ଶ୍ରୀଦେବୀଙ୍କ ମୃତ୍ୟୁ ପରେ ସିଧା ଏହି କାରଣ ପାଇଁ ଅର୍ଜୁନ କପୁର ଦୁବାଇ ପହଞ୍ଚିଥିଲେ । ଖୋଲିଛି ରହସ୍ୟ ।

Spread the love

ଏହି ବ୍ୟକ୍ତିଙ୍କ ପରାମର୍ଶ କ୍ରମେ ଦୁବାଇ ଯିବା ପାଇଁ ଚିନ୍ତା କରିଥିଲେ ଅର୍ଜୁନ କପୁର ।

ବଲିଉଡ ଅଭିନେତା ଅର୍ଜୁନ କପୁର ବର୍ତ୍ତମାନ ଚର୍ଚ୍ଚାରେ ରହୁଛନ୍ତି । ତାଙ୍କର ଏବଂ ମଲାଇକାଙ୍କ ବିବାହର ଖବର ଚର୍ଚ୍ଚାରେ ରହିଛି । କିନ୍ତୁ ଏହି ଥର ଅର୍ଜୁନ ମଲାଇକାଙ୍କୁ ନେଇ ନୁହେଁ ଶ୍ରୀଦେବୀଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି । ସମସ୍ତେ ଜାଣନ୍ତି ଯେତେବେଳେ ବୋନୀ କପୁର, ଅର୍ଜୁନଙ୍କ ମାଆଙ୍କୁ ଛାଡି ଶ୍ରୀଦେବୀଙ୍କ ସହ ବିବାହ କରିଥିଲେ, ତାହା ପରେ ଅର୍ଜୁନ ବୋନିଙ୍କ ସହ ସମ୍ପର୍କ ରଖିଥିଲେ କିନ୍ତୁ ଶ୍ରୀଦେବୀଙ୍କ ସହ ସମ୍ପର୍କ ରଖିନଥିଲେ । କେବେ ମଧ୍ୟ ଅର୍ଜୁନ ଶ୍ରୀଦେବୀ, ନା ଜାନଭି ନା ଖୁସି କପୁରଙ୍କ ସହ ସମ୍ପର୍କ ରଖି ନଥିଲେ ।

କିନ୍ତୁ ଯେତେବେଳେ ଶ୍ରୀଦେବୀଙ୍କ ମୃତ୍ୟୁର ଖବର ଆସିଥିଲା, ସେହି ସମୟରେ ଅର୍ଜୁନ କପୁର ଦୁବାଇ ବାହାରି ଯାଇଥିଲେ । ସମସ୍ତେ ଏହି କଥା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ । କାରଣ ଅର୍ଜୁନ ନିଜ ପୁଅ ହେବାର କର୍ତ୍ତବ୍ୟ ପୁରା କରିଥିଲେ । ଶ୍ରୀଦେବୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେ ଦୁବାଇ ଯାଇ ବାପା ବୋନିଙ୍କ ସହ ରହିଥିଲେ । କହିବା ପାଇଁ ଚାହୁଁଛୁ; ଜାନଭି ଏବଂ ଖୁସି କପୁରଙ୍କ ସହ କୌଣସି ସମ୍ପର୍କ ରଖୁ ନଥିଲେ ଅର୍ଜୁନ । କିନ୍ତୁ ଶ୍ରୀ ଦେବୀଙ୍କ ମୃତ୍ୟୁ ପରେ ଦୁହିଁଙ୍କୁ ଭଉଣୀ ଭଳି ବ୍ୟବହାର କରିଥିଲେ । ସେହି ଦୁଃଖଦ ସମୟରେ ସବୁକିଛି ଭୁଲିଯାଇ ଦୁବାଇ କଣ ପାଇଁ ଯାଇଥିଲେ ଅର୍ଜୁନ ଏହି କଥା ସମସ୍ତେ ଜାଣନ୍ତି । ଏହି ରାହସ୍ୟ ଅର୍ଜୁନ କପୁର ବର୍ତ୍ତମାନ ଖୋଲିଛନ୍ତି ।

