ଐଶ୍ୱରୀୟାଙ୍କ ପ୍ରଥମ ପ୍ରେମ ସଲମାନ୍ ନୁହଁ ବରଂ ଆଉ କେହି ଥିଲେ, ନାମ ଶୁଣିଲେ ହିଁ ଅଭିଷେକ୍ ଙ୍କୁ କ୍ରୋଧ ଆସେ…!

Spread the love

ବଲିଉଡର ଦୁନିଆ ବି କୌଣସି ଚକ୍ରବୀହ୍ୟୁ ଠାରୁ କମ୍ ନୁହେଁ । ପ୍ରତିଦିନ ଅନେକ ନୁଆଁ ନୁଆଁ ଘଟଣାର ସ୍ପଷ୍ଟୀକରଣ ହୋଇଥାଏ ଏବଂ ଆମେ ଆଜି ମଧ୍ୟ ବୋଲଉଡ଼ ସହ ଯୋଡ଼ିତ ଜଣେ ନାମକରା ଅଭିନେତ୍ରୀଙ୍କ ବିଷୟରେ କିଛି ଖାସ୍ ତଥ୍ୟ ଜଣାଇବାକୁ ଯାଉଛୁ, ଯିଏ ନିଜର କ୍ୟାରିୟର ଆରମ୍ଭରୁ ହିଁ ଅନ୍ୟ କାହାକୁ ଭଲ ପାଇଥିଲେ ମାତ୍ର ତାଙ୍କର ଚର୍ଚ୍ଚା କେବେ ହୋଇନାହିଁ । ପ୍ରକୃତରେ ଆମେ କଥା ହେଉଛୁ ବଲିଉଡର ଖୁବ ସୁନ୍ଦରୀ ଅଭିନେତ୍ରୀ ଏବଂ ପୂର୍ବ ମିସ୍ ୱାଲଡ ଐଶ୍ୱରୀୟା ରାୟଙ୍କ ବିଷୟରେ ଯେ କି ଅତୀତରେ ବୋଲଉଡ଼ର ଦବଙ୍ଗ୍ ଖାନ୍ ଅର୍ଥ ସଲମାନ୍ ଖାନଙ୍କ ଏକ୍ସ ଭାବରେ ପରିଚିତ ।

ଐଶ୍ୱରୀୟା ପ୍ରଥମେ ରାଜୀବ ମୂଳଚନ୍ଦନୀ ନାମକ ଜଣେ ବ୍ୟକ୍ତିଙ୍କୁ ଭଲ ପାଉଥିଲେ । ଐଶ୍ୱରୀୟାଙ୍କ ରାଜୀବଙ୍କୁ ଭଲ ପାଇବାର କିଛିଦିନ ପୂର୍ବରୁ ରାଜୀବଙ୍କ, ଅଭିନେତ୍ରୀ ମନୀଷା କଈରାଲାଙ୍କ ସହ ବ୍ରେକଅପ ହୋଇଥିଲା ବୋଲି ମନୀଷା ନିଜେ କହିଥିଲେ ।

ଏହା ସେହି ଦିନର କଥା ଯେଉଁ ସମୟରେ ଐଶ୍ୱରୀୟା ବଲିଉଡ ଜଗତରେ ପାଦ ଦେଇନଥିଲେ । କେବଳ ମୋଡେଲିଂ ଓ ବିଉଟି କଣ୍ଟେଷ୍ଟ ଆଦିରେ ଭାଗ ନେଉଥିଲେ । ମାନୁଛୁ ଯେ, ସମସ୍ତେ ତାଙ୍କ ସୌନ୍ଦର୍ଯ୍ୟକୁ ବହୁତ ପ୍ରଶଂସା କରନ୍ତି ମାତ୍ର ତା ସହିତ ତାଙ୍କର ରାଜୀବ ମୂଳଚନ୍ଦନୀଙ୍କ ସହ ମଧ୍ୟ ସାକ୍ଷାତ ହୋଇଥିଲା । ଧୀରେ ଧୀରେ ସେ ଦୁହେଁଙ୍କ ମଧ୍ୟରେ ଦେଖା ସାକ୍ଷାତ ବଢ଼ିବାରେ ଲାଗିଲା ଏବଂ ସମ୍ପର୍କ ମଧ୍ୟ ବଢ଼ିବାରେ ଲାଗିଲା । ଏଥି ସହିତ ସେମାନଙ୍କର ଭଲ ପାଇବା ମଧ୍ୟ ବଢ଼ିଥିଲା । ଏଥିମଧ୍ୟରେ ସେମାନଙ୍କ ମଧ୍ୟରେ ଅନେକ ଫୋଟୋ ସୁଟ୍ ମଧ୍ୟ କରିଥିଲେ ।

