ବିବାହ ପରେ ଏହି ୧୦ଟି ଜିନିଷ ପାଇଁ ସର୍ବଦା ମାଆଙ୍କୁ ମନେ ପଡ଼ିଥାଏ । ଆମ ଲେଖାଟି ପଢିବା ପରେ ଆପଣ ନିଶ୍ଚିନ୍ତ ବିଶ୍ୱାସ କରି ପାରିବେ ।

Spread the love

ଗୋଟିଏ ଝିଅର ଜୀବନରେ ମାଆଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଯେତେବେଳେ ଝିଅଟି ବିବାହ ହୋଇ ଶାଶୁ ଘରକୁ ଯାଏ, ସେହି ସମୟରେ ହିଁ ଝିଅ ମାଆଙ୍କ କଥା ବେଶୀ ମନେ ପକାନ୍ତି ।

ଝିଅ ଜନମ ପର ଘରକୁ, ଶୁଣିଥିବେ ଏହି ଲୋକକଥା । କିନ୍ତୁ ବିବାହ ପରେ ଝିଅ ଶାଶୁ ଘରକୁ ଯିବା ହିଁ ସବୁ ଠାରୁ ଦୁଃଖର ସମୟ ହୋଇଥାଏ । ବିବାହ କରି ନୂଆ ଜୀବନ ଆରମ୍ଭ କରନ୍ତି କିନ୍ତୁ ପଛରେ ନିଜର ସେହି ସମ୍ପର୍କକୁ ଛାଡ଼ି ଚାଲି ଆସନ୍ତି ଯାହାଙ୍କ ସହ ଆପଣ (ଝିଅମାନେ) ନିଜ ଭଲ ସମୟ ବିତାଇଥାନ୍ତି । ଏହା ଜୀବନରେ ସତ୍ୟ ଅଟେ । ବାପା ମାଆଙ୍କ ସ୍ଥାନ କେହି କେବେ ନେଇ ପାରିନାହାଁନ୍ତି । କହିବାକୁ ଗଲେ ଜଣେ ଝିଅଙ୍କ ଜୀବନରେ ନିଜ ମାଆଙ୍କ ଅବଦାନ ବେଶୀ ଗୁରୁତ୍ୱପୂର୍ଣ ଅଟେ ।ଏହା ନିଜେ ଝିଅଟି ବିବାହ ପରେ ଜାଣି ପାରିଥାଏ । ଶାଶୁ ଘରକୁ ଯିବାପରେ ଝିଅଟି ଜାଣି ପରିଥାଏ, ଯେ ମାଆ ତା’ପାଇଁ କେତେ କଣ କରିଥାନ୍ତି । ଆସନ୍ତୁ ଜାଣିବା ବିବାହ ପରେ ଝିଅଟି କିପରି ନିଜ ମାଆଙ୍କୁ ମନେ ପକାଇଥାଏ ।

୧) ରବିବାର ଦିନ କିଏ ମୁଣ୍ଡ ଆଉଁଶି ଥାଏ ?

ଯେତେବେଳେ ରବିବାର ଆସିଥାଏ, ମାଆ ବିନା ଆପଣଙ୍କ ଇଚ୍ଛା ସ୍ୱତେ ଆପଣଙ୍କ କେଶରେ ତେଲ ଲଗାଇଥାନ୍ତି ଓ ଆପଣ ମାଆଙ୍କୁ ପଛନ୍ତି କଣ ମୋ କେଶ ପୁଣି ଥରେ ସୁନ୍ଦର ଦେଖା ଯାଇପାରିବ ।

୨) ଯେତେବେଳେ ଆପଣଙ୍କୁ ନିଜ ମନ ପସନ୍ଦର ଖାଦ୍ୟ ଖାଇବାକୁ ଇଛା ଥାଏ ?

ଆପଣଙ୍କ ମନ ମୁତାବକ ଖାଦ୍ୟ ପାଇଁ ମାଆଙ୍କୁ କହିଲେ, ସେ ତୁରନ୍ତ ଆପଣଙ୍କ ପାଇଁ ଭଲ ଖାଦ୍ୟ ପ୍ରସ୍ତୁତ କରି ଆପଙ୍କକୁ ଖାଇବାକୁ ଦେଉଥିଲେ ।

୩) ଯେତେବେଳେ ଆପଣଙ୍କ ପୋଷାକ ଆପଣଙ୍କୁ ମିଳୁ ନ ଥିଲା :

ପିଲାଙ୍କ ଦ୍ୱାରା ଜିନିଷ ହଜି ଗଲେ, ମାଆ ସେହି ଜିନିଷକୁ ତୁରନ୍ତ ଖୋଜି ଆଣନ୍ତି । ଯେତେବେଳେ ଆପଣ ପାର୍ଟି କରିବାକୁ ଯାଉଥିଲେ କିନ୍ତୁ ଆପଣଙ୍କୁ ଆପଣଙ୍କ ପସନ୍ଦର ପୋଷାକ ମିଳୁ ନଥିଲା । ମାଆଙ୍କୁ କହିଲେ, ସେ ତୁରନ୍ତ ସେହି ପୋଷାକ ଖୋଜି ଆଣୁଥିଲେ ।

୪) ସକାଳେ ଯେତେବେଳେ ଆପଣଙ୍କ ଆଲରମ୍ ବାଜୁଥିଲା କିନ୍ତୁ ଆପଣ ନିଜ ମାଆଙ୍କ ଡାକରେ ହିଁ ବିଛଣାରୁ ଉଠୁଥିଲେ :

