ବିବାହର ପ୍ରଥମ ରାତ୍ରିର (Reception) ରେସ୍ପେସନ୍ ପାର୍ଟିରେ ପତ୍ନୀ ହାତରେ ମାଇକ ଧରି ପତିଙ୍କ ରହସ୍ୟ ଖୋଲିଲେ ।

Spread the love

ଭାରତୀୟ ସମାଜରେ ବିବାହର ମହତ୍ତ୍ୱ ଅଧିକ ରହିଛି । ଏଠାରେ ବିବାହ ଏକ ପିଳା ଖେଳ ନୁହେଁ ଜନ୍ମ ଜନ୍ମାନ୍ତର ସମ୍ପର୍କ ଅଟେ । ପୂର୍ବ ଦିନ ଗୁଡିକରେ ଝିଅ ପୁଅ ପରସ୍ପରକୁ ନ ଦେଖି ମଧ୍ୟ ବିବାହ କରି ନେଉଥିଲେ । କିନ୍ତୁ ବର୍ତ୍ତମାନ ଦୁନିଆ ବଦଳି ଯାଇଛି । ଆଜି ଯେତେବେଳେ ପର୍ଯ୍ୟନ୍ତ ପୁଅ ଝିଅ ପରସ୍ପରକୁ ଦେଖି ନାଥାନ୍ତି, ଯେତେବେଳେ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କ ବିଷୟରେ ନ ଜାଣନ୍ତି, ସେତେବେଳେ ପର୍ଯ୍ୟନ୍ତ ବିବାହ ପାଇଁ ପ୍ରସ୍ତୁତ ହୋଇନଥାଏ ।

ଜୀବନ ତମାମ ସାଥିରେ ରହିବା ପାଇଁ ମନା କରି ଦେଇଥିଲେ :

ବିବାହର ବନ୍ଧନରେ ଅଗ୍ନିକୁ ସାକ୍ଷୀ ରଖି ଜୀବନ ତମାମ ସାଥିରେ ରହିବା ପାଇଁ ପ୍ରତିଜ୍ଞା କରାଯାଇ ଥାଏ । ପରିବର୍ତ୍ତନଶୀଳ ଦୁନିଆର ସାଥିରେ ବିବାହର ପରିଭାଷା ମଧ୍ୟ ବଦଳି ଯାଇଛି । ଆଜିକାଲି ବିବାହ ଲୋକଙ୍କ ପାଇଁ ସଂସ୍କାର ହୋଇ ରହିନାହିଁ । ଆଜିର ଏହି ଇଣ୍ଟରନେଟ ଯୁଗରେ ଲୋକଙ୍କ ଏହା ଇଛା ହୋଇଥାଏ ଯେ, ଲୋକେ ସେମାନଙ୍କ ବିଷୟରେ ଅଧିକରୁ ଅଧିକ ଜାଣନ୍ତୁ । ଯାହାଫଳରେ ସେମାନେ ଦୁନିଆରେ ପ୍ରସିଦ୍ଧ ହୋଇପାରିବେ । ନିକଟରେ ଏହିଭଳି ଏକ ଉଦାହରଣ ପଞ୍ଜାବରେ ଦେଖିବା ଏବଂ ଶୁଣିବା ପାଇଁ ମିଳିଛି । ସେଠାରେ ଜଣେ କନ୍ୟା ବିବାହର ପ୍ରଥମ ରାତ୍ରି ପରେ ନିଜ ପତି ସହ ଜୀବନ ତମାମ ସାଥିରେ ରହିବା ପାଇଁ ମନା କରି ଦେଇଛନ୍ତି ।

ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଛି :

