ଘର ଛାଡି ଚାଲି ଯାଇଥିବା ଝିଅଟି ସହ ଅଟୋ ଡ୍ରାଇଭର ଓ ତାଙ୍କ ପୁଅ କଣ କଲେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ଆପଣମାନେ ଜାଣି ଥିବେ ଆଜି କାଲି ଛୋଟୋ ଛୋଟୋ କଥାରେ ସମ୍ପର୍କ ଭାଙ୍ଗି ଯାଇଥାଏ । ଲୋକେ ଅଜାଣତରେ କିଛି ଏମିତି ଭୁଲ କରିବସନ୍ତି ଯାହା ଫଳରେ ସାରା ଜୀବନ ପସ୍ତେଇବା ପାଇଁ ପଡିଥାଏ । ଆଜି ଆପଣଙ୍କୁ ଏପରି ଗୋଟିଏ ଘଟଣା ବିଷୟରେ ଜଣାଇବୁ ଯାହା ଜାଣି ସାରିବା ପରେ ଆପଣ ସେହି ଦୁଇ ବ୍ୟକ୍ତିଙ୍କୁ ପ୍ରଶଂସା ନ କରି ରହି ପରିବେନି । ଜାଣନ୍ତୁ କିପରି ଦୁଇ ଜଣ ବ୍ୟକ୍ତିଙ୍କ ପାଇଁ ଗୋଟିଏ ନାବାଳିକାର ଜୀବନ ନର୍କରୁ ବଞ୍ଚି ଯାଇଥିଲା ।

ଦିଲ୍ଲୀ ୧୫ ଡିସେମ୍ବରର ଏହି ଘଟଣା ଜଣେ ଅଟୋ ଡ୍ରାଇଭର ଓ ସେହି ଅଟୋ ଡ୍ରାଇବେରଙ୍କ ପୁଅଙ୍କ ସଚେତନା ଫଳରେ ଗୋଟିଏ ନାବାଳିକା ଝିଅଙ୍କୁ ନୂଆ ଜୀବନ ମିଳିଯାଇଛି । ପୁଲିସର କହିବ ଅନୁସାରେ ୧୭ ବର୍ଷ ବୟସର ଝିଅଙ୍କୁ ପ୍ରତାପଗଡ ଅଞ୍ଚଳରେ କିଛି ଅସାମାଜିକ ବ୍ୟକ୍ତି ହଇରାଣ କରୁଥିଲେ ଯାହା ଫଳରେ ଝିଅଟି ଟ୍ରେନ୍ ରେ ନୂଆଦିଲ୍ଲୀ ଚାଲି ଯାଇଥିଲେ । ସେଠାରେ ପ୍ରଥମେ ଝିଅଟି ଗୋଟିଏ ଅଟୋ ରିଜର୍ଭ କରିଥିଲେ, ପରେ ସେହି ଅଟୋରେ ସାରା ଦିନ ମନ୍ଦିରଗୁଡିକ ବୁଲୁଥିଲେ । ପରେ ବଙ୍ଗାଳୀ ମାର୍କେଟରେ କିଛି ଖାଇଥିଲେ । ଏବଂ ତାପରେ ଅଟୋ ଡ୍ରାଇଭର ଜଣକ ସେଠାରେ ସେହି ଝିଅଟିକୁ ଛାଡି ନିଜ ଘରକୁ ଫେରି ଯାଇଥିଲେ ଓ ନିଜ ସ୍ତ୍ରୀ ଓ ପୁଅଙ୍କୁ ଘଟଣା ବିଷୟରେ କହିଥିଲେ ।

ପୁଅ ବାପଙ୍କୁ ଉପଦେଶ ଦେଇଥିଲେ :

ପିତା ପଦ୍ମପାଲ୍ ଙ୍କ କଥା ଶୁଣି ପୁଅ କହିଲେ ବାପା ଆପଣ ଭୁଲ କରିଛନ୍ତି, ଆପଣ ସେହି ଝିଅଟିକୁ ଛାଡି ଆସି ବାର ନଥିଲା, ପରେ ବାପା ପୁଅ ମିଶି ସେହି ନାବାଳିକ ଝିଅର ସନ୍ଧାନରେ ବଙ୍ଗାଳୀ ମାର୍କେଟ ଯାଇପହଞ୍ଚିଲେ । ବହୁତ ସମୟ ଖୋଜ ଖୋଜି କରିବା ପରେ ରାତି ୯ଟା ସମୟରେ ଦେଖିଲେ ଝିଅଟି ଗୋଟିଏ ଦୋକାନରେ ଏକୁଟିଆ ବସିଛି । ପରେ ବାପା ପୁଅ ମିଶି ଦିଲ୍ଲୀ ପୁଲିସକୁ ସୂଚନା ଦେଇଥିଲେ ବାରଖମ୍ବା ପୁଲିସ ଝିଅଟି ପାଖରେ ପହଞ୍ଚିଥିଲେ ଓ ପରେ ଝିଅଟି ଠାରୁ ସମସ୍ତ ଘଟଣା ଜାଣିବାକୁ ଚେଷ୍ଟା କରିଥିଲେ ଝିଅଟି ସବୁ କଥା ସତ କହିଥିଲା । ପୁଲିସ ଅନୁସାରେ ଝିଅଟି ସହ ଅସଦାଚରଣ ହୋଇଥିଲା ଓ ନିଜ ପରିବାରରେ ମଧ୍ୟ କିଛି ଅସୁବିଧା ହୋଇଥିଲା । ସେଥିପାଇଁ ଝିଅଟି ଦିଲ୍ଲୀ ଚାଲି ଆସିଥିଲା ।

୧୬ ଡିସେମ୍ବରର ଠିକ ଗୋଟିଏ ଦିନ ପୂର୍ବରୁ ଜଣେ ଅଟୋ ଡ୍ରାଇଭର ଓ ତାଙ୍କ ପୁଅଟିର ସଚେତନା ଫଳରେ ଠିକ୍ ସମୟରେ ନାବାଳିକ ଝିଅଟିର ଜୀବନ ନର୍କ ଯିବାରୁ ବଞ୍ଚି ଯାଇଥିଲା ।

ଏହି ଅଟୋ ଡ୍ରାଇଭର ଓ ତାଙ୍କ ପୁଅଙ୍କ ବିଷୟରେ ଆପଣଙ୍କ ଧାରଣା କଣ ଅଟେ ତଳେ Comment କରନ୍ତୁ ।