ଅଭିନୟ ପରେ ବର୍ତ୍ତମାନ ଏହି କାମ କରିବେ ମାଧୁରୀ ଦିକ୍ଷୀତ । ପ୍ରସଂଶକଙ୍କୁ ମିଳିବ ଉପହାର ।

Spread the love

ବର୍ତ୍ତମାନ ଆପଣ ମାଧୁରୀଙ୍କୁ ଦେଖିବା ସହ ଶୁଣି ମଧ୍ୟ ପାରିବେ । ଏହିପରି କିଛି କରିଛନ୍ତି ମାଧୁରୀ ଦିକ୍ଷୀତ ।

ବଲିଉଡର ଧକ୍ ଧକ୍ ଗାର୍ଲ ବହୁତ ଲମ୍ବା ସମୟ ପରେ ବଡ଼ ପରଦାକୁ ଫେରୁଛନ୍ତି । ଆସନ୍ତା ୧୭ ତାରିଖରେ ଚଳଚିତ୍ର “କଳଙ୍କ” ରିଲିଜ ହେବ । ଏହି ଚଳଚିତ୍ର ମାଧ୍ୟମରେ ଆପଣମାନେ ପୁଣି ଥରେ ୨୨ ବର୍ଷ ପରେ ସଂଜୟ ଦତ୍ତ ଓ ମଧୁରୀଙ୍କୁ ଏକାଠି ଦେଖି ପାରିବେ । ବହୁ ଆଶାର ସହ ଦର୍ଶକ ଏହି ଚଳଚିତ୍ର ରିଲିଜ ହେବା ପାଇଁ ଅପେକ୍ଷା କରି ରହିଛନ୍ତି ।

ଅତୀତରେ “କଲଙ୍କ”ର ଗୀତ ତବାହ ରିଲିଜ ହୋଇଛି । ଏହି ଗୀତରେ ମାଧୁରୀଙ୍କ ନାଚକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଏତେ ବର୍ଷ ପରେ ମଧ୍ୟ ମଧୁରୀଙ୍କ ସେହି ଜଳବା ଯାଇ ନାହିଁ । ଆଜି ମଧ୍ୟ ମାଧୁରୀ ନିଜ ନାଚ ଓ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିଣି ପାରୁଛନ୍ତି । ମଧୁରୀଙ୍କ ଏହି ଲେଉଟାଣିକୁ ଦର୍ଶକ ଚାତକ ପରି ଅନାଇ ବସିଛନ୍ତି । ବର୍ତ୍ତମାନ ଆମେ ମଧୁରୀଙ୍କ ବିଷୟରେ ଯାହା କହିବା ପାଇଁ ଯାଉଛୁ, ତାହା ଶୁଣିବା ପରେ ମଧୁରୀଙ୍କ ପ୍ରସଂସକ ଖୁସିରେ ନାଚି ଉଠିବେ ।

ମିଡ୍ ଡେର୍ ରିପୋର୍ଟ ଅନୁସାରେ ମାଧୁରୀ ଅଭିନୟ ସହ ସଂଗୀତରେ ମଧ୍ୟ ନିଜ ପ୍ରସଂଶକ ମାନଙ୍କୁ ଝୁମେଇବା ପାଇଁ ଯାଉଛନ୍ତି । ମିଡ୍ ଡେର୍ ସାକ୍ଷାତକାର ସମୟରେ ମାଧୁରୀ କହିଛନ୍ତି; ମୁଁ ପ୍ରଥମ ଥର ପାଇଁ ଗୀତ ଗାଉଛି କିନ୍ତୁ ମୁଁ ଏକ ଅଭିଜ୍ଞ କଳାକାର ପରି ଗୀତ ଗାଇବି । ମାଧୁରୀ ଏକ ଆଲବମ ପାଇଁ ନିଜ ସ୍ଵର ଦେଉଛନ୍ତି । ଏହି ଆଲବମ ଏହି ବର୍ଷ ରିଲିଜ ହେବ । ମିଳିଥିବା ସୂଚନା ଅନୁସାରେ, ମଧୁରୀ ଆଲବମ ପାଇଁ ଗାଇଥିବା ଗୀତଟି ରିଲିଜ ହୋଇ ସାରିଛି । କିନ୍ତୁ ଚଳଚିତ୍ର କଳଙ୍କ ଓ ଅନ୍ୟ କିଛି ପ୍ରୋଜେକ୍ଟ ପାଇଁ ଆଲବମର ସୁଟିଂ କରି ନାହାଁନ୍ତି ।

ବହୁତ କମ ଲୋକ ଜାଣିଥିବେ ମାଧୁରୀ “ଗୁଲାଵ୍ ଗେଙ୍ଗ” ଚଳଚ୍ଚିତ୍ରରେ ଗୀତ ଗାଇ ସାରିଛନ୍ତି । କିନ୍ତୁ ପ୍ରଥମ ଥର ପାଇଁ ମାଧୁରୀ ପପ୍ ସିଙ୍ଗିଙ୍ଗ୍ କରିବେ । ସୂଚନା ଅନୁସାରେ ମାଧୁରୀ ଇଂରାଜୀ ଗୀତ ଗାଇବେ ଓ ଏହି ଆଲବମରେ ୬ଟି ଗୀତ ରହିଛି । ମାଧୁରୀ ଜଣେ ଭଲ ଅଭିନେତ୍ରୀ ସହ ଜଣେ ଭଲ ନତର୍କି ମଧ୍ୟ । ଏହା ସହ ସେ ବର୍ତ୍ତମାନ ସଙ୍ଗୀତ ଦୁନିଆରେ ମଧ୍ୟ ପାଦ ଦେବା ପାଇଁ ଯାଉଛନ୍ତି ।

ସଂଜୟଙ୍କ ସହ ଲମ୍ବା ସମୟ ପରେ କାମ କରିବା ଅନୁଭୂତିକୁ ମାଧୁରୀ ଶେୟର କରିଥିଲେ । ଅତୀତରେ ମିଳିତ ଭାବରେ କରିଥିବା ଚଳଚିତ୍ର ଓ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ଥିବା ଏହି ଯୋଡି ବର୍ତ୍ତମାନ କଣ କମାଲ ଦେଖାଇବେ ଦର୍ଶକ ଚାହିଁ ବସିଛନ୍ତି । କିନ୍ତୁ ଯେତେବେଳେ ସଞ୍ଜୟ ଜେଲ ଚାଲି ଯାଇଥିଲେ ସେହି ସମୟରେ ମାଧୁରୀ ସଂଜୟଙ୍କ ସହ ସମ୍ପର୍କ ଭାଙ୍ଗି ଦେଇଥିଲେ । ଖବର ଅନୁସାରେ ସଞ୍ଜୟ ଜେଲରୁ ଥରେ ମଧୁରୀଙ୍କୁ ଫୋନ କରିଥିଲେ କିନ୍ତୁ ମାଧୁରୀଙ୍କ ମାଆ ମନା କରିବା କାରଣରୁ ମାଧୁରୀ ସଂଜୟଙ୍କ ସହ କଥା ହୋଇ ନଥିଲେ ।