ସ୍ପଟବଏକୁ ଦେଇଥିବା ସାକ୍ଷାତକାରରେ ଅର୍ଜୁନ କପୁର କହିଛନ୍ତି; ଯେତେବେଳେ ମୋତେ ଖବର ମିଳିଥିଲା ଶ୍ରୀଦେବୀଙ୍କ ନିଧନ ହୋଇଯାଇଛି, ସେହି ସମୟରେ ମୁଁ ମୋ ମାଉସୀ ଅର୍ଚନା ସୌରୀଙ୍କ ସହ ମିଶିବା ପାଇଁ ଯାଇଥିଲି । ମୁଁ ତାଙ୍କ ସହ କଥାବାର୍ତ୍ତା ହୋଇଥିଲି, ସେ କହିଥିଲେ, “ଯାହା ହୃଦୟ କହୁଛି ତାହା ହିଁ କର” । ଏହା ପରେ ମୁଁ ମୋ ଭଉଣୀ ଅଂଶୁଲାଙ୍କ ସହ କଥାବାର୍ତ୍ତା ହୋଇଥିଲି । ଏହାପରେ ମୁଁ ବାପାଙ୍କ ପାଖକୁ ଦୁବାଇ ଯାଇଥିଲି ।

ଅର୍ଜୁନ କପୁର କହିଛନ୍ତି, ମୁଁ ଏବଂ ଅଂଶୁଲା ଦୁହେଁ ସର୍ବଦା ଜାନଭି ଏବଂ ଖୁସୀଙ୍କ ସହ ରହିଛୁ । ସେହି ସମୟ ଦୁହିଁଙ୍କ ପାଇଁ କଷ୍ଟର ସମୟ ଥିଲା । ମୁଁ ଖୁସି ଅଛି ଯେ, “ମୁଁ ମୋ ହୃଦୟ କଥା ଶୁଣିଥିଲି ।” ଏହା ଏପରି ଏକ ଦୁଃଖ ଯାହା ମୁଁ ମୋ ଶତ୍ରୁଙ୍କ ପାଇଁ ମଧ୍ୟ ମାଗିବି ନାହିଁ ।

ଅର୍ଜୁନ ଏହା ମଧ୍ୟ କହିଛନ୍ତି; ମୋ ମା ସର୍ବଦା ବୋନି କପୁରଙ୍କୁ ବହୁତ ଭଲ ପାଉଥିଲେ । ସେ ଚାହୁଁଥିଲେ ଯେତେବେଳେ ବାପା କୌଣସି ଅସୁବିଧାରେ ଥିବେ ସେହି ସମୟରେ ମୁଁ ବାପାଙ୍କ ପାଖରେ ରହିବି । ମୁଁ ନିଜେ ଅନୁଭବ କରିଥିଲି ଏହି ଦୁଃଖଦ ସମୟରେ ବାପାଙ୍କ ପାଖରେ ରହିବା । ତେଣୁ ଏହି ଘଡି ସନ୍ଧିରେ ମୁଁ ବାପାଙ୍କ ପାଖକୁ ଦୁବାଇ ଚାଲିଯାଇଥିଲି ।

ଯେତେବେଳେ ଅର୍ଜୁନ, କରଣ ଜୋହାରଙ୍କ ଶୋରେ ପହଞ୍ଚିଥିଲେ, ସେହି ସମୟରେ ଶ୍ରୀଦେବୀଙ୍କ ମୃତ୍ୟୁ ଖବରକୁ ନେଇ କହିଥିଲେ, ଶ୍ରୀଦେବୀଙ୍କ ମୃତ୍ୟୁ ଖବର ସବୁକିଛି ବଦଳାଇ ଦେଇଥିଲା । ମୁଁ କେବେ ମଧ୍ୟ ଚାହୁଁନି ଏପରି ଦୁଃଖଦ ଘଟଣା ମୋ ଶତ୍ରୁ ସହ ମଧ୍ୟ ହେଉ । ମୁଁ ଏବଂ ଅଂଶୁଲା ଯାହା ବି କରିଛୁ ତାହା ଆମ କର୍ତ୍ତବ୍ୟ ଥିଲା ।ଆମେ ଦୁହେଁ ଅନୁଭବ କରିଥଲୁ, ଏହି ଦୁଃଖଦ ସମୟରେ କୌଣସି ଲୋକ ସମ୍ପର୍କର ଦରକାର ହୋଇଥାଏ । କିନ୍ତୁ ଯେତେବେଳେ ଆମେ ଦୁହେଁ ଏପରି ପରିସ୍ଥିତିରେ ଥିଲୁ, ସେହି ସମୟରେ କେହି ଆମ ସାଥିରେ ନଥିଲେ । କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ, ସେହି ପ୍ରେମ ଏବଂ ସମ୍ପର୍କ ଖୁସୀ ଏବଂ ଯାନଭିଙ୍କୁ ଦେବୁ ନାହିଁ । ଯଦି ଆଜି ମାଆ ବଂଚି ରହିଥାନ୍ତେ; ତେବେ ସେ ମଧ୍ୟ ଚାହିଁଥାନ୍ତେ ମୁଁ ଜାନଭି ଏବଂ ଖୁସୀଙ୍କ ସାଥ ଦେବି ।