ଛାଡପତ୍ର ପରେ ମଧ୍ୟ ରିତିକ ଏବଂ ସୁଜେନଙ୍କ ମଧ୍ୟରେ ପ୍ରେମ ସମାପ୍ତ ହୋଇନାହିଁ ।

Spread the love

ସୁଜେନଙ୍କୁ ନେଇ ରିତିକ କହିଥିଲେ, ଏହିପରି କିଛି କଥା, ଶୁଣିବା ପରେ ସୁଜେନ ଆଶ୍ଚର୍ଯ୍ୟ ହୋଇଯିବେ ।

ବଲିଉଡର ହ୍ୟାଣ୍ଡସମ ହିରୋ ନିଜ ଚାହାଣି କାରଣରୁ ଝିଅଙ୍କ ହୃଦୟରେ ନିଜର ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି ରିତିକ ରୋସନ । କହିବା ପାଇଁ ଚାହୁଁଛୁ, ରିତିକଙ୍କ ଫିଲ୍ମ ସୁପର-30 ବକ୍ସ ଅଫିସରେ ରିଲିଜ ହେବ ।ବର୍ତ୍ତମାନ ଦିନ ଗୁଡିକରେ ରିତିକ ନିଜର ଫିଲ୍ମ ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ନିଜ ଫିଲ୍ମ ଅପେକ୍ଷା ପତ୍ନୀ ସୁଜେନ ଖାନଙ୍କ କାରଣରୁ ମଧ୍ୟ ଖୁବ ଚର୍ଚ୍ଚା ସାଉଁଟୁଛନ୍ତି ରିତିକ । ଦୁହେଁ ଛାଡପତ୍ର ନେଇ ସାରିଛନ୍ତି କିନ୍ତୁ ବର୍ତ୍ତମାନ ମଧ୍ୟ ଦୁହେଁ ପରସ୍ପର ସହ ସମୟ ବିତାଉଛନ୍ତି ।

ନିକଟରେ ଗୋଟିଏ ଇଣ୍ଟରଭିୟୁରେ ନିଜର ନିଜସ୍ୱ ଜୀବନ ଏବଂ ଫିଲ୍ମ ସୁପର-30କୁ ନେଇ ଅନେକ ବିଷୟ କହିଥିଲେ । ଏହି ସମୟରେ ସେ ନିଜର ଏବଂ ସୁଜେନଙ୍କ ସଂପର୍କକୁ ନେଇ ଏକ ରହସ୍ୟ ଖୋଲିଥିଲେ, ଯାହାକୁ ଶୁଣିବା ପରେ ସୁଜେନଙ୍କ ଖୁସିର ଠିକଣା ରହିବ ନାହିଁ । ଛାଡପତ୍ର ପରେ ମଧ୍ୟ ରିତିକ ରୋସନ ନିଜ ଏବଂ ସୁଜେନଙ୍କ ସମ୍ପର୍କ ବିଷୟରେ କୌଣସି କଥା ନ କହି ଦୁହିଁଙ୍କ ସମ୍ପର୍କକୁ ବହୁତ ସୁନ୍ଦର ବୋଲି କହିଥିଲେ ।

ରିତିକ ରୋସନ କହିଥିଲେ, ମୋର ଏବଂ ସୁଜେନଙ୍କ ସମ୍ପର୍କ ପରସ୍ପର ଏବଂ ଆମ ସନ୍ତାନ ମାନଙ୍କ ପାଇଁ ସୁନ୍ଦର ଅଟେ । ଆମେ ଦୁହେଁ ବହୁତ ଭଲ ବନ୍ଧୁ ରୂପେ ସମୟ ବିତାଉଛୁ । ଏହା ଏକ ଭଲ ଚିନ୍ତାଧାରାକୁ ସୁଚାଉଛି ।ଗୋଟିଏ ବିଷୟକୁ ଆମ ସମସ୍ତଙ୍କୁ ଧ୍ୟାନରେ ରଖିବା ଉଚିତ୍ ଯେ, ପ୍ରେମ କଦାପି ଶତ୍ରୁତାରେ ବଦଳି ନଥାଏ ଏବଂ ଯେଉଁଠି ଶତ୍ରୁତା ଅଛି, ତେବେ ଭାବି ନିଅନ୍ତୁ ସେଠାରେ ପ୍ରେମ ନ ଥିଲା ।

