ହାଜତରୁ ବାହାରିବା ପରେ ଫଁ ଫଁ ହେଉଁଥିଲେ । ଏବେ ଡରିଗଲେ ଅର୍ଚ୍ଚନା !

Archana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହାଜତରୁ ବାହାରିବା ପରେ ଫଁ ଫଁ ହେଉଁଥିଲେ । ୩୦ ମିନିଟ୍ ସମୟ ମାଗିଥିଲେ । ହେଲେ ୧୦୦ ଘଣ୍ଟା ପରେ ବି ମୁହଁ ଖୋଲୁନଥିଲେ । ଏଠାରେ ପ୍ରଶ୍ନ କାହାକୁ ଡରିଗଲେ କି ଅର୍ଚ୍ଚନା । ଠିକାଦାର ଅର୍ଚ୍ଚନା କୁ ଦେଇଥିଲେ ୭ଲକ୍ଷ ଟଙ୍କା । ଗଣ ମାଧ୍ୟ ମ ରେଦୁଇଥର ବିଷ୍ପରକ ବୟାନ ଦେଲେ ଅର୍ଚ୍ଚନା । ହେଲେ ୩୦ ମିନିଟ୍ ସମୟ ମାଗିଥିବା ଅର୍ଚ୍ଚନା କିନ୍ତୁ ୪ ଦିନରେ ବି ମୁହଁ ଖୋଲୁ ନାହାଁନ୍ତି । କାହା ନାଁ ବି ନେଉ ନାହାଁନ୍ତି ।

ଖାଲି ପୋଲିସ୍ ଉପରକୁ ଦୋଷ ଦେଉଛନ୍ତି । ରାଜ୍ୟ ପରିବର୍ତ୍ତନ କରିବା ଧମକ ଦେଉଥିବା ଅର୍ଚ୍ଚନା କାହିଁକି ମନ୍ଥନ ହୋଇଗଲେ ଅର୍ଚ୍ଚନା । ଅର୍ଚ୍ଚନା ଘର କରିଥିବା ଠିକାଦାର ଡିଜାଇନର କୁ ବି ଜେରା କରିଛି ଇଡି । ପ୍ରାୟ ଘର ପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣା ପଡିଛି । ହେଲେ ଠିକାଦାର ପାଲଟା ଅର୍ଚ୍ଚନାଙ୍କ ଆକାଉଣ୍ଟ କୁ ୭ ଲକ୍ଷ ଟଙ୍କା ପଠାଇଥିଲେ । ହେଲେ ଏହା କିପରି ହେଲା ଏହାର ଖୋଳତାଡ଼ କରୁଚି ପୋଲିସ୍ ।

Archana 11

ହେଲେ ଅର୍ଚ୍ଚନାଙ୍କର ଓକିଲ କହିଛନ୍ତି ଅର୍ଚ୍ଚନା ସଂପୂର୍ଣ୍ଣ ସହଯୋଗ କରୁଛନ୍ତି । ତେବେ ରିମାଣ୍ଡ ସମୟ ସରି ଆସୁଥିବାରୁ ଇଡି ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ହୋଇଛି । ଅର୍ଚ୍ଚନାକୁ ସାମ୍ନାରେ ରଖି ଜେରା କରିବାକୁ ଯୋଜନା କରିଥିଲା ଇଡି । ଅକ୍ଷୟ ପରିଜା, ଶ୍ରନ୍ଧାଞ୍ଜଳି ବେହେରା, ଖଗେଶ୍ୱର ପାତ୍ରକୁ ସାମ୍ନାସାମ୍ନି ବସାଇ ଜେରା କରିବାକୁ ଯୋଜନା କରିଥିଲା ଇଡି ।

ଏଥି ସହିତ ଅର୍ଚ୍ଚନାଙ୍କ ମୁହଁରୁ କିଛି ବଡ ବଡିଆଙ୍କ ନାଁ ବାହାର କରିବାକୁ ଚେ଼ଷ୍ଟା କରୁଛି । ହେଲେ ମିଡିଆ ଆଗରେ ମୁହଁ ଦେଖାଉଥିବା ଅର୍ଚ୍ଚନା କାହିଁକି ଏବେ ଚୁପ୍ ତାହା ଏବେ ବୁଝା ପଡୁନାହିଁ । ହାତରେ ଆଉ ତିନି ଦିନ ର ସମୟ । ଏହାରି ଭିତରେ ଅର୍ଚ୍ଚନାଙ୍କ ପାଖରୁ କି ତଥ୍ୟ ହାସଲ କରିବ କେନ୍ଦ୍ରୀୟ ଏନଜେନସି ତାହା ଅପେକ୍ଷା ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *