ବିବାହର ଗୋଟିଏ ବର୍ଷ ପରେ ପତିଙ୍କୁ ହରାଇଥିଲେ, ତାହା ପରେ ଶଶୁର ଘର ଲୋକ କଣ କଲେ ଜାଣିସାରିବା ପରେ ଆପଣଙ୍କ ଆଖିରୁ ଲିହ ନିଗିଡିଯିବ । ଜାଣନ୍ତୁ ଘଟଣା ।

Spread the love

ପୁଅର ବିବାହର ଏକ ବର୍ଷ ପରେ ହୋଇଥିଲା ତାହାର ମୃତ୍ୟୁ ଏହା ପରର ଶଶୁର ଘର ଲୋକ ବୋହୁର ଦିତୀୟ ବିବାହ କରିଦେଇଥିଲେ । ବେଳେବେଳେ ଜୀବରନେ କିଛି ଏମିତି ଘଟଣା ଶୁଣିବାକୁ ମିଳିଥାଏ । ଯାହା ଉପରେ ବିଶ୍ଵାସ କରିହୁଏନି । ୨୦୦୬ରେ ରାନୀ ମୁଖାର୍ଜୀ, ହେମା ମାଲିନୀ, ସଲ୍-ମାନ ଖାନ, ଜନ ଆବ୍ରହିମଙ୍କ ଅଭିନୀତ ଚଳଚିତ୍ର “ବାବୁଲ” ଆପଣ ନିଶ୍ଚୟ ଦେଖିଥିବେ । ଯେଉଁଥିରେ ସଲ୍ମାନ ଖାନ, ଅମିତାଭ ଓ ହେମା ମାଳିନୀଙ୍କ ପୁତ୍ରର ଭୂମିକାରେ ଅଭିନୟ କରିଥିଲେ । ସେଥିରେ ସଲମାନ ରାଣୀଙ୍କ ସହ ବିବାହ କରିଥିଲେ । କିନ୍ତୁ କିଛି ଦିନ ପରେ ସଲମାନଙ୍କ ମୃତ୍ୟୁ ହୋଇଯାଇଥିଲା । ପରେ ହେମା ଓ ଅମିତାଭ ରାଣୀଙ୍କ ଦ୍ଵିତୀୟ ବିବାହ କରାଇଥିଲେ ଓ ନିଜେ ଅମିତାଭ ରାଣୀଙ୍କ କନ୍ୟାଦାନ କରିଥିଲେ ।

ଏହି ଚଳଚିତ୍ରରେ ଯେଉଁ ସବୁ ଘଟଣା ଦେଖା ଯାଇଥିଲା ତାହା ସମାଜକୁ ଭଲ ସମ୍ବାଦ ଦେଇଥିଲା । କିନ୍ତୁ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯାହା ସବୁ ପଟଚିତ୍ରରେ ଦେଖାଯିବା କାହାଣୀ ଅସଲ ଜୀବନରେ ଘଟିଛି ତାହା ଶୁଣି ଆପଣ ଚକିତ ହୋଇଯିବେ । ବର୍ତମାନ ଜାଣନ୍ତୁ ପୁରା ଘଟଣା । ଉତ୍ତରାଖଣ୍ଡର ଡେହରାଡୁନ ସହରର ବାଲାବାଲା ଅଞ୍ଚଳର ଜଣେ ସହୃଦୟ ବ୍ୟକ୍ତି ନିଜ ବିଧବା ବୋହୁଙ୍କ ଦ୍ଵିତୀୟ ବିବାହ କରାଇଥିଲେ ନିଜ ବୋହୁଙ୍କର କନ୍ୟାଦାନ ନିଜେ ସେହି ବ୍ୟକ୍ତି କରିଥିଲେ ।

