ଘରୁ ଚାଲି ଯାଇ ବିବାହ କରିଥିଲେ ଏବଂ ପରେ ବଲିଉଡ ଅଭିନେତ୍ରୀଙ୍କ ସହ ପ୍ରେମ ହୋଇଥିଲା । ୧୮ ବର୍ଷ ପରେ ଘଟଣା ସାମ୍ନାକୁ ଆସିଛି ।

Spread the love

କେବଳ ଏହି କାରଣ ପାଇଁ ସୌରଭ ଗାଙ୍ଗୁଲୀ ଓ ନଗମା ଅଲଗା ହେବା ପାଇଁ ନିସ୍ପତି ନେଇଥିଲେ ।

ବଲିଉଡ଼୍ ଓ କ୍ରିକେଟର୍ ସମ୍ପର୍କ ବହୁତ ପୁରୁଣା ଅଟେ । ଏନେକ ଏମିତି ଘଟଣା ହୋଇଛି ଯେଉଁଥିରେ ବଲିଉଡ଼୍ ଓ କ୍ରିକେଟ ଜଗତର ତାରକାମାନେ ପ୍ରଥମେ ପ୍ରେମ ଓ ପରେ ବିବାହ ବନ୍ଧନରେ ଯୋଡି ହୋଇଛନ୍ତି । ବିରାଟ–ଅନୁଷ୍ଖା, ହରଭଜନ-ଗୀତା ବସରା, ଯୁବରାଜ୍ ସିଂହ ଓ ହେଜଲ୍ କୋଚି ପରି ଅନେକ ତାରକା ପ୍ରଥମେ ପ୍ରେମ ଓ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । କହିବା ପାଇଁ ଚାହୁଞ୍ଚୁ; ଭାରତୀୟ କ୍ରିକେଟ ଜଗତର ଜଣାଶୁଣା କ୍ରିକେଟର୍ ସୌରଭ ଗାଙ୍ଗୁଲୀଙ୍କ ନାମ ମଧ୍ୟ ଏକଦା ବଲିଉଡର ଅଭିନେତ୍ରୀଙ୍କ ସହ ଯୋଡି ହୋଇଥିଲା । କିନ୍ତୁ ସେମାନଙ୍କର ସେହି ପ୍ରେମ କାହାଣୀ ବିବାହରେ ପରିଣତ ହୋଇପାରି ନଥିଲା ।

କହିବା ପାଇଁ ଚାହୁଞ୍ଚୁ; ଗାଙ୍ଗୁଲିଙ୍କ ନିଜସ୍ଵ ବ୍ୟକ୍ତିଗତ ଜୀବନ ଶୈଳୀ, ସେ ସର୍ବଦା ଚର୍ଚ୍ଚିତ ରୁହନ୍ତି । ୧୯୯୬ ମସିହାରେ ସୌରଭ ଗାଙ୍ଗୁଲୀ ନିଜ ପରିବାର ବିରୁଦ୍ଧରେ ଯାଇ ଡୋନା ରାୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଯାଇ ଥିଲେ, ଯାହା ଫଳରେ ଗାଙ୍ଗୁଲିଙ୍କ ଜୀବନରେ ଏକ ପରିବର୍ତ୍ତନ ଆସିଥିଲା । କହିବା ପାଇଁ ଚାହୁଞ୍ଚୁ; ଡୋନା ରାୟ ଗାଙ୍ଗୁଲିଙ୍କ ପଡୋଶୀ ଅଟନ୍ତି । ସେହି ସମୟରେ ହିଁ ସୌରଭଙ୍କ ନାମ ବଲିଉଡ ଅଭିନେତ୍ରୀ ନଗମାଙ୍କ ସହ ଯୋଡା ହେଉଥିଲା । ନଗମା ଓ ସୌରଭ ୧୯୯୯ ମସିହାରେ ବିଶ୍ଵକପ ସମୟରେ ମିଶିଥିଲେ । ଦୁହେଁ ପରସ୍ପରକୁ ଅନେକ ଥର ସାକ୍ଷାତ କରିଥିଲେ । ସେହି ସମୟରେ ସୌରଭ ନିଜ ବିବାହ ଓ ବଲିଉଡ ଅଭିନେତ୍ରୀଙ୍କ ସହ ସାକ୍ଷାତକୁ ନେଇ ବହୁତ ଚର୍ଚ୍ଚାରେ ରହିଥିଲେ ।

ସୌରଭ ଗାଙ୍ଗୁଲୀ ଓ ନଗମାଙ୍କ ପ୍ରେମ :

ବଲିଉଡରୁ ବାହାରି ରାଜନୀତିରେ ପଦ ରଖିଥିବା ନଗମା ଓ ସୌରଭ ଗାଙ୍ଗୁଲିଙ୍କ ପ୍ରେମ ସମ୍ପର୍କର ଚର୍ଚ୍ଚା ଚାରିଆଡେ ଚାଲିଥିଲା । କିନ୍ତୁ କେହି ମଧ୍ୟ ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ କୌଣସି ଟିପ୍ପଣୀ କରି ନାହାନ୍ତି । ବର୍ତ୍ତମାନ ୧୮ ବର୍ଷ ପରେ ନଗମା ଏକ ସାକ୍ଷାତକାର ସମୟରେ ନିଜର ଓ ସୌରଭ ଗାଙ୍ଗୁଳୀଙ୍କ ସମ୍ପର୍କ ବିଷୟରେ ମୁହଁ ଖୋଲି କହିଛନ୍ତି; କିପରି ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କରେ ବିରାମ ଚିହ୍ନ ଲାଗିଥିଲା ।

