୯ମ ଫେଲ୍ ହେବା ପରେ ସାଇକେଲରେ କ୍ଷୀର ବିକିବା ପାଇଁ ପଡିଥିଲା । ଆଜି ଏହି ବ୍ୟକ୍ତି ଜଗୁଆର୍ କାର୍ ର ମାଲିକ ହୋଇଯାଇଛନ୍ତି ।

Spread the love

୯ମ ଫେଲ୍ ଜଣେ ବ୍ୟକ୍ତି ନିଜ ପରିଶ୍ରମ ଫଳରେ ଆଜି ଧନୀ ହୋଇପାରିଛନ୍ତି । ଏହି ବ୍ୟକ୍ତିଙ୍କ ସଫଳତାର କାହାଣୀ ଅତି ମଜାଦାର ଅଟେ ।

ମନୁଷ୍ୟର ଜୀବନ କେଉଁ ସମୟରେ ବଦଳି ଥାଏ କେହି ଜାଣନ୍ତି ନାହିଁ । କେତେବେଳେ ଏକ ସାଧାରଣ ବ୍ୟକ୍ତି ଅସାଧାରଣ ହୋଇଯାଇଥାଏ, କେହି ଜାଣି ପାରିନଥାନ୍ତି ।ଆପଣମାନେ ବହୁତ ଲୋକଙ୍କ କାହାଣୀ ଶୁଣିଥିବେ; ଯେଉଁମାନେ ରାସ୍ତାରୁ ଉଠି ଉଚ୍ଚ ସ୍ଥାନରେ ପହଂଚି ଯାଇଛନ୍ତି । ଆଜି ଆମେ ଜଣେ ଏହିପରି କ୍ଷୀର ବିକାଳୀ ବିଷୟରେ କହିବୁ ଯେଉଁ ବ୍ୟକ୍ତି ନିଜ ପରିଶ୍ରମ ଫଳରେ କେଉଁ ସ୍ଥାନରୁ ଯାଇ କେଉଁ ସ୍ଥାନରେ ପହଂଚି ପରିଛନ୍ତି । ୧୮ ବର୍ଷ ପୂର୍ବେ ଭିବାଡ଼ିରେ ରହୁଥିବା ଜଣେ ବାଳକ ୯ମ ଫେଲ୍ ହୋଇଯାଇଥିଲା ଓ ଘରଲୋକଙ୍କ ଗାଳି ଶୁଣିବା ଛଡା ତା’ପାଖରେ ଅନ୍ୟ କୌଣସି ରାସ୍ତା ନଥିଲା । ୯ମ ଫେଲ୍ ହୋଇଥିବା ଯୋଗୁଁ ସାଇକେଲରେ କ୍ଷୀର ବିକିବା ପାଇଁ ପଡିଥିଲା କିନ୍ତୁ ଆଜି ସେହି ବାଳକର ଭାଗ୍ୟ ତାକୁ ଏମିତି ଏକ ସ୍ଥାନରେ ପହଁଚାଇ ଦେଉଛି ଯାହା ପ୍ରତ୍ୟେକ ପରିଶ୍ରମ କରୁଥିବା ବ୍ୟକ୍ତିର ସପ୍ନ ଅଟେ ।

୯ମ ଫେଲ୍ ହୋଇଥିବା ଯୋଗୁଁ ସାଇକେଲରେ କ୍ଷୀର ବିକିବା ପାଇଁ ପଡିଥିଲା :

୯ମ ଫେଲ୍ ହୋଇଥିବା ଯୋଗୁଁ ରାଜବୀରକୁ ବହୁତ ଗାଳି ଶୁଣିବା ପାଇଁ ପଡୁଥିଲା କିନ୍ତୁ ସେ କିଛି କରି ପାରୁନଥିଲା । ଦିନେ ସଂଧ୍ୟାରେ ନିଜ ଜେଜେ ବାପାଙ୍କ ପାଖକୁ ଯାଇ କହିଥିଲା, ମୋତେ ବଡ଼ ଲୋକ ହେବାର ଅଛି । ଏତିକି ଶୁଣିବା ପରେ ଜେଜେ କହିଥିଲେ, ସାମ୍ନାରେ ସାଇକେଲ ଅଛି ସେଥିରେ ଯାଇ କ୍ଷୀର ବିକି ଆସ କିନ୍ତୁ ସବୁ କାର୍ଯ୍ୟ ତୋତେ ନିଜେ ହିଁ କରିବା ପାଇଁ ପଡ଼ିବ । ପ୍ରଥମ ଦିନ ରାଜବୀର କୌଣସି ପ୍ରକାରରେ ଉଦ୍ଧାର କରି କ୍ଷୀର କିଣିଥିଲା ଓ ସେହି ଖୀରକୁ ନେଇ ଘର ଘର ବୁଲି ଥିଲା । ପ୍ରଥମ ଦିନ ସେ ୫ ଲିଟର କ୍ଷୀର ବିକିଥିଲା । କ୍ଷୀର ବ୍ୟବସାୟ ଏପରି ଜୋର ଧରିଥିଲା ଯେ, ଆଜି ରାଜବୀର ୩ଟି କମ୍ପାନୀର ମାଲିକ ଓ ତାଙ୍କ ଅଧୀନରେ ୫୦୦ ଲୋକ କାମ କରୁଛନ୍ତି । ୫ ଲିଟରରୁ ଆରମ୍ଭ ହୋଇଥିବା କ୍ଷୀର ବିକ୍ରି ୨୦୧୪ରେ ୨୨ ହଜାର ଲିଟରରେ ପହଂଚି ଯାଇଥିଲା । ରାଜବୀର ସେହି ଜିଲ୍ଲାର ସବୁଠୁ ବଡ଼ କ୍ଷୀର ବ୍ୟବସାୟୀ ପାଲଟି ଯାଇଥିଲା ଓ ପରେ ସେ ଚିନ୍ତା କରିଥିଲା କ୍ଷୀର ବ୍ୟବସାୟୀ ହୋଇ ବଡ଼ ଲୋକ ହେବ ।