କେବଳ ଏତିକି ନୁହେଁ କନ୍ୟା ନିଜ ବରକୁ ଛାଡି ଦେଇଛି, ବରକୁ ଛାଡିବା ପାଇଁ ମଧ୍ୟ ଏହାର କାରଣ ଜଣାଇଛନ୍ତି । କାରଣ ଜାଣିବା ପରେ ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଛି । କଣ ପାଇଁ କନ୍ୟା ଏହିଭଳି କହିଛନ୍ତି ? ଲୋକେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ, ଡବବାଲି ବାସିନ୍ଦା ଜଣେ ପୁଅ ଚଣ୍ଡୀଗଡ଼ରେ ବିୟୁଟି ପାର୍ଲର ଚଳାଉଥିବା ଜଣେ ଝିଅ ସହ ବିବାହ କରିଥିଲା । ଦୁହିଁଙ୍କ ପ୍ରେମ ବିବାହ ହୋଇଥିଲା, ଏହି କାରଣରୁ ଝିଅଟିର ମାତାପିତା ବିବାହରେ ଯୋଗ ଦେଇ ନ ଥିଲେ ।

ଏହି ବିବାହ ଗୁରୁଦ୍ୱାରରେ ହୋଇଥିଲା, ଯେଉଁଠାରେ ଦୁଇ ପକ୍ଷର ସମ୍ପର୍କୀୟ ଉପସ୍ଥିତ ହୋଇଥିଲେ । ବିବାହ ପରେ ପୁଅ ଘରେ ବିବାହ ଭୋଜି ଆୟୋଜିତ ହୋଇଥିଲା ।ସବୁକିଛି ଠିକ ଚାଲିଥାଏ କିନ୍ତୁ ହଠାତ କନ୍ୟା ମାଇକ ଧରି ସମସ୍ତଙ୍କ ସାମ୍ନାରେ ଏହିଭଳି କିଛି କହିଥିଲେ ଯେ, ସେ ଏହି ବିବାହରେ ଖୁସି ନାହାଁନ୍ତି । ସେ ନିଜ ପତି ସହ ରହିବା ପାଇଁ ଚାହୁଁ ନାହାଁନ୍ତି । ଝିଅଟିର ଏହି କଥା ଶୁଣିବା ପରେ ସେଠାରେ ଉପସ୍ଥିତ ଜନତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ ଅଟେ କାରଣ ଦୁହିଁଙ୍କ ପ୍ରେମ ବିବାହ ହୋଇଥିଲା ।

ଝିଅଟି ଗୋଟିଏ ପତ୍ର ଲେଖି ପୋଲିସଙ୍କୁ ଦେଇଛନ୍ତି :

କିଛି ସମୟ ପରେ ସେଠାରେ ପୋଲିସ ପହଞ୍ଚିଥିଲେ । ପୋଲିସ ଘଟଣାକୁ ଶାନ୍ତ କରାଇଥିଲେ ଏବଂ ଝିଅଟିକୁ ବିବାହ ଭାଙ୍ଗିବାର ପ୍ରକୃତ ବିଷୟ ପଚାରିଥିଲେ । ଝିଅଟି ପୋଲିସକୁ କହିଥିଲେ, ସେ ପତିଙ୍କୁ ପସନ୍ଦ କରୁନାହାନ୍ତି ଏବଂ ସେ ଡବବାଲିରେ ରହିବା ପାଇଁ ଚାହୁଁ ନାହାଁନ୍ତି । ଝିଅଟି ଏକ ପତ୍ର ଲେଖି ପୋଲିସକୁ ଦେଇଛନ୍ତି ଏବଂ କହିଛନ୍ତି ତାଙ୍କୁ ଛାଡପତ୍ର ଦରକାର । ଏହା ଦେଖି ପୁଅଟି ଝିଅଟିକୁ ବହୁତ ବୁଝାଇବା ପାଇଁ ଚାହିଁଥିଲେ କିନ୍ତୁ ଝିଅଟି ରାଜି ହୋଇନଥିଲେ । କିଛି ସମୟ ପରେ ଝିଅଟି ନିଜ ପିତା ମାତାଙ୍କ ସହ ସେଠାରୁ ଚାଲି ଯାଇଥିଲେ ।