ପିଲାବେଳୁ ହିଁ ମାଆ ଆମମାନଙ୍କ ପାଇଁ ଆଲରମ୍ ଘଡି ସାଜି ଆସିଛନ୍ତି । ଆଲରମ୍ ରେ ଟାଇମ୍ ସେଟ୍ କରିବା ପରେ ମଧ୍ୟ ଆପଣ ମାଆଙ୍କ ଡାକରେ ହିଁ ବିଛଣା ଛାଡ଼ୁଥିଲେ ।

୫) ପୋଷାକ କିମ୍ବା ସାଜଶଯ୍ୟା ପାଇଁ ମାଆଙ୍କୁ ମନେ ପକାନ୍ତି :

ଯେତେବେଳେ ଆପଣଙ୍କୁ କେଉଁଠିକି ଯିବାକୁ ପଡିବେ, ତେବେ ଉପଦେଶ ନେବା ପାଇଁ ଆପଣ ନିଜ ମାଆଙ୍କୁ ହିଁ ମନେ ପକାନ୍ତି । ଅର୍ଥାତ ମାଆଙ୍କ ଠାରୁ ଉପଦେଶ ନେଉଥିଲେ ।

୬) ଯେତେବେଳେ ଆପଣଙ୍କୁ ମନେପଡ଼େ ମାଆଙ୍କ ହାତ ରନ୍ଧା ଖାଦ୍ୟ :

ବାହାର ଖାଇବା ଯେତେ ମଧ୍ୟ ସୁସ୍ୱାଦୁ ହୋଇଥାଉ ନା କାହିଁକି ମାଆଙ୍କ ହାତ ରନ୍ଧା ଖାଦ୍ୟ ହିଁ ନିଆରା ଅଟେ । ହୋଟେଲରେ ଖାଇବା ସମୟରେ ହେଉ କିମ୍ବା ନିଜେ ଖାଦ୍ୟ ରାନ୍ଧୁଥିବା ସମୟରେ ମାଆଙ୍କ କଥା ବହୁ ମନେ ପଡ଼େ ।

୭) ଯେତେବେଳେ ଆପଣ ଅସୁସ୍ଥ ଥାନ୍ତି :

ଅସୁସ୍ଥତା ସମୟରେ ମାଆଙ୍କ ଠାରୁ ଭଲ କେହି ନୁହଁନ୍ତି । ହଲକ୍କା ମୁଣ୍ଡ ବ୍ୟଥା ହେଉ କିମ୍ବା ହଲକା ଫୁଲକା ଜ୍ୱର ହେଉ ମା’ ସେବା କରିବାରେ ବିଳମ୍ବ କରୁନଥିଲେ ।ବିବାହ ପରେ ଆପଣ ଅସୁସ୍ଥ ହେଲେ ମାଆଙ୍କ କଥା ନିଶ୍ଚିନ୍ତ ମନେ ପଡୁଥିବ ।

୮) ଯେତେବେଳେ ମାଆ ଝିଅର ଛୋଟରୁ ଛୋଟ କଥା ମଧ୍ୟ ଜାଣିଥାନ୍ତି :

ଜଣେ ଝିଅଙ୍କର ସବୁଠୁ ଭଲ ସାଙ୍ଗ ନିଜ ମାଆ ହିଁ ହୋଇଥାନ୍ତି । ମାଆ ହିଁ ସେହି ବ୍ୟକ୍ତି ହୋଇଥାନ୍ତି ଯେ, ଝିଅର ସବୁ ଛୋଟରୁ ଛୋଟ କଥା ମଧ୍ୟ ଜାଣିଥାନ୍ତି । ମାଆଙ୍କ ସହ ସମୟ ବିତାଇବା ବହୁ ଖୁସିର ମୁହୂର୍ତ୍ତ ଅଟେ ।

୯) ଯେତେବେଳେ ଆପଣଙ୍କୁ ଵହୁତ ଗୁଡିଏ କଥା ହେବା ପାଇଁ ଇଚ୍ଛା ହୁଏ :

ମନେଥିବା ଛୁଟିର ସେହି ଦିନ ଗୁଡିକ ଯେତେବେଳେ ଆପଣ ଖାଇବା ସମୟରେ ମାଆଙ୍କ ସହ ଖୁବ୍ ଗପୁ ଥିବେ । ମାଆଙ୍କ ସହ ଗପୁ ଥିବା ସମୟରେ ଦିନ ରାତି ମଧ୍ୟ ଆପଙ୍କକୁ ଜଣା ପଡୁନଥିଲା ।

୧୦) ଯେତେବେଳେ ଆପଣ କେବଳ ନିଜ ମାଆଙ୍କ ସହ ରହିବା ପାଇଁ ପସନ୍ଦ କରୁଥିବେ :

ବିବାହ ପରେ ଝିଅମାନେ ନିଜ ମାଆଙ୍କୁ ବହୁ ମନେ ପକାନ୍ତି । ବହୁ ସମୟରେ ଝିଅମାନେ ମାଆଙ୍କ ପାଖରେ ରହିବାକୁ ପସନ୍ଦ କରନ୍ତି । ମାଆ ସବୁ ପରିସ୍ଥିତିରେ ଆପଣଙ୍କ ସହ ଛିଡା ହୋଇଥାନ୍ତି । କିନ୍ତୁ ବିବାହ ପରେ ଯେତେବେଳେ ଆମ ପାଖରେ ଏପରି ପରିସ୍ଥିତିରେ ମାଆ ପାଖରେ ନା ଥାନ୍ତି; ତେବେ ମାଆଙ୍କ କଥା ଭାରି ମନେ ପଡ଼େ ।