ରାଜବୀର ଚିନ୍ତା କରିସାରି ଥିଲା; ସେ ବଡ ଲୋକ ହେବ ଏବଂ ପରେ ସେ କିଛି ଟଙ୍କା ସଞ୍ଚୟ କରିଥିଲା, ସେ ଇଣ୍ଡୋଷ୍ଟ୍ରି ଅଂଚଳରେ ଏକ ଫ୍ଲାଟ କିଣିଥିଲା । ପରେ ସେ ଭାବିଥିଲା ଏକ ଲୁହା କାରଖାନା ବନେଇବ ଓ ସେ ଲୁହା କାରଖାନା କରିଥିଲା । କିନ୍ତୁ କୌଣସି ସମୟରେ ବ୍ୟାଙ୍କ ଋଣ ପରିଶୋଧ କରି ନ ପରିବାରୁ ବ୍ୟାଙ୍କ ଋଣ ଦେବା ପାଇଁ ମନା କରି ଦେଇଥିଲା । ବହୁତ ଦୌଡା ଦୌଡ଼ି କରିବା ପରେ ବ୍ୟାଙ୍କରୁ ଋଣ ମିଳିଥିଲା ।

ଏହିପରି ରାଜବୀରର ଋଣ ପାସ୍ ହୋଇଥିଲା :

୨ ମାସ ପର୍ଯ୍ୟନ୍ତ ଦୌଡାଦୌଡ଼ି କରିବା ପରେ ଋଣ ପାସ୍ ହୋଇଥିଲା ଓ ୨୦୧୫ ମସିହାରେ ଶ୍ରୀ ଶ୍ୟାମକୃପା ନାମକ ଏକ କମ୍ପାନୀ ଆରମ୍ଭ କରିଥିଲା । ପ୍ରଥମେ ସେ ୧୦ ଲୋକଙ୍କୁ କାମ ଦେଇଥିଲା ଓ ପରେ ସେ କିଛି କୁଶଳୀ ଲୋକଙ୍କୁ ରଖିଥିଲା । ଏହି ପରି କାମ ବଢି ଚାଲିଥିଲା, ରାଜବୀରର କାମ ଏହିପରି ବଢି ଚାଲିଲା ଯେ; ଦେଶର ନାମିଦାମୀ କମ୍ପାନୀ ଗୁଡିକ ତା’ଠାରୁ ଜିନିଷ ଉଠାଇବାରେ ଲାଗିଲେ । ଏହାପରେ ରାଜବୀର CARର ଯନ୍ତ୍ରପାତି ବନାଇବା ଲାଗି ୨ଟି କମ୍ପାନୀ ଆରମ୍ଭ କରିଥିଲା, ସେହି ଦୁଇଟି କମ୍ପାନୀର ନାମ ରଖିଥିଲେ ବିଶ୍ୱକର୍ମା ଓ ଧ୍ଵର୍ମେନ୍ଦ୍ରା । ୯ମ ଫେଲ୍ ହୋଇଥିବା ସତ୍ତ୍ୱେ ମଧ୍ୟ ରାଜବୀରଙ୍କର ତିଳେ ହେଲେ ଦୁଃଖ ନାହିଁ । ଆଜି ରାଜବିରଙ୍କ ଅଧୀନରେ ୫୦୦ ଲୋକ ଓ ୩ ଜଣ ସିଏ ଓ ବହୁତ ଗୁଡିଏ ପାଠୁଆ ଲୋକ କାମ କରୁଛନ୍ତି ।

ଯେଉଁ ସାଇକେଲରେ ରାଜବୀର ନିଜ ବ୍ୟବସାୟ ଆରମ୍ଭ କରିଥିଲେ; ସେହି ସାଇକେଲକୁ ସମ୍ଭାଳି ରଖିଛନ୍ତି ସେ । ଆଜି ରାଜବିରଙ୍କ ପାଖରେ ଜଗୁଆର୍ ପରି କାର୍ ରହିଛି କିନ୍ତୁ ସେ ନିଜ ସାଇକେଲକୁ ଭାଗ୍ୟର ପ୍ରତୀକ ରୂପେ ସମ୍ଭାଳି ରଖିଛନ୍ତି । ରାଜବିରଙ୍କ ପରିବାର ବହୁତ ବଡ଼ ଅଟେ; ଯେଉଁଥିରେ ରାଜବିରଙ୍କ ବାପା ତାଙ୍କ ୬ ଭାଇ ଓ ୧୪ ଜଣ ପୁଅ ରହୁଛନ୍ତି । ୧୪ ଜଣ ପୁଅଙ୍କ ୩୦ ଜଣ ପିଲାଛୁଆ ଅଛନ୍ତି ମାନେ ପୁରା ପରିବାର ଲୋକ ସଂଖ୍ୟା ହେଉଛି ୫୦ ଜଣ, ଯାହା ଏକ ବଡ ସଂଯୁକ୍ତ ପରିବାର ଅଟେ ।