AIDରୁ ମଧ୍ୟ ଅଧିକ ଭୟାନକ ଓ ପ୍ରାଣଘାତକ ଅଟେ ଏହି ରୋଗ ! ଯଦି ଏହି ୬ଟି ଲକ୍ଷଣ ଦେଖାଯାଏ; ତେବେ ତୁରନ୍ତ ଯାଆନ୍ତୁ ଡାକ୍ତରଙ୍କ ପାଖକୁ…

Spread the love

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଗବେଷଣା ଅନୁଯାୟୀ ହେପଟାଇଟିସ୍ B ଦ୍ୱାରା ଅଧିକ ସଂଖ୍ୟାରେ ଲୋକ ମୃତ୍ୟୁ ବରଣ କରିଥାନ୍ତି । ଏହି ରୋଗ Aidsରୁ ମଧ୍ୟ ଅଧିକ ବିପଦପୂର୍ଣ୍ଣ ଅଟେ । ଯଦି ସମୟ ପୂର୍ବରୁ ଏହାର ଚିକିତ୍ସା ନ କରାଯାଏ ତେବେ ଏହା ବ୍ୟକ୍ତିର ଜୀବନ ମଧ୍ୟ ନେଇପାରେ ।

ଏଡସ୍ ଏକ ଏପରି ଭୟାନକ ରୋଗ ଅଟେ ଯାହା ବ୍ୟକ୍ତିକୁ ଭିତରୁ ହି ମରିଦେଇଥାଏ । ଏହା ଏକ ପ୍ରକାରର ସଂକ୍ରାମକ ରୋଗ ଅଟେ ଯାହାକି HIV ନାମକ ଭାଇରସ୍ ଯୋଗୁ ହୋଇଥାଏ । ପ୍ରଥମେ ପ୍ରଥମେ ହିଁ ଯଦି ଏହା ପ୍ରତି ଯତ୍ନ ନିଆଯାଏ ଓ ଚିତ୍କିସା କରାଯାଏ, ତେବେ ବ୍ୟକ୍ତି ଏହି ରୋଗରୁ ବଂଚି ପାରିବ । ପ୍ରାରମ୍ବିକ ଅବସ୍ଥାରେ ହିଁ HIV ହେବାର ଜାଣିବା ପରେ ଚିକିତ୍ସା କରିବା ଦ୍ୱାରା ବ୍ୟକ୍ତି ଏକ ସୁସ୍ଥ ଓ ନିର୍ମଳ ଜୀବନ ଯାପନ କରି ପାରିବ । ଚିକିତ୍ସା ନ କଲେ ଏହା ଏଡସ୍ ର ରୂପ ନେଇଥାଏ ।

କିନ୍ତୁ ଆଜି ଆମେ ଏହି ପୋଷ୍ଟ ରେ ଏଡ଼ସ୍ ବିଷୟରେ ନୁହଁ ବରଂ ଏହା ଠାରୁ ଏକ ଗମ୍ଭୀର ରୋଗ ବିଷୟରେ ଚର୍ଚ୍ଚା କରିବୁ । ଏହି ରୋଗ ଏଡସ୍ ରୁ ମଧ୍ୟ ଅଧିକ ଭୟାନକ ବୋଲି ବୈଜ୍ଞାନିକମାନେ ଗବେଷଣା କରି କହିଛନ୍ତି । ଆମେ ଏଡ଼ସ୍ ବିଷୟରେ ଏଥିପାଇଁ ଚର୍ଚ୍ଚା କଲେ ଯେ, ବିଭିନ୍ନ ପ୍ରକାର ରୋଗମାନଙ୍କ ମଧ୍ୟରୁ ଏଡ଼ସ୍ ସବୁଠୁ ମାରାତ୍ମକ ଓ ପ୍ରାଣଘାତକ ଅଟେ । କିନ୍ତୁ WHOର ରିସର୍ଚ୍ଚ ଅନୁସାରେ ବିଶ୍ୱ ସ୍ତରରେ ଏପରି ଏକ ରୋଗ ଅଛି ଯେଉଁ ରୋଗରେ ଲୋକଙ୍କ ମରିବା ସଂଖ୍ୟା ଏଡ଼ସ୍ ରୁ ମଧ୍ୟ ଅଧିକ । ଆମେ ହେପଟାଇଟିସ B ବିଷୟରେ କହୁଛୁ । ଏହି ରୋଗରେ ଶରୀରରେ HBV ଭାଇରସ କବଜା କରିନିଏ । ଯାହାଦ୍ୱାରା ଲିଭରରେ ସଂକ୍ରମଣ ହେବାର ଆଶଙ୍କା ବଢିଯାଏ । ଯାହା ଆଗକୁ ଯାଇ ଲିଭର ଫେଇଲର ବା କ୍ୟାନ୍ସର ଭଳି ସ୍ଥିତି ଉତ୍ପନ୍ନ କରିଥାଏ । ଏଥିପାଇଁ ଆଜି ଆମେ ଆପଣଂକୁ ଏହାର ୬ଟି ମହତ୍ୱପୂର୍ଣ୍ଣ ସଂକେତ ବା ଲକ୍ଷଣ ବିଷୟରେ କହିବୁ ଯାହାଦ୍ୱାରା ସମୟ ପୂର୍ବରୁ ଆପଣ ଏହାର ଚିକିତ୍ସା କରି ପାରିବେ ।

