ଦ୍ଵିତୀୟଥର ପ୍ରଧାନମନ୍ତ୍ରୀ କ୍ଷମତାକୁ ଆସିବା ପରେ ମୋଦି ନେଇପାରନ୍ତି ବଡ ଧରଣର ନିଷ୍ପତ୍ତି । ଆପଣ ମଧ୍ୟ ଅଣ୍ଟା ଭିଡି ଦିଅନ୍ତୁ ।

Spread the love

ନରେନ୍ଦ୍ର ମୋଦି ଦ୍ଵିତୀୟ ଥର କ୍ଷମତାକୁ ଆସିବା ପରେ ଦେଶର ହିତ ପାଇଁ କିଛି ବଡ଼ ଫଇସଲା ନେଇପାରନ୍ତି, ଯାହାପାଇଁ ସମସ୍ତଙ୍କୁ ସଜାଗ ରହିବା ଜରୁରୀ ଅଟେ ।

ଲୋକସଭା ନିର୍ବାଚନର ଫଳ ଆସିବା ପାଇଁ କିଛି ଘଣ୍ଟା ବାକି ରହିଛି ଏବଂ ଏଗ୍-ଜିଟ ପୋଲ ଅନୁସାରେ ବିଜେପି ତରଫରୁ ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ଆସନକୁ ଆସିପାରନ୍ତି । କିନ୍ତୁ ଭୋଟ ଗଣତି ପରେ ହିଁ ନିର୍ବାଚନ ଆୟୋଗ ଘୋଷଣା କରିବ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ କିମ୍ବା କଂଗ୍ରେସର ଆଶାୟୀ ପାର୍ଥି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ । ସନ୍ଧ୍ୟା ପର୍ଯ୍ୟନ୍ତ ଏହି କଥାର ଉତ୍ତର ମିଳିଯିବ କିନ୍ତୁ ଲୋକଙ୍କ ମଧ୍ୟରେ କଥାବାର୍ତ୍ତାରୁ ଜଣାପଡିଛି ଏଗ୍-ଜିଟ ପୋଲର ଫଳ ବାହାରିବା ପରେ ବିପକ୍ଷ ଦଳର ନେତାମାନଙ୍କ ନିଦ ହଜି ଯାଇଛି । ଏହିପରି ଶୁଣିବା ପାଇଁ ମିଳିଛି, ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେଲେ କିଛି ବଡ଼ ଫଇସଲା ନେଇପାରନ୍ତି । ଆପଣ ମଧ୍ୟ ଜାଣନ୍ତୁ କେଉଁ ସବୁ ଫଇସଲା ନେଇପାରନ୍ତି ?

ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ଆସନକୁ ଆସିବା ପରେ ମୋଦି ନେଇପରନ୍ତି ଏହିସବୁ ବଡ ଧରଣର ଫଇସଲା :

୨୦୧୪ରେ ନରେନ୍ଦ୍ର ମୋଦି ପ୍ରଥମଥର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳି ଥିଲେ । ଯାହାପରେ ଜିଏସଟି, ନୋଟବନ୍ଧି ଏବଂ ତିନି ଛାଡପତ୍ର ବିଲ୍ ସାମିଲ ଥିଲା । କିଛି ବିଶେଷଜ୍ଞଙ୍କ ମତ ଥିଲା, ଏହି ଫଇସଲା ବିଜେପି ଏବଂ ମୋଦିଙ୍କ ବିରୁଦ୍ଧରେ ଯାଇପରେ ଏବଂ ସାଧାରଣ ଜନତା ବିଜେପିକୁ ନିର୍ବାଚନରେ ଜିତିବାକୁ ସୁଯୋଗ ଦେଵ ନାହିଁ । କିନ୍ତୁ ଏଗ୍-ଜିଟ ପୋଲ ଅନୁସାରେ ଯେଉଁ କଥା ସାମ୍ନାକୁ ଆସିଛି, ବିରୋଧୀ ଡରି ଯାଇଛନ୍ତି । ଏହିଥର ମଧ୍ୟ ମୋଦି ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଏବଂ ତାଙ୍କ ସମ୍ମୁଖରେ ବଡ଼ ଫଇସଲା ନେବା ପାଇଁ ତାଙ୍କୁ ସହଜ ହେବ ନାହିଁ । ଆସନ୍ତୁ ଜାଣିବେ କେଉଁସବୁ ବଡ଼ ଫଇସଲା ମୋଦି ନେଇପରନ୍ତି ।

ଜାମୁ-କାଶ୍ମୀରରୁ ଧାରା-୩୭୦ ଉଛେଦ ହୋଇପାରେ :

ଭାଜପା ନିର୍ବାଚନ ରାଲି ସମୟରେ ପ୍ରତିଜ୍ଞା କରିଥିଲେ ଜାମୁକାଶ୍ମୀରରୁ ଧାରା ୩୭୦ ଉଛେଦ କରିବେ ଏବଂ ଏହା ଭାଜପା ପାଇଁ ବଡ଼ ସମସ୍ୟା ହୋଇପାରେ । ଜାମୁ-କାଶ୍ମୀରର ପୁର୍ବତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫତିଙ୍କ ସମେତ ଅଲଗାବାଦୀ ନେତାମାନେ ପ୍ରଥମରୁ ଧମକ ଦେଇଛନ୍ତି; ଭାଜପା ଏହି ଫଇସଲା ନେବା ପରେ ପରିସ୍ଥିତି ଅସମ୍ଭାଳ ହୋଇଯିବ । ଭାଜପା ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି, ଲୋକସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ମୋଦି ଯଦି ପୁଣିଥରେ ପଦକୁ ଆସନ୍ତି; ତେବେ ସମ୍ବିଧାନର ଅନୁଛେଦ ୩୭୦କୁ ଉଛେଦ କରିଦିଆ ଯିବ ।

