ଭାରତ ପରେ ଏବେ ଜାପାନ ସହ ଯୁଦ୍ଧ କରିବାକୁ ବାହାରିଛି ଚାଇନା ! ଯେକୌଣସି ସମୟରେ ହୋଇପାରେ ଏକ ମହାଯୁଦ୍ଧ !

Spread the love

ଭାରତ ପରେ ବର୍ତ୍ତମାନ ଜାପାନ ସହ ଯୁଦ୍ଧ କରିବାକୁ ମନବଳାଇଛି ଚୀନ, ଯାହାଫଳରେ ଏସିଆରେ ଏକ ମହାଯୁଦ୍ଧ ହେବାର ସମ୍ଭାବନା ଦେଖାଯାଉଛି । ଠିକ କିଛିଦିନ ପୂର୍ବରୁ ଲଦାଖର ଗଲୱାନା ଘାଟିରେ ହୋଇଥିବା ଘଟଣା ଫଳରେ ସୀମାରେ ବର୍ତ୍ତମାନ ଚୀନ ଓ ଭାରତ ସେନା ମୁହାମୁହୀଁ ହୋଇଛନ୍ତି । ସାରା ଏସିଆରେ ବର୍ତ୍ତମାନ ଏହି ସ୍ଥାନରେ ଶୁଣାଯାଉଛିକି ମହାଯୁଦ୍ଧ ହୋଇପାରେ ବୋଲି । ଏହି ସମୟରେ ସୈନ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଏବେ ବିସ୍ତାରବାଦୀ ଚୀନ ପୂର୍ବ ଚୀନ ସାଗରରେ ଜାପାନ ସହ ଦ୍ଵିପ ପାଇଁ ବିବାଦ ସୃଷ୍ଟି କରିପାରେ । ଯଦି ଜାପାନ ସହ ଚୀନ ଶତ୍ରୁତା କରିବା ପାଇଁ ଚେଷ୍ଟା କରେ ତେବେ ଆମେରିକା ନିଶ୍ଚିତ ରୂପେ ଜାପାନ ସପକ୍ଷରେ ବାହାରିବ ।

google

ଚୀନ ଓ ଜାପାନ ଉଭୟ ଦେଶ ଏହି ନିର୍ଜନ ଦ୍ୱୀପ ଉପରେ ନିଜର ଅଧିକାରକୁ ଜାହିର କରୁଛନ୍ତି । ଯାହାକୁ ଜାପାନରେ ସେନକାକୁ ଓ ଚୀନରେ ଡିୟଓସ ନାମରେ ଜଣାଯାଇଥାଏ । ଏହି ଦ୍ୱୀପ 1972 ମସିହାଠାରୁ ପ୍ରଶାସନିକ କ୍ରମରେ ଜାପାନ ହାତରେ ରହିଆସିଛି । ସେହିପରି ଚୀନ ଦାବି କରିଛି ଯେ, ଏହି ଅଞ୍ଚଳ ତାର ଅଧିକାରିତ ସୀମା ଭିତରେ ଆସୁଛି ଯାହାଫଳରେ ସେ ଜାପାନକୁ ଏହି ସ୍ଥାନରୁ ହଟିଯିବାକୁ କହିଛି । ଏଥିସହ ଚୀନର କମ୍ୟୁନିଟିପାଟି ଏଥିପାଇଁ ସୈନ୍ୟ ମୁତୟନ ମଧ୍ୟ କରିସାରିଛି ।