କହିବା ପାଇଁ ଚାହୁଞ୍ଚ୍ଗୁ; ନଗମାଙ୍କ ନାମ ସେହି ସମୟରେ ଯୋଡା ହୋଇଥିଲା, ଯେଉଁ ସମୟରେ ଗାଙ୍ଗୁଲୀ ଭାରତୀୟ ଦଳର ଅଧିନୟକ ଥିଲେ । ନଗମା ନିଜ ସାକ୍ଷାତକାରରେ କହିଛନ୍ତି, ଆମ ଦୁହିଁଙ୍କ ବିଷୟରେ ଅନେକ କିଛି କୁହାଯାଇଛି କିନ୍ତୁ ଆମେ ଦୁହେଁ କେବେ ମଧ୍ୟ ମନା କରିନାହୁଁ । ଯେତେବେଳେ ଆମ ମୁହଁରୁ କେହି କିଛି ଶୁଣି ନଥିଲେ, ସେହି ସମୟରେ ଯିଏ ଯାହା ପାରିଲା କହି ଚାଲିଥିଲା । ନଗମାଙ୍କ ଅନୁସାରେ ୨୦୦୦ ମସିହାରେ ଯେତେବେଳେ ଗାଙ୍ଗୁଲିଙ୍କ ନିଜ କ୍ୟାରିୟରର ଶୀର୍ଷରେ ଥିଲେ, ସେହି ସମୟରେ ପ୍ରଶଂସକ ଦଳର ହାରକୁ ସ୍ଵୀକାର କରି ପାରୁ ନଥିଲେ । ଏହାର ପ୍ରଭାବ ଆମ ସମ୍ପର୍କ ଉପରେ ପଡିଥିଲା ।

ନଗମା କହିଛନ୍ତି ସେହି ସମୟରେ ଅନେକ ଘଟଣାବଳୀ ସହ ଗାଙ୍ଗୁଲିଙ୍କ କ୍ୟାରିୟର ବାଜି ଲାଗିଥିଲା । ଏଥିପାଇଁ ଆମକୁ ଆମ ସମ୍ପର୍କକୁ ନେଇ କିଛି ନା କିଛି ସିଦ୍ଧାନ୍ତ ନେଇ ଅଲଗା ହେବା ପାଇଁ ପଡିଥିଲା । ସେହି ସମୟରେ ଗାଙ୍ଗୁଲି ନିଜ ଖେଳ ଉପରେ ଧ୍ୟାନ ଦେବା ଜରୁରୀ ଥିଲା । ନଗମା କହିଛନ୍ତି, ଏଠାରେ ନିଜ ଗର୍ବକୁ ଜୋର ଦେବା ଅପେକ୍ଷା କୌଣସି ଜଣକୁ ବହୁତ ଗୁଡିଏ ବୋଝ ଉଠାଇବାର ଥିଲା । ସର୍ବଦା ବଡ ଫାଇଦା ପାଇଁ ଛୋଟ ଫାଇଦାକୁ ଜଳାଞ୍ଜଳି ଦେବା ପାଇଁ ପଡିଥାଏ ।

ନଗମା ଆହୁରି ମଧ୍ୟ କହିଛନ୍ତି; ଗାଙ୍ଗୁଲିଙ୍କ ମତ ଏକଦମ୍ ଠିକ ଥିଲା କିନ୍ତୁ ସେହି ସମୟରେ ପ୍ରଶଂସକଙ୍କର ଏପରି ବ୍ୟବହାର ଦେଖି ମୁଁ ଚକିତ ହୋଇ ଯାଇଥିଲି । ନଗମାଙ୍କ ଅନୁସାରେ ଭାରତୀୟ ପ୍ରଶଂସକ କୌଣସି କ୍ରିକେଟରଙ୍କ ବ୍ୟକ୍ତିଗତ ଓ କାର୍ଯ୍ୟରତ ଜୀବନକୁ ବିଝୁପାରନ୍ତି ନାହିଁ । ନଗମା ଏହା ମଧ୍ୟ କହିଛନ୍ତି, ଯଦି ପଡିଆରେ ପ୍ରଦର୍ଶନ ଖରାପ ହୋଇଥାଏ, ତା’ହେଲେ ଲୋକେ କ୍ରିକେଟରଙ୍କ ସମ୍ପର୍କକୁ ଦୋଷ ଦେଇଥାନ୍ତି ଏବଂ ଏହା ହିଁ କାରଣ ଥିଲା ଯାହାଫଳରେ ଆମେ ଦୁହେଁ ପରସ୍ପର ବୁଝାମଣାରେ ସମ୍ପର୍କକୁ ଭାଙ୍ଗି ଦେଇଥିଲୁ । ହୋଇଥାଇ ପରେ, ଆଜି ଆମେ ଦୁହେଁ ଅଲଗା ଅଲଗା ହୋଇଯାଇଛୁ କିନ୍ତୁ ଦୁହିଁଙ୍କ ମଧ୍ୟରେ ସେହି ସମ୍ମାନ ରହିଛି ଯାହା ପୂର୍ବରୁ ଥିଲା ।