ସମାନ ନାଗରିକତ୍ୱ ସଂହିତା :

ସମାନ ନାଗରିକତ୍ୱ ସଂହିତା ଆଣିବା ପାଇଁ ଦୃଢ଼ ପ୍ରତିବଦ୍ଧତା ବ୍ୟକ୍ତ କରି ଭାଜପା ନିଜ ସଂକଳ୍ପ ପତ୍ରରେ କହିଛନ୍ତି, ଭାରତର ସମ୍ବିଧାନରେ ଅନୁଛେଦ ୪୪ରେ ସମାନ ନାଗରିକତ୍ୱ ସଂହିତା ରାଜ୍ୟର ନୀତି ନିର୍ଦେଶକ ତତ୍ୱ ରୂପରେ ଦାଏର କରାଯାଇଛି । ଭାଜପା ଅନୁସାରେ ଯେତେବେଳେ ସମାନ ନାଗରିକତ୍ୱ ସଂହିତାକୁ ଗ୍ରହଣ କରାନଯାଏ, ସେତେବେଳ ପର୍ଯ୍ୟନ୍ତ ଲେଗିକ (sexual) ସମାନତା କାୟମ କରାଯାଇ ପାରିବ ନାହିଁ । ସମାନ ନାଗରିକତ୍ୱ ସଂହିତା ସମସ୍ତ ମହିଳା ମାନଙ୍କ ଅଧିକାରକୁ ମଧ୍ୟ ରକ୍ଷା କରୁଛି ।

ଆତଙ୍କବାଦ ନିରୋଧକ ନିୟମ :

ପିଏମ ମୋଦି ପାକିସ୍ତାନର ଫୁଲୱାମା ଆକ୍ରମଣ ପରେ ମୁହଁ ଭଙ୍ଗା ଉତ୍ତର ଦେଇ ସୁଚାଇଛନ୍ତି, କୌଣସି ପରିସ୍ଥିତିରେ ମଧ୍ୟ ଭାରତ ଆତଙ୍କବାଦ ବିରୁଦ୍ଧରେ ପଛାଇବ ନାହିଁ । ମୋଦି କହିଛନ୍ତି, ରାଷ୍ଟ୍ରବାଦକୁ ନେଇ ସେ ବଦ୍ଧପରିକର ଅଟନ୍ତି ଏବଂ ଆତଙ୍କବାଦ ବିରୁଦ୍ଧରେ ଜିରୋ ଟଲରେନ୍ସ ପଲିସି ଗ୍ରହଣ କରାଯିବ ଏବଂ ଏହାକୁ କଡା ମୁକାବିଲା କରାଯିବ ଏବଂ ଏହା ବିରୁଦ୍ଧରେ ଭାରତ ଆତଙ୍କବାଦ ନିରୋଧକ ନିୟମ ପ୍ରସ୍ତୁତ କରିପାରେ ।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ :

ଭାଜପା ଶୀଘ୍ର ହିଁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା ପାଇଁ ସଂକଳ୍ପ ନେଇଛି । ପଦ ଗ୍ରହଣ ପରେ ଭାଜପା ପାଇଁ ଏହା ଏକ ବଡ ସମସ୍ୟା ହୋଇପାରେ । ଏହାର ଫଳ ସ୍ୱରୂପ, ହିନ୍ଦୁ ଭୋଟ ଭାଜପାକୁ ମିଳିପାରେ । ରାମ ମନ୍ଦିରର ସଂସ୍ପର୍ଶରେ ଭାଜପା ନିଜ ସଂକଳ୍ପ ପତ୍ରରେ କହିଥିଲେ, ରାମ ମନ୍ଦିର କଥାରେ ଭାଜପା ନିଜର ମତ ବଦଳାଇ ନାହିଁ । ସାମ୍ବିଧାନିକ ଶୈଳୀରେ ପ୍ରତି ବିଷୟରେ ବିଚାର କରାଯିବ ଏବଂ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ସମସ୍ତ ଚେଷ୍ଟା କରାଯିବ ।

ତିନି ଛାଡପତ୍ର ନିୟମ :

ତିନି ଛାଡପତ୍ର ନିୟମ ଉପରେ ମୋଦି କହିଛନ୍ତି, ତାଙ୍କ ସରକାର କେନ୍ଦ୍ର ଆସନରେ ଆସିବା ପରେ ଏହି ନିୟମରେ ପରିବର୍ତ୍ତନ କରିବା ପାଇଁ ଶତ ଚେଷ୍ଟା କରିବ । ମୋଦି କହିଛନ୍ତି, ଯଦି କଂଗ୍ରେସ, ଏଆଇଉଡି଼ଏଫ ଏବଂ ଅନ୍ୟ ବିପକ୍ଷ ଦଳ ଯଦି ପ୍ରୟାସ କରନ୍ତି; ତେବେ ସେମାନେ କିଛି କରିପାରିବେ ନାହିଁ । ଆମର ଭଉଣୀ ମାନଙ୍କୁ ନ୍ୟାୟ ନିଶ୍ଚିତ ମିଳିବ ।