ବହୁ ପ୍ରତିକ୍ଷାର ହେଲା ଅନ୍ତ, ଆଜି ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚିବ ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନ

Dakota plane

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବହୁ ପ୍ରତିକ୍ଷା ର ଘଟିଛି ଅନ୍ତ । ଓଡିଶା ରେ ପହଁଚିଛି ବିଜୁ ବାବୁ ଙ୍କ ଡାକୋଟା ବିମାନ କଲିକତା ର ଦମଦମ ବିମାନ ବନ୍ଦର ରୁ ତିନୋଟି ଟ୍ରୋଲର ରେ ବୋଝେଇ ହୋଇ ବାହାରିଥିବା ଡାକୋଟା ବିମାନ ଆଜି ସକାଳେ ଜଳେଶ୍ୱର ଲକ୍ଷୋନ୍ନ ନାଥ ଟୋଲଗେଟ ନିକଟ ରେ ପହଁଚିଥିଲା । ଏବଂ ଆଜି ସଂନ୍ଧ୍ୟା ସୁଧା ବିଜୁ ପଟ୍ଟନାୟକ ବିମାନ ବନ୍ଦର ରେ ପହଁଚିବ ଡାକୋଟା ।

କଲିକତା ପୋଲିସ ର ଏକ ସ୍ୱତନ୍ତ୍ର ଟିମ୍ ପଶ୍ଚିମବଙ୍ଗ ସୀମା ପର୍ଯ୍ୟନ୍ତ ସୁରକ୍ଷା ବଳୟ ଯୋଗେଇ ଏହାକୁ ଓଡିଶା ଆଭିମୂଖେ ପଠେଇ ଥିଲେ । ସେହି ପରି ଓଡିଶା ପୋଲିସ ର କଡା ସୁରକ୍ଷା ମଧ୍ୟରେ ଡାକୋଟା ବିମାନ ଭୁବନେଶ୍ୱର କୁ ଅଣା ଯାଉଛି । ଏୟାର ପୋର୍ଟ ରେ ପହଁଚିବା ପରେ ଏକ ସ୍ୱତନ୍ତ୍ର ବିଶେଷଜ୍ଞ୍ୟ ଦଳ ଡାକୋଟା ର ଯାଞ୍ଚ କରିବେ ।

bimana 1

ଏହା ପରେ ଯନ୍ତ୍ରୀ ମାନଙ୍କ ଏକ ଟିମ୍ ଏହାକୁ ଫିଟିଂ କରିବେ । ଡାକୋଟା କୁ ତାର ମୂଳ ଅବସ୍ଥା କୁ ଅଣା ଯିବ । ସେହିଥି ପାଇଁ ପ୍ରାୟ ଏକ ମାସ ସମୟ ଲାଗିବ ବୋଲି କୁହାଯାଉଛି । ତେବେ ଓଡିଶା ରାଜନୀତି ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଜିବନ ଏବଂ ସ୍ମୃତି ସହିତ ଯୋଡିତ ଏହି ଡାକୋଟା ବିମାନ ଡାକୋଟା ବିମାନ କୁ ପଶ୍ଚିମ ବଙ୍ଗୋ ରୁ ଓଡିଶା ଫରେଇ ଆଣିବାକୁ ଦିର୍ଘ ବର୍ଷ ହେବ ପ୍ରୟାସ ଚାଲିଥିଲା ।

ଏହି ଉଦ୍ୟମ ଆଜି ସଫଳ ହୋଇଛି । ଆଜି ଓଡିଶା କୁ ଆସୁଛି ଡାକୋଟା ବିମାନ ବିଜୁ ବାବୁ ଙ୍କ ଅତି ପ୍ରିୟ ଡାକୋଟା ବିମାନ ଭୁବନେଶ୍ୱର ଆସିବା ପରେ ଏହାକୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ରେ ରଖା ଯିବ ବୋଲି ସୂଚନା ରହିଛି । ତେବେ ଏହା ଆମ ଓଡିଶା ପାଇଁ ଏକ ଗୈରବ ର ବିଷୟ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *