ଏୟାରଫୋର୍ସ ହମଲା ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେଲା CCS ବୈଠକ

Spread the love

ପିଓକେ ଆତଙ୍କି କ୍ୟାମ୍ପ ଉପରେ ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା ରେ ସିସିଏମ ( କ୍ୟାବିନେଟ କମିଟି ଅନ ସେକ୍ୟୁରୀଟି ) ର ବୈଠକ ହୋଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅରୁଣ ଜେଟଲୀ, ଏନଏସଏ ଅଜିତ ଡବାଲ ସମେତ ଉଚ୍ଚ ଅଧିକାରୀ ମଧ୍ୟ ଏହାର ଭାଗିଦାରୀ ହୋଇଛନ୍ତି । ଶୁଣିବାକୁ ମିଳୁଛି ଯେ ବୈଠକରେ ବାୟୁସେନା ର କାର୍ଯ୍ୟାନୁଷ୍ଠାନ ଓ ଆଗକୁ ହେବାକୁ ଥିବା ରଣନୀତି ଉପରେ ଚର୍ଚ୍ଚା ଚାଲିଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ ଜାମ୍ମୁ-କାଶ୍ମୀରର ପୁଲୱାମା ରେ ହୋଇଥିବା ଆକ୍ରମଣର ଦୁଇ ସପ୍ତାହ ମଧ୍ୟରେ ହିଁ ଭାରତୀୟ ବାୟୁସେନା ଆକ୍ରମଣର ପଶ୍ଚାଦଗାମୀ ଜବାବ ଦେଇଛି ।

ବାୟୁସେନା (LOC) ର ସେ ପାରକୁ ଯାଇ ଜୈସ-ଏ-ଅହମ୍ମଦର ଅତଙ୍କୀ କ୍ୟାମ୍ପ ଉପରେ 1000 କିଲୋର ବିସ୍ଫୋଠକ ବମ ପକାଇଛି । ସୁତ୍ର ଅନୁସାରେ ମଧ୍ୟରାତ୍ରୀ ୩.୩୦ ଘଣ୍ଟ ସମୟରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ରେ ଭାରତୀୟ ବାୟୁସେନାର 12 ମିରାଜ ଫାଇଟର ଜାହାଜ ସାମିଲ ଥିଲା । ଆପଣଙ୍କୁ ଜଣାଇଦେଉଛୁ ଯେ ଏହା ପ୍ରଥମ ସୁଭିଧା ଥିଲା ଯେବେ ଭାରତୀୟ ବାୟୁସେନା (LOC) କୁ ପାର କରି କୌଣସି କାର୍ଯ୍ୟାନୁଷ୍ଠାନର ସମ୍ପାଦନ କରିଛି । ଏହି ପର୍ଯ୍ୟନ୍ତ ଏହା କାର୍ଗିଲ ଯୁଦ୍ଧ ରେ ମଧ୍ୟ ବାୟୁସେନା LOC କୁ ପାର କରିନଥିଲେ ।

ସୂଚନା ଅନୁସାରେ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନରେ ଆତଙ୍କି ସଂଗଠନ ଜୈସ-ଏ-ଅହମ୍ମଦ ର ଆତଙ୍କି କ୍ୟାମ୍ପ ପୁରା ଧ୍ୱଂସ ହୋଇଯାଇଛି । ଏହି ସଂଗଠନ ପୁଲୱାମା ଆକ୍ରମଣର ଦାୟିତ୍ୱ ନେଇଥିଲା । ଯେଉଁଥିରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ । ସୂଚନା ଅନୁସାରେ କାର୍ଯ୍ୟାନୁଷ୍ଠାନ ପୁରା ସଫଳ ହୋଇଥିଲା । କିଛି ସମୟରେ ରକ୍ଷାମନ୍ତ୍ରାଳୟ ତରଫରୁ ଏହା ଉପରେ ଅଧିକାରୀ ବିବରଣୀ ଆସିପାରେ । ବାୟୁସେନାର ଆକ୍ରମଣ ପରେ ଜାମ୍ମୁ-କାଶ୍ମୀର ର ପୂର୍ବ ମୁଖ୍ୟମନ୍ତ୍ରୀ ଉମର ଅବ୍ଦୁଲା ଟ୍ୱିଟ କରି କହିଛନ୍ତି ଯଦି ଏହି କଥା ସତ୍ୟ ଅଟେ ତେବେ ଏହା ବହୁତ ବଡ଼ କାର୍ଯ୍ୟାନୁଷ୍ଠାନ । ଆମେ ଏହା ଉପରେ ଭାରତୀୟ ସରକାର ଠାରୁ କିଛି ବିବରଣୀର ଅପେକ୍ଷା କରିବା ଦରକାର। ସ୍ଏ କହିଛନ୍ତି କି ଏବେ ଏହା ଦେଖିବା ଦରକାର ପାକିସ୍ତାନ ଏହି କାର୍ଯ୍ୟାନୁଷ୍ଠାନର କିପରି ଜବାଵ ଦେଉଛି ।