ହେପଟାଇଟିସ ବି (B)ର ୬ଟି ମହତ୍ତ୍ୱପୂର୍ଣ୍ଣ ଲକ୍ଷଣ :

୧-ଏହି ରୋଗରେ ପୀଡିତ ରୋଗୀଙ୍କ ଆଖି ଓ ତ୍ୱଚାର ରଙ୍ଗ ହଳଦିଆ ଦେଖାଯାଏ । ଯଦି ଆପଣଙ୍କର ମଧ୍ୟ ଏପରି ହୋଇଛି ତେବେ ଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

୨-ଯଦି ଆପଣଙ୍କ ୟୁରିନ୍ ର ରଙ୍ଗ ଓରେଞ୍ଜ ବା ବ୍ରାଉନ ଦେଖାଯାଏ ତ ସମ୍ଭାବନା ଅଛି କି ଆପଣଂକୁ ହେପଟାଇଟିସ B ହୋଇପାରେ । ଏପରି ହେଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।

୩- ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ବେମାରି ଲାଗି ରହିବା ହେପଟାଇଟିସ Bର ସଂକେତ । ଯଦି ଆପଣଙ୍କ ସହ ଏପରି ହେଉଛି ତ ଥରେ ଏହାର ପରୀକ୍ଷା ନିଶ୍ଚୟ ରୂପରେ କରନ୍ତୁ ।

୪- ଯଦି ଆପଣଂକୁ ବହୁତ ଦିନ ପର୍ଯ୍ୟନ୍ତ ବିନା କୌଣସି କାରଣରେ ଥକ୍କାପଣ ବା ଦୁର୍ବଳ ଅନୁଭବ ହେଉଛି ତେବେ ବିନା ବିଳମ୍ବରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

୫- ଯଦି ବାରମ୍ବାର ବାନ୍ତି ଆସିଲା ଭଳି ଅନୁଭବ ହେଉଛି ତ ସାବଧାନ ହୋଇ ଯାଆନ୍ତୁ । ଏହା, ଏହି ରୋଗର ମହତ୍ୱପୂର୍ଣ୍ଣ ଲକ୍ଷଣ ।

୬- ପେଟ କାଟିବା ବା ଫୁଲିବା ମଧ୍ୟ ଏହି ରୋଗର ଲକ୍ଷଣ ଅଟେ । ଯଦି ଆପଣ ଏମିତି ଲକ୍ଷଣ ଅନୁଭବ କରୁଛନ୍ତି, ତେବେ ଶୀଘ୍ର ଡାକ୍ତରଙ୍କୁ ଦେଖାନ୍ତୁ ଓ ପରାମର୍ଶ ନିଅନ୍ତୁ ।

ଆଶା କରୁଛୁ, ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ସୂଚନା ଜନସଚେତନା ଉଦ୍ଦେଶ୍ୟରେ Share କରନ୍ତୁ ଏବଂ ନିଜ ମତାମତ Commnet କରି ଜାଣନ୍ତୁ । ଧନ୍ୟବାଦ !