ବାଲାବାଲା ଅଞ୍ଚଳରର ରହୁଥିବା ବିଜୟଚନ୍ଦଙ୍କ ପୁଅ ସନ୍ଦିପଙ୍କ ବିବାହ ବର୍ଷ ୨୦୧୪ ରେ କବିତାଙ୍କ ସହ ହୋଇଥିଲା । ଦୁଈ ପରିବାର ବହୁତ ଖୁସି ଥିଲେ । କିନ୍ତୁ ହଠାତ ବିବାହର ଗୋଟିଏ ବର୍ଷ ପରେ ୨୦୧୫ରେ ସନ୍ଦୀପ୍ ଙ୍କ ଗୋଟିଏ ସଡକ ଦୃଘଟଣାରେ ମୃତ୍ୟୁ ହୋଇଯାଇଥିଲା । ପରେ କବିତା ନିଜ ମା’ଙ୍କ ଘରକୁ ଯିବା ପାଇଁ ମନ କରି ଦେଇଥିଲେ କିନ୍ତୁ ନିଜ ଶାଶୁ ଶଶୁରଙ୍କ ମୁହଁ ଦେଖି ରହି ଯାଇଥିଲେ । କବିତାଙ୍କୁ ଲାଗିଥିଲା ସେ ମାଆଙ୍କ ଘରକୁ ଯିବା ପରେ ଶାଶୁ ଶଶୁର ଏକୁଟିଆ ମାନେ କରିବେ । ଏହା ଭାବି କବିତା ମାଆଙ୍କ ଘରକୁ ନ ଯାଇ ଶାଶୁ ଶଶୁରଙ୍କ ଘରେ ରହି ଆସୁଥିଲେ । ବିବାହର ଗୋଟିଏ ବର୍ଷ ମଧ୍ୟରେ ନିଜ ପତିଙ୍କୁ ହରାଇଥିବାରୁ କବିତା ନିଜେ ଦୁଖରେ ଥିଲେ । କିନ୍ତୁ ନିଜ ଶାଶୁ ଶଶୁରଙ୍କ ସମନ୍ନାରେ କେବେ ମଧ୍ୟ ନିଜ ଦୁଖ ପ୍ରକାଶ କରୁନଥିଲେ । ସନ୍ଦୀପଙ୍କ ମୃତ୍ୟୁ ପରେ ଶାଶୁ ଶଶୁର କବିତାଙ୍କୁ ନିଜ ଝିଅଙ୍କ ପରି ବ୍ୟବହାର କରୁଥିଲେ । କିଛି ଦିନ ପରେ ଶାଶୁ ଶଶୁର କବିତାଙ୍କ ଦ୍ବିତୀୟ ବିବାହ କରିବା ପାଇଁ ଚିନ୍ତା କରିଥିଲେ । କିନ୍ତୁ ପୋଡଶୀ ଲୋକେ ବହୁତ ଥର କହିଥିଲେ କବିତାଙ୍କୁ ନିଜ ମାଆଙ୍କ ଘରକୁ ଫେରାଇ ଦିଅନ୍ତୁ ।

କିନ୍ତୁ କବିତାଙ୍କ ଶାଶୁ ଶଶୁର କୌଣସି ବି ଲୋକଙ୍କରକ କଥା ଶୁଣି ନଥିଲେ ନିଜ ଘରେ ନିଜ ଝିଅ ପରି ରଖିଥିଲେ । ପରେ କବିତାଙ୍କ ପାଇଁ ପୁଅ ଖୋଜିଥିଲେ ପରେ ଋଷିକେଶର ତେଜପଲ ସିଂହଙ୍କ ସହ ବିବାହ କରାଇଦେଇଥିଲେ । ବିଜୟଚନ୍ଦ ନିଜ ଝିଅଙ୍କ ପରି କବିତାକୁ କନ୍ୟାଦାନ କରି ବିଦାୟ କରିଥିଲେ । କହିବାକୁ ଚାହୁଁଛୁ ବିଜୟଚନ୍ଦ କହିଛନ୍ତି ପୁଅର ମୃତ୍ୟୁ ପରେ ବିଧବା ବୋହୁକୁ ଅଶୁଭ ଭାବି ନିଜ ବାପାଙ୍କ ଘରକୁ ପଠାଇବା ଅପେକ୍ଷା ନିଜ ଝିଅ ପରି ଭାବି କବିତାଙ୍କ ବିବାହ କରାଇଥିଲେ ।