ପ୍ରସବ ହୋଇ ସାଇବା ପରେ ମାଆ ଏହିସବୁ ପୌଷ୍ଟିକ ଖାଦ୍ୟ ଖାଇବା ଫଳରେ ଶରୀର ମଜଭୁତ ହୋଇଥାଏ ।

Spread the love

ପ୍ରସବ ପରେ ଏହି 5ଟି ଜିନିଷ ବ୍ୟବହାର କରିବା ଉଚିତ, ଯାହା ଫଳରେ ଦୁର୍ବଳ ଶରୀର ମଧ୍ୟ ମଜଭୁତ ହୋଇଯିବ ।

ମହିଳା ମାନଙ୍କର ପ୍ରସବ ପରେ ସେମାନଙ୍କର ଶରୀରରେ ଅନେକ ଗୁଡିଏ କଷ୍ଠ ଅନୁଭୂତ ହୋଇଥାଏ । ୯ ମାସ ପର୍ଯ୍ୟନ୍ତ କିଛି ନା କିଛି ଅସୁବିଧା ଲାଗି ରହିଥାଏ କିନ୍ତୁ ମାଆ ଭାବିଥାଏ ଗୋଟିଏ ସମୟ ପରେ ସବୁ କିଛି ଠିକ୍ ହୋଇଯିବ ଓ ଛୁଆ ଜନ୍ମ ଦେବା ପରେ ସମସ୍ତେ ତାକୁ ଗୋଟିଏ ଛୁଆର ମାଆ ବୋଲି ସମ୍ଭୋଧନ କରିବେ । ପ୍ରସବ ପରେ ମାଆ ନିଜ ଶରୀରର ଯତ୍ନ ନେଇଥାଏ । ପ୍ରସବ ସମୟରେ ମାଆ ବହୁତ କଷ୍ଠ ଅନୁଭବ କରିଥାଏ ଯେପରି ଶରୀରର ସମସ୍ତ ହାଡ ଭାଙ୍ଗି ଗଲେ ଜଣା ପଡିଥାଏ, ତାଠାରୁ ମଧ୍ୟ ଅଧିକ କଷ୍ଟ ଅନୁଭବ କରିଥାଏ । ଏଥିପାଇଁ ପ୍ରସବ ପରେ ମାଆ ର ଶରୀର ମଜଭୁତ ହେବା ଜରୁରୀ ଅଟେ । ଛୁଆ ଜନ୍ମ ଦେବା ପରେ ମାକୁ ଏହି 5ଟି ଖାଦ୍ୟ ଖାଇବା ଉଚିତ ଯାହା ଫଳରେ ମାଆର ଶରୀର ପୁଣି ଥରେ ମଜଭୁତ ହୋଇଯିବ ।

ଛୁଆ ଜନ୍ମ ହେବା ପରେ ନିଜ ଖାଦ୍ୟରେ ଏହି 5ଟି ଜିନିଷ ସାମିଲ କରନ୍ତୁ :

ଗର୍ଭବସ୍ଥା ସମୟରେ ମହିଳାଙ୍କୁ ଉଚିତ ଖାଦ୍ୟ ଖାଇବା ପାଇଁ ସମସ୍ତେ କହିଥାନ୍ତି ଓ ପ୍ରସବ ପରେ ମଧ୍ୟ ନିଜ ଶରୀରର ସୁସ୍ଥତା ପାଇଁ ପୌଷ୍ଟିକ ଆହାର ଖାଇବା ପାଇଁ ସମସ୍ତେ କହିଥାନ୍ତି । ଛୁଆ ଜନ୍ମ ଦେବା ପରେ ମାଆ ଶରୀର ବହୁତ ଦୁର୍ବଳ ହୋଇପଡିଥାଏ ଓ ଛୁଆ ଜନ୍ମ ହୋଇସାରିବା ପରେ ମାଆଙ୍କୁ ନିଜ ଶରୀରର ଯତ୍ନ ନେବା ଉଚିତ । ଆସନ୍ତୁ ଜାଣିବେ ପ୍ରସବ ପରେ ମାଙ୍କୁ କେଉଁ କେଉଁ ଜିନିଷ ନିଜ ଖାଦ୍ୟାରେ ସାମିଲ କରିବା ଉଚିତ ।

