ବିବାହ ପରେ ମଧ୍ୟ ଏହି ବଲିଉଡ ଅଭିନେତାଙ୍କ ଦ୍ଵିତୀୟ ପ୍ରେମ ସମ୍ପର୍କ ରହିଥିଲା । ବହୁତ ଅଭିନେତା ପ୍ରେମ ବିବାହ ମଧ୍ୟ କରିଥିଲେ ।

Spread the love

ବିବାହ ପରେ ମଧ୍ୟ ଏହି ଅଭିନେତାଙ୍କ ପ୍ରେମ ସମ୍ପର୍କ ରହିଥିଲା । ପତ୍ନୀଙ୍କୁ ଏହି ସମ୍ପର୍କ ବିଷୟରେ ଜଣାଥିଲା ।

ବଲିଉଡରେ ପ୍ରେମ, ବିବାହ ଏବଂ ଛାଡପତ୍ର ଏପରି ତିନୋଟି ଜିନିଷ ରହିଛି, ଯାହାକୁ ଲୋକେ ଅଧିକ ଗୁରୁତ୍ଵ ଦେଇନଥାନ୍ତି । ଏହି ଇଣ୍ଡଷ୍ଟ୍ରିରେ ଏପରି ଲୋକ ଅଛନ୍ତି ଯେଉଁମାନଙ୍କୁ ୬୦ ବର୍ଷ ବୟସରେ ମଧ୍ୟ ପ୍ରେମ ହୋଇଛି ଏବଂ କେହି ତାଙ୍କ ହାତ ଧରି ନିଜ ଠାରୁ ୨ ଗୁଣ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି । କେହି କେହି ବିବାହ ପରେ ପରେ ସମ୍ପର୍କ ଭାଙ୍ଗି ଦେଇଛନ୍ତି ତ କେହି କେହି ବିବାହର ଲମ୍ବା ସମୟ ପରେ ନିଜ ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ଲଗାଇଛନ୍ତି । କିଛି ଯୋଡି ଏପରି ଅଛନ୍ତି ଯେଉଁମାନେ ନିଜ ବୈବାହିକ ଜୀବନକୁ ସୂଚାରୁ ରୂପେ ତୁଲାଇ ଚାଲିଛନ୍ତି ।

ଏହା ସ୍ୱତେ ମଧ୍ୟ ବଲିଉଡରେ ପ୍ରେମ ସମ୍ପର୍କରେ ଅଭିନେତାମାନେ ଜଡିତ ହୋଇଛନ୍ତି । ଏପରି ଘଟଣା କେବଳ ଅବିବାହିତ ଅଭିନେତାଙ୍କ ସହ ନୁହେଁ ବରଂ ବିବାହିତ ଅଭିନେତା ମାନେ ମଧ୍ୟ ବିବାହିତ ଜୀବନରେ ଅନ୍ୟଜଣଙ୍କ ସହ ପ୍ରେମରେ ପଡିଛନ୍ତି ।

ଅଜୟ ଦେବଗନ :

ଅଜୟ ଦେଵଗାନ ଏବଂ କାଜଲଙ୍କୁ ବଲିଉଡରେ ପାୱାର ଯୋଡି ରୂପେ ସମସ୍ଥେ ଜାଣନ୍ତି । ପରଦା ଉପରେ ଯେପରି ସେମାନେ ନିଜର ସୁନ୍ଦର ଅଭିନୟ ଦେଖାଇଥାନ୍ତି, ସେହିପରି ଅସଲ ଜୀବନରେ ମଧ୍ୟ ଦୁହେଁ ଭଲ ଯୋଡି ଅଟନ୍ତି । ଏକ ସମୟ ଏପରି ଥିଲା ଅଜୟଙ୍କ ନାମ କାଙ୍ଗାନା ରଣବତଙ୍କ ସହ ଯୋଡି ହୋଇଥିଲା । କିନ୍ତୁ କାଜଲ, ଅଜୟଙ୍କୁ ସେହି ସମ୍ପର୍କରୁ ଦୁରେଇ ଯିବା ପାଇଁ କହିଥଲେ । ପରେ ଅଜୟ କାଙ୍ଗାନାଙ୍କ ଠାରୁ ଦୁରେଇ ଯାଇଥିଲେ ।

:

ଅକ୍ଷୟ କୁମାର :