google

ଏହି ଦ୍ୱୀପକୁ ବର୍ତ୍ତମାନ ଜାପାନର ନୌସେନା ନିୟନ୍ତ୍ରଣ କରୁଛି । ଯଦି ଚୀନକୁ ସେହି ଦ୍ୱୀପକୁ ଅଧିକାର କରିବାକୁ ହୁଏ ତାହେଲେ ତାକୁ ଜାପାନ ସହ ଯୁଦ୍ଧ କରିବାକୁ ପଡିବ । କିନ୍ତୁ ଏହାକରିବା ଚୀନ ସେନା ପକ୍ଷରେ ସମ୍ଭବ ହେବନାହିଁ । ଗତ ସପ୍ତାହରେ ଚୀନର କେତେକ ଜାହାଜ ସେହିସ୍ଥାନରେ ପହଞ୍ଚିବା ଦ୍ୱାରା ସେହି ସ୍ଥାନରେ ବହୁତ ବିବାଦ ବଢିଯାଇଥିଲା ।

google

ଜାପାନ ଓ ଆମେରିକା ମଧ୍ୟରେ 1951 ମସିହାଠାରୁ ସେନ ଫ୍ରାଂସିସକୋ ସନ୍ଧି ହୋଇଥିଲା ଯେଉଁ ସନ୍ଧି ମାଧ୍ୟମରେ ଆମେରିକା ଯେକୌଣସି ପରିସ୍ଥିତିରେ ଜାପାନର ସାହାର୍ଯ୍ୟ କରିବାପାଇଁ ତାର ସୈନ୍ୟ ପଠାଇବ । ଏହି ସନ୍ଧି ଅନୁଯାୟୀ ଜାପାନ ଉପରେ ହେଉଥିବା ଆକ୍ରମଣକୁ ଆମେରିକା ଉପରେ ଆକ୍ରମଣ ବୋଲି ମାନାଯାଇଥାଏ । ଏଥିପାଇଁ ଯଦି ଚୀନ କୌଣସି ପ୍ରକାରରେ ଜାପାନ ଉପରେ ଆକ୍ରମଣ କରେ ତେବେ ଆମେରିକା ସୈନ୍ୟ ସେଥିରେ ହସ୍ତକ୍ଷେପ କରିବ । ଏହା ସତ୍ୟ ଯେ, ଯଦି ଜାପାନ ସହ ଆମେରିକା ମିଳିତ ହୋଇ ଚୀନ ଉପରେ ଆକ୍ରମଣ କରେ ତାହେଲେ ତୃତୀୟ ବିଶ୍ୱଯୁଦ୍ଧ ହେବାର ବହୁତ ସମ୍ଭାବନା ରହିଛି ।

google

ଏହି ଦ୍ୱୀପରେ ଲଗାତାର ଭାବରେ ଚୀନର ଉପସ୍ଥିତି ବିଷୟରେ ଜାପାନର ମୁଖ୍ୟ ସଚିବ ଯୋଶୀହିଦେ ସୁଗା ଏହି ବିଷୟକୁ ନେଇ ରାଜଧାନୀ ଟୋକିଓରେ ନିଜର ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି, ସେନକାକୁ ଦ୍ୱୀପ ଜାପାନର ଅଟେ ଓ କୌଣସି ନିର୍ବିବାଦ ରୂପରେ ଓ ଅନ୍ତରାଷ୍ଟ୍ରୀୟ ରୂପରେ ଏହା ଜାପାନର ଅଟେ । ଯଦି ଚୀନ କୌଣସି ପ୍ରକାରର ପଦକ୍ଷେପ ନିଏ ତାହାଲେ ଆମେ ନିଶ୍ଚୟ ଜବାବ ଦେବୁ ।

ଜବାବରେ ଚୀନ ବିଦେଶ ମନ୍ତ୍ରାଳୟ କହିଛନ୍ତି ଯେ, “ଡିୟଓସ ସହ ତାର ସଲଗ୍ନରେ ଥିବା ଦ୍ୱୀପ ଗୁଡିକ ମଧ୍ୟ ଚୀନର ଅଟେ ।ଯାହାଫଳରେ ଏହା ଆମର ଅଧିକାର ଅଟେ ଯେ ଆମେ ଏହି ଦ୍ୱୀପ ଚାରିପଟେ ଆମ ସେନାର ପାଟ୍ରୋଲିଂ କରାଇପାରିବୁ” ।