ଐଶ୍ ଓ ଅଭିଷେକଙ୍କ ଫ୍ୟାନ୍ ଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଛି । କିଛି ୟୁଜର୍ସ ଏହି ଖବରକୁ ମିଛ ବୋଲି କହିଲା ବେଳେ ଅନ୍ୟ କିଛି ୟୁଜର୍ସ ନିଜ ଇଚ୍ଛା ପ୍ରକଟ କରି କହିଛନ୍ତି ଯେ, ଐଶ୍ ପୁଣିଥରେ ଖୁସି ଖବର ଦିଅନ୍ତୁ । ଏହି ଖବର ଉପରେ ବର୍ତ୍ତମାନ ଐଶ୍ୱରୀୟାଙ୍କ ବୟାନ ମଧ୍ୟ ଆସିଛି । ଏହା କେବଳ କ୍ୟାମେରାର ଏଙ୍ଗେଲ୍ ଖରାପ ହେବା ଯୋଗୁଁ ଏପରି ହୋଇଛି । ଏହା ବ୍ୟତୀତ ଅନ୍ୟ କୌଣସି ଖବର ଖାସ୍ ନୁହେଁ । ବର୍ତ୍ତମାନ ଐଶ୍ୱରୀୟାଙ୍କ ଝିଅ ୮ ବର୍ଷର ହୋଇଯାଇଛି । ଯଦି ସେ ଦ୍ଵିତୀୟ ଶିଶୁ ପାଇଁ ଯୋଜନା କରୁଛନ୍ତି ତେବେ ଏଥିରେ କୌଣସି ଅସୁବିଧା ନାହିଁ ।

ଆରାଧ୍ୟାଙ୍କ ଜନ୍ମ ପରେ ଐଶ୍ୱରୀୟା ଫିଲ୍ମ କରି ନାହାଁନ୍ତି । କିନ୍ତୁ ଫିଲ୍ମ ‘ଏ ଦିଲ୍ ହେ ମୁସ୍କିଲ୍’ରେ ଐଶ୍ୱରୀୟାଙ୍କ ଅଭିନୟ, ଦର୍ଶକଙ୍କ ମନ କିଣି ନେଇଥିଲା । ଯାହାପରେ ସେ ଫିଲ୍ମ “ଫଁନେ ଖାଁ” ରେ ନଜର ଆସିଥିଲେ କିନ୍ତୁ ତାହା ଦର୍ଶକଙ୍କୁ ବେଶ ପସନ୍ଦ ଆସି ନଥିଲା । ଅଭିଷେକ ବଚ୍ଚନଙ୍କ ଶେଷ ସିନେମା ‘ମନମାର୍ଜିଆ’ ଯାହା ବକ୍ସ ଅଫିସ୍ ରେ ଭଲ କାମ କରିଥିଲା । ଏହି ଫିଲ୍ମରେ ଅଭିଷେକ ବଚ୍ଚନଙ୍କ ସହ ତାପସି ପନ୍ନୁ ଓ ବିକି କୌଶଳ ନଜର ଆସିଥିଲେ ।