ଖିଲାଡ଼ି କୁମାର ରୂପେ ପରିଚିତ ଅକ୍ଷୟଙ୍କ ବିବାହ ଟୁଇଙ୍କଲ୍ ଖାନାଙ୍କ ସହ ହୋଇଛି । କିନ୍ତୁ ଅକ୍ଷୟଙ୍କ ନାମ ବିବାହ ପୂର୍ବରୁ ଏବଂ ବିବାହ ପରେ ମଧ୍ୟ ଅନେକ ଅଭିନେତ୍ରୀଙ୍କ ସହ ଯୋଡି ହୋଇଛି । ବିବାହ ପରେ ଅକ୍ଷୟଙ୍କ ନାମ ପ୍ରିୟଙ୍କାଙ୍କ ସହ ଯୋଡି ଥିଲା । କିନ୍ତୁ ନିଜ ବିବାହ ସମ୍ପର୍କକୁ ବଞ୍ଚାଇବା ପାଇଁ ଯାଇ ଅକ୍ଷୟ, ପ୍ରିୟଙ୍କାଙ୍କ ଠାରୁ ଦୁରେଇ ଯାଇଥିଲେ । ଅକ୍ଷୟ ଟୁଇଙ୍କଲଙ୍କୁ କରିଥିବା ପ୍ରତିଜ୍ଞା ଯୋଗୁଁ ଅକ୍ଷୟ ଏବଂ ପ୍ରିୟଙ୍କା ବର୍ତ୍ତମାନ ଏକତ୍ର କୌଣସି ଚଳଚିତ୍ରରେ ଦେଖିବା ପାଇଁ ମିଳୁ ନାହାନ୍ତି ।

ସାରୁଖାନ :

ସାରୁଖ ଏବଂ ଗୌରୀ ଖାନ୍ ଙ୍କ ପ୍ରେମ କାହାଣୀ ଆପଣମାନେ ନିଶ୍ଚୟ ଜାଣିଥିବେ । ବଲିଉଡରେ ପାଦ ଦେବା ପୂର୍ବରୁ ହିଁ ଦୁହେଁ ଏକତ୍ର ରହିଆସିଛନ୍ତି । କିନ୍ତୁ ଏପରି ଏକ ସମୟ ଥିଲା ଯେଉଁ ସମୟରେ ସାରୁଖଙ୍କ ନାମ ପ୍ରିୟଙ୍କା ଚୋପ୍ରାଙ୍କ ସହ ଯୋଡି ହୋଇଥିଲା । ଯେତେବେଳେ ପ୍ରିୟଙ୍କାଙ୍କୁ ତାଙ୍କ ପ୍ରେମୀକଙ୍କ ବିଷୟରେ ପଚରାଯାଇ ଥିଲା, ସେହି ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା । ପ୍ରିୟଙ୍କା ଏକ ଚମଡା ଜ୍ୟାକେଟ ଦେଖାଇ ଥିଲେ ଯାହା ସାରୁଖ ଖାନ୍ ଙ୍କ ଅଟେ ।

ଅମିତାଭ ବଚ୍ଚନ :

ଏକ ସମୟରେ ଅମିତାଭ ଏବଂ ରେଖାଙ୍କ ପ୍ରେମ କାହାଣୀ ଖୁବ୍ ଚର୍ଚ୍ଚାର ବିଷୟ ହୋଇଥିଲା । ଜୟାଙ୍କ ସହ ବିବାହ ପରେ ଦୁହିଁଙ୍କ ସମ୍ପର୍କ ଲୋକଙ୍କ ସାମ୍ନାକୁ ଆସିଥିଲା ।ଏହି ସମ୍ପର୍କ ବିଷୟରେ ଜୟା ମଧ୍ୟ ଜାଣିଥିଲେ । ଏକ ରାତିରେ ଜୟା ରେଖାଙ୍କୁ ଘରକୁ ଡାକି ରାତ୍ରି ଭୋଜନ କରାଇଥିଲେ ଏବଂ ଏପରି କିଛି କହିଥିଲେ, ଯାହାପରେ ରେଖା, ଅମିତାଭଙ୍କ ଠାରୁ ଧୀରେ ଧୀରେ ଦୁରେଇ ଯାଇଥିଲେ ।

ଶତ୍ରୁଘନ ସିହ୍ନା :

ଶତ୍ରୁଘନ ଏବଂ ରୀନା ରାୟଙ୍କ ପ୍ରେମ କାହାଣୀର ଚର୍ଚା ଖୁବ ଚାଲୁଥିଲା । କିନ୍ତୁ ଦୁହିଁଙ୍କ ବିବାହ ହୋଇପାରି ନଥିଲା । ଶତ୍ରୁଘନଙ୍କ ବିବାହ ପୁନମଙ୍କ ସହ ହେବା ପରେ ମଧ୍ୟ ଶତ୍ରୁଘନ ରୀନା ରାୟଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ । ଦୁହିଁଙ୍କୁ ପୁନମ ଅନେକ ଥର ଏକତ୍ର ଦେଖିଛନ୍ତି ।