ଅମିତ ଶାହଙ୍କ ଏହି ବୟାନ ପରେ ମମତା ବାନାର୍ଜୀ କ୍ରୋଧ ପ୍ରକାଶ କରି କହିଛନ୍ତି ମୋର ଇଛା ୨୦୨୧ ରେ ପୂରଣ ହେବ ।

Spread the love

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅନେକ ସମୟରେ ଯୁକ୍ତିତର୍କ ହୋଇଥାଏ । ପ୍ରାୟତଃ ଦୁହିଁଙ୍କ ମଧ୍ୟରେ ମତଭେଦ ଦେଖାଯାଇଥାଏ । ଯେତେବେଳେ ଦେଶରେ କରୋନା ଯୋଗୁଁ ସ୍ଥିତି ବିଗିଡି ଯାଇଛି ସେହି ସମୟରେ ତୃଣମୂଳ ସରକାର ଏହି ସଂକଟର ପରିସ୍ଥିତିକୁ ନିନ୍ଦା କରିଛି । ଯେତେବେଳେ ମମତା ବାନାର୍ଜୀଙ୍କ ଉପରେ ଆରୋପ ଲାଗିଥିଲା ସେହି ସମୟରେ ମମତା ବାନାର୍ଜୀ କ୍ରୋଧରେ କହିଥିଲେ ଯଦି ସମ୍ଭବ ହୁଏ ତେବେ ଗୃହମନ୍ତ୍ରୀ ଅମିତ ସାହା ପଶ୍ଚିମବଙ୍ଗ ସରକାର ଚଳାଇ ଦେଖାନ୍ତୁ । ଏହାର ଅର୍ଥ ହେଉଛି ମମତା ବାନାର୍ଜୀ ସ୍ୱୟଂ ବିଜେପି ସରକାରଙ୍କୁ ରାଜ୍ୟ ଚଳାଇବା ପାଇଁ ନିମନ୍ତ୍ରଣ ଦେଇଛନ୍ତି । ଏହା ପରେ ଅମିତ ଶାହଙ୍କ ବୟାନ ଆସିଥିଲା ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଅମିତ ଶାହଙ୍କ ବୟାନ ପରେ ଝଡ ସୃଷ୍ଟି ହୋଇଛି

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ପରେ ଅମିତ ଶାହ କହିଥିଲେ ଯଦି ମମତାଙ୍କ ପ୍ରକୃତରେ ଇଛା ରହିଛି ରାଜ୍ୟର ସରକାର ଭାରତୀୟ ଜନତା ପାର୍ଟି ଚଳାଉ ତେବେ ମମତାଙ୍କ ଏହି ଇଛା ଖୁବ ଶୀଘ୍ର ପୂର୍ଣ ହୋଇଯିବ । ୨୦୨୧ ରେ ପଶ୍ଚିମବଙ୍ଗର ଜନତା ହିଁ ରାଜ୍ୟରେ ବିଜେପି ସରକାର ଗଠନ କରିବ ।

Google

ଗୃହମନ୍ତ୍ରୀ ନିୟୁଜ ୧୮ ନେଟୱର୍କ ସମୂହ ସହ ବାର୍ତାଲାପ ସମୟରେ କହିଥିଲେ ମୁଁ ଜଣେ ସାଂସଦ ଅଟେ ଏବଂ ପଶ୍ଚିମବଙ୍ଗର ସରକାର ଚଳାଇ ପାରିବି ନାହିଁ କିନ୍ତୁ ଆମେ ଖୁବ ଶୀଘ୍ର ମମତା ଦିଦିଙ୍କ ଇଛା ପୂର୍ଣ କରିବୁ ।

Google

ଏହି ସମୟରେ ଅମିତ ଶାହ ସେହି ବିଷୟରେ ମଧ୍ୟ କହିଥିଲେ ତାହା ହେଉଛି ଯେତେବେଳେ ଶ୍ରମିକ ଟ୍ରେନ ମାଧ୍ୟମରେ ପ୍ରଭାସୀଙ୍କୁ ନିଜ ନିଜ ଘରକୁ ପଠାଇବା ବ୍ୟବସ୍ଥା ଚାଲିଥିଲା ସେହି ସମୟରେ ମମତା ବାନାର୍ଜୀ ଶ୍ରମିକ ସ୍ପେସିଆଲ ଟ୍ରେନକୁ କରୋନା ଏକ୍ସପ୍ରେସ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ଅମିତ ଶାହ କହିଥିଲେ ଯଦି କୌଣସି ବଙ୍ଗାଳି ଘରକୁ ଯିବା ପାଇଁ ଚାହେଁ ତେବେ ଏଥିରେ ତାର କଣ ଭୁଲ ଅଛି । ମୁଁ ଭଲ ରୂପେ ଜାଣେ ପଶ୍ଚିମବଙ୍ଗ ଜନତା ଏହି କଥାକୁ ସବୁଦିନ ପାଇଁ ମନେ ରଖିବେ ।

କରୋନା ସଙ୍କଟ ସମୟରେ ୧ କୋଟି ୧୦ ଲକ୍ଷ ଲୋକ ନିଜ ନିଜ ଘରକୁ ଫେରିଥିଲେ

Google

ଅମିତ ଶାହ କହିଥିଲେ କରୋନା ସଙ୍କଟ ସମୟରେ ୧ କୋଟି ୧୦ ଲକ୍ଷ ଲୋକ ନିଜ ନିଜ ଘରକୁ ଫେରିଥିଲେ ଏବଂ ଅନେକ ଲୋକ ଚିକିତ୍ସିତ ହୋଇ ନିଜ ନିଜ ପରିବାର ସହ ରହୁଛନ୍ତି । ଆମେ ଆମ ତରଫରୁ ପ୍ରଭାସୀଙ୍କ ନିମନ୍ତେ ଅନେକ ସୁବିଧା ଯୋଗାଇଥିଲୁ କିନ୍ତୁ ଯେଉଁମାନଙ୍କୁ ନିନ୍ଦା କରିବାର ଅଛି ସେମାନେ ନିନ୍ଦା ହିଁ କରିବେ ।