ପୂଜା କରିବା ପରେ ଏହି ଦିଗରେ ଧୂପକାଠି ଜଳାନ୍ତୁ, ଘରର ସବୁ ସମସ୍ୟା ଦୁରେଇ ଯିବ ।

Spread the love

ଦୁନିଆରେ ଅନେକ ହିନ୍ଦୁ ପରିବାର ରୁହନ୍ତି । ସେଥିମଧ୍ୟରୁ କେବଳ ଭାରତରେ ହିଁ ସବୁଠାରୁ ଅଧିକ ହିନ୍ଦୁ ପରିବାର ବାସ କରନ୍ତି । ସବୁ ହିନ୍ଦୁ ଘରମାନଙ୍କରେ ଭଗବାନଙ୍କର ପ୍ରତିମା ଦେଖିବାକୁ ମିଳିଥାଏ । ଯେଉଁଠାରେ ଭଗବାନ ଅଛନ୍ତି, ସେଠାରେ ତ’ ନିଶ୍ଚୟ ପୂଜା ହେଉଥିବ । ଶାସ୍ତ୍ର ଅନୁସାରେ ଆମକୁ ଦିନକୁ ଦୁଇବେଳା ସକାଳେ ଓ ସନ୍ଧ୍ୟାରେ ପୂଜା କରିବା ଆବଶ୍ୟକ । ଘରେ ଭଗବାନଙ୍କ ପୂଜା କରିଲେ ଅନେକ ଲାଭ ମିଳିଥାଏ । ଏହି ପୂଜା କରିବା ପାଇଁ ଆମେ ଅଧିକାଂଶ ସମୟରେ ଧୂପକାଠି ଓ ଦୀପର ବ୍ୟବହାର କରିଥାଉ । ଭଗବାନଙ୍କୁ ଧୂପକାଠି ଲଗାଇବା ପରମ୍ପରା ଅଟେ । ଯେତେବେଳେ ଭଗବାନଙ୍କ ଆରତୀ ନିଆଯାଏ; ତେବେ ତାଙ୍କ ସାମ୍ନାରେ ଦୀପ ଲଗାଯାଇଥାଏ । ଏଭଳି କୁହାଯାଏ କି, ଘରେ ଧୂପକାଠି ଲଗାଇଲେ ଘର ଶୁଦ୍ଧ ହୋଇଯାଏ ।

ସାଧାରଣତଃ ଆମେ ଅଧିକାଂଶ ସମୟରେ ଧୂପକାଠିକୁ ଭଗବାନଙ୍କ ସାମ୍ନାରେ ଲଗାଇଥାଉ । କିନ୍ତୁ ଆପଣ ଜାଣନ୍ତି କି, ଏହି ଧୂପକାଠିକୁ ଏକ ବିଶେଷ କୋଣରେ ରଖିଲେ ଆପଣଙ୍କୁ ଅନେକ ପ୍ରକାରର ଲାଭ ହୋଇଥାଏ । ଆପଣ ଦୁଇଟି ଧୂପକାଠିକୁ ଭଗବାନଙ୍କ ସାମ୍ନାରେ ଲଗାଇପାରିବେ ତାହାଛଡ଼ା ପୁଣି ଦୁଇଟି ଧୂପକାଠିକୁ ଲଗାଇ ତାହାକୁ ଆମେ କହିବାକୁ ଯାଉଥିବା ଦିଗରେ ରଖିବେ । ଯଦି ଆପଣଙ୍କ ଘରର ସବୁ ସଦସ୍ୟ ଧୂପକାଠି ଲଗାଉଛନ୍ତି, ତେବେ କେହିଜଣେ ଏହି ଦିଗରେ ଲଗାଇବା ପାଇଁ କହିବେ ।

ବାସ୍ତୁ ଅନୁସାରେ ଯଦି ଆପଣ ଘରର ନିର୍ଦ୍ଧିଷ୍ଟ ଦିଗରେ ଧୂପକାଠି ଲଗାଇବେ, ତେବେ ଆପଣଙ୍କ ଘରେ ଥିବା ସବୁ ନକରାତ୍ମକ ଉର୍ଜ୍ଜା ସମାପ୍ତ ହୋଇଯିବ ଓ କେବଳ ସକରାତ୍ମକ ଉର୍ଜ୍ଜା ହିଁ ଘରେ ରହିବ । ଏହି ସକରାତ୍ମକ ଉର୍ଜ୍ଜା ଯୋଗୁଁ ଘରର ସବୁ ସଦସ୍ୟଙ୍କ ମନ ଶାନ୍ତ ହୋଇ ରହିବ ଓ ଘରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ସ୍ନେହ ସମ୍ପର୍କ, ପ୍ରେମ, ସମ୍ମାନ ବଢିବ । ସକରାତ୍ମକ ଉର୍ଜ୍ଜା ଯୋଗୁଁ ମନରେ ସବୁବେଳେ ଭଲ ବିଚାର ଆସିଥାଏ ଓ ସମସ୍ତ କାର୍ଯ୍ୟରେ ସଫଳତା ମଧ୍ୟ ମିଳିଥାଏ । ସକରାତ୍ମକ ଉର୍ଜ୍ଜା ଘରେ ରହିଲେ ମା’ଲଷ୍ମୀ ଘରେ ଅଧିକ ଦିନ ପର୍ଯ୍ୟନ୍ତ ବାସ ମଧ୍ୟ କରନ୍ତି । ଏଥିପାଇଁ ଧୂପକାଠିକୁ ସଠିକ ଦିଗରେ ଲଗାଇବାର ମହତ୍ତ୍ୱ ବଢିଯାଏ । ତେବେ ଆସନ୍ତୁ ଏହି ବିଷୟରେ ସମ୍ପୂର୍ଣ୍ଣ ରୂପେ ଜାଣିବା ।

ଘରେ ସବୁବେଳେ ଏହି ଦିଗରେ ଧୂପକାଠି ଲଗାନ୍ତୁ :-

ବାସ୍ତୁ ଅନୁସାରେ ଆମକୁ ଘରର ଦକ୍ଷିଣ ଦିଗରେ ଧୂପକାଠି ଲଗାଇବା ଉଚିତ । ଏହାର କାରଣ ହେଉଛି ଘରର ନକରାତ୍ମକ ଉର୍ଜ୍ଜା ଏହି ଦିଗରେ ଅଧିକ ଥାଏ । ତେଣୁ ଯେତେବେଳେ ଏଠାରେ ଧୂପକାଠି ଲଗାଇବେ, ସେଥିରୁ ଆସୁଥିବା ଧୂଆଁ ଯୋଗୁଁ ସବୁ ନକରାତ୍ମକ ଉର୍ଜ୍ଜା ସମାପ୍ତ ହୋଇଯାଏ ଓ ଘରେ ସକରାତ୍ମକ ଉର୍ଜ୍ଜା ରହିଥାଏ ।

କେବକ ଏହି କାରଣ ଯୋଗୁଁ ଆମକୁ ସକାକେ, ସନ୍ଧ୍ୟାରେ ଘରର ଦକ୍ଷିଣ ଦିଗରେ ଧୂପକାଠି ଲଗାଇବା ଆବଶ୍ୟକ । ଆପଣ ଭଗବାନଙ୍କ ପାଖରେ ଧୂପକାଠି ଲଗାନ୍ତୁ ଓ ଘରର ଦକ୍ଷିଣ ଦିଗରେ ମଧ୍ୟ ଧୂପକାଠି ଲଗାନ୍ତୁ ।