ପଞ୍ଜରୀ :

ପଞ୍ଜରୀ ସ୍ୱାସ୍ଥ୍ୟ ପାଇଁ ହିତକାରୀ ଅଟେ । ପ୍ରସବ ପରେ ମାଆଙ୍କ ମେଟାବୋଲିଜିମକୁ ଠିକ୍ କରିବା ପାଇଁ ଓ ନିଜ ଓଜନକୁ ନିୟନ୍ତ୍ରଣ ରହିବା ପାଇଁ ପଞ୍ଜରୀ ଖାଇବା ଉଚିତ ଅଟେ । ଆପଣ ପଞ୍ଜରୀ ଗୁଣ୍ଡ କିମ୍ବା ଏହାର ଲଡ୍ଡୁ ତିଆରି କରି ଏହାକୁ ଖାଇପାରିବେ ।

ସୁଜିର ଲଡ୍ଡୁ :

ସୁଜିର ଲଡ୍ଡୁରେ ଭରପୁର ମାତ୍ରାରେ ପ୍ରୋଟିନ ରହିଥାଏ । ଯାହା ଦୁର୍ବଳ ଶରୀରକୁ ମଜଭୁତ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଗହମ, ମୁଗ ଡାଲି, ଅଟା ମଧ୍ୟ ମିଶାଇ ପାରିବେ ଓ ସେଥିରେ ତିଆରି ଲଡ୍ଡୁ ଖାଇଲେ ଶରୀର ମଜଭୁତ ହୋଇଥାଏ । ଆପଣ ସୁଜି ହାଲୁଆ କରି ମଧ୍ୟ ଖାଇ ପାରିବେ ।

ଅଙ୍କୁରିତ ବୁଟ ଦାନା :

ଅଙ୍କୁରିତ ବୁଟ ଦାନାରେ ପ୍ରଚୁର ପରିମାଣରେ ପୋଷକ ତତ୍ଵ ରହିଛି । ତେଣୁ କରି ପ୍ରସବ ପରେ ଏହାକୁ ଖାଇବା ନିହାତି ଜରୁରୀ ଅଟେ । ବୁଟକୁ ଛାତୁଆରେ ମିଶାଇ ଖାଇଲେ ଅନେକ ଲାଭ ମିଳିଥାଏ ।

ଗହମ ଚୂନାରେ ତିଆରି ଲଡ୍ଡୁ :

ପ୍ରସବ ପରେ ଶରୀରରେ ଭୟଙ୍କର ପୀଡା ଅନୁଭୂତ ହୋଇଥାଏ ଓ ଏଥିରେ ମାଂସପେଶୀ ଗୁଡିକ ମଧ୍ୟ ଦୁର୍ବଳ ହୋଇ ପଡିଥାଏ, ଯେଉଁଥିପାଇଁ ବହୁତ ଗୁଡିଏ ଶକ୍ତି ହରାଇବା ପାଇଁ ପଡିଥାଏ, ପୁଣି ଥରେ ସେହି ଶକ୍ତି ସଂଚାର ପାଇଁ ମହିଳାଙ୍କୁ ଗହମ ଚୂନାରେ ତିଆରି ଲଡ୍ଡୁ ଖାଇବା ଉଚିତ, ଗହମ ଚୂନା ତିଆରି ହାଲୁଆ ମଧ୍ୟ ଖାଇ ପାରିବେ ।

ପାନ ମହୁରି ପାଣି :

ପ୍ରସବ ପରେ ମହିଳାମାନଙ୍କ ଠାରେ ପାଚନ ଜନିତ ସମସ୍ୟା ଦେଖା ଯାଇଥାଏ । ସେଇଠି ପାଇଁ ମହିଳାମାନଙ୍କୁ ପାନମହୁରି ପାଣି ପିଇବା ଜରୁରୀ ଅଟେ । ଏପରି କରିବା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରହିଥାଏ ।