ଝିଅ ଜନ୍ମ ହେବା ପରେ ଏହି ଅଭିନେତା ଜଣକ ନିଜର ଚିନ୍ତା ବ୍ୟକ୍ତ କରିଛନ୍ତି ।

Spread the love

ଝିଅର ଜନ୍ମ ପରେ ଅଶ୍ୱିନ ମୁସରାନଙ୍କୁ ଏହି ଚିନ୍ତା ଘାରିଛି । ଟୁଇଟ୍ କରି ନିଜ ଚିନ୍ତା ବିଷୟରେ କହିଛନ୍ତି ।

ଟିଭି ଜଗତ ଏବଂ ବଲିଉଡରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ କିଣି ନେଇଥିବା ଅଶ୍ୱିନଙ୍କ ଘରେ ଏକ ଝିଅ ଜନ୍ମ ନେଇଛି । ଅଶ୍ୱିନଙ୍କ ପତ୍ନୀ ଏହି କନ୍ୟା ସନ୍ତାନକୁ ଜନ୍ମ ଦେଇ ଖୁସିରେ ଅଛନ୍ତି । ଝିଅର ଜନ୍ମ ପରେ ଅଶ୍ୱିନ ଏକ ସୁନ୍ଦର ଚିତ୍ର ସୋସିଆଲ ମିଡିଆରେ ସେୟାର କରି ଏହି ବିଷୟରେ ଦର୍ଶକଙ୍କୁ ଏହି ଖବର ଦେଇଛନ୍ତି ।

ଦର୍ଶକ ଏହି ଖବର ମିଳିବା ପରେ ଅଶ୍ୱିନଙ୍କ ପ୍ରଶଂସା କରିଛନ୍ତି । ଏହାପରେ ଅଶ୍ୱିନ ଦର୍ଶକଙ୍କୁ କୃତଜ୍ଞତା ଅର୍ପଣ କରି ନିଜ ଖୁସି ବ୍ୟକ୍ତ କରିଛନ୍ତି । କିନ୍ତୁ ପରେ ଏପରି କିଛି କହିଥିଲେ, ଯାହା ଶୁଣିବା ପରେ ଦର୍ଶକ ନିଜର ହସକୁ ରୋକି ପାରି ନଥିଲେ । ନିଜ ସୋସିଆଲ ମିଡିଆରେ ଅଶ୍ୱିନ ଲେଖିଛନ୍ତି; ମୋର ଝିଅ ଜନ୍ମ ହେବା ପରେ ଦର୍ଶକଙ୍କ ଠାରୁ ମିଳିଥିବା ଭଲ ପାଇବାର ଧନ୍ୟବାଦ ମୁଁ କିପରି ଅର୍ପଣ କରିବି ? ଆପଣମାନଙ୍କ ଶୁଭକାମନା ପାଇଁ “ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି ।”

ଏହା ପରେ ଅଶ୍ୱିନ ଏକ କୌତୁହଳ ଟୁଇଟ୍ କରି ଲେଖିଛନ୍ତି; ମୋତେ କେବଳ ଏହି କଥାର ଚିନ୍ତା ଘାରିଛି ଯେ, ଭବିଷ୍ୟତରେ ମୋ ଝିଅ ମୋତେ ବୃଦ୍ଧାଶ୍ରମ ପଠାଇ ନ ଦିଏ । ମୁଁ ମୋ ଝିଅ ସହ ଭଲରେ ରହିବା ପାଇଁ ଚାହୁଁଛି କାରଣ ଏପରି ସେ କିଛି ନ କରୁ ଏବଂ ଆମ୍ଭେମାନେ ମିଳିତ ସମସ୍ତଙ୍କର ଜନ୍ମଦିନ ପାଳନ କରିବୁ ।

କହିବା ପାଇଁ ଚାହୁଁଛୁ, ହୋଇଥାଇ ପରେ ଅଶ୍ୱିନଙ୍କ ଏହି ବିଷୟ କୌତୁକପୂର୍ଣ ହୋଇଥାଇ ପାରେ କିନ୍ତୁ ଆଜିକାଲି ଏହିପରି ପରିସ୍ଥିତି ଦୁନିଆରେ ଚାଲି ଆସୁଛି । ଯେଉଁ ଛୁଆଙ୍କୁ ପିତାମାତା ଲାଳନପାଳନ କରି ବୃଦ୍ଧ ସମୟର ସହାରା ଭାବିଥାନ୍ତି, ସେହି ଛୁଆମାନେ ପିତାମାତା ବୃଦ୍ଧ ହେବା ପରେ ସେମାନଙ୍କୁ ବୃଦ୍ଧାଶ୍ରମରେ ଛାଡି ଦିଅନ୍ତି । ନିଜ କାମ ବ୍ୟସ୍ତତା କାରଣରୁ ପିତାମାତାଙ୍କୁ ଅଣଦେଖା କରିଥାନ୍ତି ।

ଗତବର୍ଷ ଖ୍ରୀଷ୍ଟମାସ ଅବସରରେ ରେବେକା ଗର୍ଭବତୀ ଥିବା ଖବର ମିଳିଥିଲା । ସେ ସମୟରେ ମଧ୍ୟ ଅଶ୍ୱିନ ନିଜ ଗର୍ଭବତୀ ପତ୍ନୀଙ୍କ ସହ ନିଜ ଫୋଟ ସେୟାର କରିଥିଲେ ।ବର୍ତ୍ତମାନ ଅଶ୍ୱିନ ଟିଭି ଧାରାବହିକ “କୁଲଫି କୁମାର ବାଜେବାଲା”ରେ ଅଭିନୟ କରୁଛନ୍ତି । ଏହା ବ୍ୟତୀତ ଅଶ୍ୱିନ “ସଞ୍ଜୁ”, “ମୈ ତେରା ହିରୋ”, “ଲାଇଫ୍ ଇନ୍ ଏ ମେଟ୍ରୋ”, “କମ୍ବୋକ୍ତ ଇସ୍କ”, “ହମ ତୁମ ଔର ଘୋଷ୍ଟ”, “ଦେଶୀ ବଏଜ୍”, “ଏକ ଚାଳିଶ କି ଲାଷ୍ଟ ଲୋକଲ୍”, “ଲାଗେ ରହୋ ମୁନ୍ନା ଭାଇ” ଏବଂ “ଫେସନ” ପରି ଚଳଚିତ୍ରରେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିଛନ୍ତି ।