ଏମିତିରେ ଆପଣଙ୍କୁ କହି ରଖୁଛୁ ଯେ, ନିଜ କ୍ୟାରିୟରର ସଫଳତା ପାଇଁ ଐଶ୍ୱରୀୟା କେବେ ପ୍ରେମରେ ପଡ଼ିବାକୁ ଚାହିଁ ନ ଥିଲେ । ଏହି କାରଣରୁ ସେ ରାଜୀବଙ୍କ ଠାରୁ ଦୂରେଇ ରହିବାକୁ ମଧ୍ୟ ଠିକ କରି ସାରିଥିଲେ ଏବଂ ସେ ସମୟରେ ମେଡିଆରେ ଏମିତି ସବୁ କିଛି ଖାସ ତତ୍ତ୍ୱ ଦିଆ ଯାଇନଥିଲା । ମାତ୍ର ଏହି ମାମଲା ସେତେବେଳେ ବାହାରକୁ ଆସିଥିଲା, ଯେତେବେଳେ ମନୀଷା କହିଲେ ଯେ ପ୍ରକୃତରେ ରାଜୀବ ମନୀଷାଙ୍କୁ ବହୁତ ପସନ୍ଦ କରୁଥିଲେ ଏବଂ ଏହି କାରଣରୁ ସେ ଐଶ୍ୱରୀୟାଙ୍କୁ ଛାଡ଼ିଥିଲେ । ଆଉ ମଧ୍ୟ ଆମେ କହିରଖୁଛୁ ଯେ, ଐଶ୍ୱରୀୟା ରାୟ୍ ବଚ୍ଚନଙ୍କ ସ୍ୱାମୀ ଅଭିଷେକ ରାୟ୍ ବଚ୍ଚନଙ୍କ ଆଗରେ ଯେତେବେଳେ ରାଜୀବଙ୍କ ନାମ ଆସିଛି; ସେତେବେଳେ ସେ ରାଗି ଯିବାର ଦେଖାଯାଉଛନ୍ତି ।

ଏହି ଘଟଣା କାରଣରୁ ଅନେକ ଥର ଐଶ୍ୱରୀୟା ଏବଂ ମନୀଷାଙ୍କ ମଧ୍ୟରେ ଝଗଡ଼ା ହୋଇଥିବାର ଖବର ସମସ୍ତଙ୍କ ସାମନାକୁ ଆସିଛି ମାତ୍ର ସେମାନେ ଦୁଇଜଣ ଲୋକଙ୍କ ଆଗରେ କିଛି ଜଣାଇ ନାହାନ୍ତି । ଏମିତିରେ ଦେଖାଗଲେ ବିବାହ ପରେ ଐଶ୍ୱରୀୟା କୌଣସି ଫିଲ୍ମରେ କିଛି ଆନ୍ତରିକ ସିନ କରିବାକୁ ମନା କରନ୍ତି ଏବଂ ନିଜର ଅଧିକାଂଶ ସମୟ ନିଜ ପରିବାର ସହ ସମୟ କଟାଇବାକୁ ପସନ୍ଦ କରନ୍ତି ।