ରିତିକଙ୍କ ଫିଲ୍ମ ସୁପର-30ରେ ରିତିକ ବିହାରର ଜଣେ ପ୍ରସିଦ୍ଧ ଗଣୀତଜ୍ଞ ଚରିତ୍ରରେ ନଜରକୁ ଆସିବେ । ଏହି ଫିଲ୍ମରେ ସେ ଆନନ୍ଦ କୁମାରଙ୍କ ଚରିତ୍ରରେ ଅଭିନୟ କରି ଗରିବ ପିଲାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି କରାଉଛନ୍ତି ଏବଂ ତାଙ୍କର ପ୍ରସ୍ତୁତି ଫଳରେ ପିଲାମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇ ଯାଉଛନ୍ତି । ଆନନ୍ଦ କୁମାର ଗରିବ ପିଲାଙ୍କୁ ଆଇଆଇଟିରେ ଭର୍ତ୍ତି କରିବା ପାଇଁ କୋଚିଙ୍ଗ ଦେଉଛନ୍ତି । ରିତିକଙ୍କ ପ୍ରଶଂସକ ଏହି ଫିଲ୍ମର ଅପେକ୍ଷାରେ ରହିଛନ୍ତି ।

ଏହି ଫିଲ୍ମକୁ ନେଇ ପ୍ରଶଂସକ ଯେତେ ଉତ୍ସାହିତ ଅଛନ୍ତି, ସେହି ପରିମାଣରେ ରିତିକ ମଧ୍ୟ ଉତ୍ସାହିତ ଅଛନ୍ତି । ଫିଲ୍ମର ରିଲିଜକୁ ନେଇ କିଛି ଛାତ୍ର ରିଲିଜ ରୋକିବା ପାଇଁ ଚେଷ୍ଟା କରିଛନ୍ତି । ରିତିକ ନିଜସ୍ୱ ଜୀବନରେ ବର୍ତ୍ତମାନ ଦିନ ଗୁଡିକରେ ନିଜ ଭଉଣୀଙ୍କୁ ନେଇ ଖୁବ ଚର୍ଚ୍ଚିତ ଅଛନ୍ତି । ଯେଉଁଥିରେ ଭଉଣୀଙ୍କ ଆରୋପ ରହିଛି, ଘରଲୋକେ ତାଙ୍କୁ ମାରପିଟ କରୁଛନ୍ତି ।

ଏହା ବ୍ୟତୀତ ଜଣେ ବ୍ୟକ୍ତି ତାଙ୍କ ଉପରେ ଆରୋପ ଲଗାଇଛି ଯେ, ଫିଟନେସ ସେଣ୍ଟରରେ ଅଧିକ ଲୋକ ଭର୍ତ୍ତି କରିଦେଇଛନ୍ତି ଏବଂ ରେଜିଷ୍ଟ୍ରେସନ ସମୟରେ କରିଥିବା ପ୍ରତିଜ୍ଞାର ପୂର୍ଣ୍ଣ କରାଯାଉ ନାହିଁ । ତାଙ୍କର କହିବା ଅନୁସାରେ, ଯେତେବେଳେ ସେ ଏହାର ବିରୋଧ କରିଥିଲେ ସେହି ସମୟରେ ତାଙ୍କୁ ଏପ୍ ବ୍ୟବହାର ପାଇଁ ରୋକା ଯାଇଥିଲା । ରେଜିଷ୍ଟ୍ରେସନ ସମୟରେ ପ୍ରତିଜ୍ଞା କରାଯାଇଥିଲା ଯେ, ଟ୍ରେନିଙ୍ଗ ସମୟରେ ସ୍ୱୟଂ ରିତିକ ଲୋକଙ୍କୁ ସମୟ ଏବଂ ତାଲିମ ଦେବେ । କିନ୍ତୁ ପରେ ନିଜ ପ୍ରତିଜ୍ଞାକୁ ପୁରା କରିନଥିଲେ । ଆରୋପ ଲାଗିଛି ଯେ, ରିତିକଙ୍କ ଫିଟନେସ ସେଣ୍ଟରରେ ତାଙ୍କର ଟଙ୍କା ଫସି ଯାଇଛି ।