ବିବାହର ୭ ଘଣ୍ଟା ପରେ ବରକୁ ଛାଡ଼ି ଚାଲିଗଲା କନିଆଁ ,କହିଲା ମୁଁ ଥକ୍କି ଯାଇଛି ।

wedding

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହର ୭ଘଣ୍ଟା ପରେ ବରକୁ ଛାଡିଦେଲେ କନିଆଁ । କହିଲେ ମୁଁ ଥକି ଯାଇଛି । ବିବାହର ୪୨୦ ମିନିଟ୍ ପରେ ଭାଙ୍ଗିଗଲା ସମ୍ପର୍କ । କୁହାଯାଏ କି ବିବାହ ସାତ ଜନ୍ମ ପାଇଁ । ମାତ୍ର କନିଆଁ ବିବାହର ୭ଘଣ୍ଟା ଭିତରେ ବର ସହ ସମ୍ପର୍କ କାଟି ଦେଇଛନ୍ତି । ଏଭଳି ଏକ ଘଟଣା କାନପୁରରେ ଦେଖାଦେଇଛି । ଏହାର କାରଣ ହେଉଛି ବାପ ଘର ଠାରୁ ଶାଶୁ ଘର ଦୂରତା ବହୁତ ଅଧିକ ।

ବାରନାଶିର ବାସିନ୍ଦା ବୈଷ୍ଣବୀଙ୍କ ବିବାହ ରାଜସ୍ଥାନର ବିକାନେରର ବାସିନ୍ଦା ରବିଙ୍କ ସହ ସ୍ଥିର ହୋଇଥିଲା । ରବି ଗୁରୁବାର ଦିନ ବରଯାତ୍ରୀଙ୍କୁ ନେଇ ବନାରାଶି ରେ ପହଞ୍ଚିଥିଲେ । ବିବାହ ପରେ ସେ କନିଆଁ ସହିତ ବିକାନେରକୁ ବାହାରିଥିଲେ । ଯିବା ସମୟରେ ମାତ୍ର ୭ଘଣ୍ଚା ପରେ କାନପୁରର ରାଜପଥ ପେଟ୍ରୋଲ ପମ୍ପରେ ଗାଡି ଅଟକି ଯିବା ମାତ୍ରେ ବୈଷ୍ଣବୀ ଜୋରରେ କାନ୍ଦିବାକୁ ଲାଗିଲେ । କନିଆଁ କାନ୍ଦୁଥିବା ଦେଖି ଡିଉଟିରେ ଥିବା ପୋଲିସ୍ କର୍ମଚାରୀ ସେଠାରେ ପହଞ୍ଚିଥିଲେ ।

wedding

କନିଆଁକୁ ପଚାରିବା ପରେ କନିଆଁ କହିଲେ ସେ ସାତ ଘଣ୍ଟା ହେଲା ଯାତ୍ରା କରୁଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ଶାଶୂ ଘର ପହଞ୍ଚି ପାରୁନାହାନ୍ତି । ସୂଚନା ପାଇଁବା ପରେ ସ୍ଥିତି ଜାକେରି ଅମନା ଯାଦବ ଘଟଣା ସ୍ଥଳରେ ପହଞ୍ଚି ବୈଷ୍ଣବୀଙ୍କ ଠାରୁ ସୂଚନା ନେଇଥିଲେ । ଯେଉଁଠି ବୈଷ୍ଣବୀ କାନ୍ଦି କାନ୍ଦି କହିଥିଲେ ଯେ ବିବାହ ପୂର୍ବରୁ ବର କହିଥିଲେ ଯେ ସେ ପ୍ରୟାଗରେ ରୁହନ୍ତି । ବର୍ତ୍ତମାନ ସେ ମୋତେ ରାଜସ୍ଥାନର ବିକେନାରକୁ ନେଇ ଯାଉଛନ୍ତି । ମୁଁ ବନାରସ ରୁ ଘଣ୍ଟା ଘଣ୍ଟା ଯାତ୍ରା କରି ଥକି ଗଲିଣି । ମୁଁ ରାଜସ୍ଥାନ ଯିବାକୁ ଚାହିଁନାହଁ । ମୁଁ ଏତେ ଦୂର ଯିବି ନାହିଁ ।

କନିଆଁର କଥା ଶୁଣିବା ପରେ ଏସିପି ଅମନା ଯାଦବ ସବଇନ୍ସପେକ୍ଟର କୁ ମଧ୍ୟ ପଚାରିବାକୁ କହିଥିଲେ । ରବିନ୍ କୁ ପୋଲିସ୍ ପଚାରିବାରୁ ଝିଅର ପରିବାର ସଦସ୍ୟ ସବୁକିଛି ଜାଣି ସାରିଛନ୍ତି ବୋଲି ରବି କହିଥିଲେ । ଅନ୍ୟ ପକ୍ଷରେ ଯେତେବେଳେ ପୋଲିସ୍ ଝିଅର ମାଁ ସହିତ ଯୋଗଯୋଗ କଲା ଝିଅର ମାଁ ତାଙ୍କ ଝିଅକୁ ବନାରସ ପଠାଇବାକୁ ପୋଲିସ୍ କହିଥିଲେ । ପୋଲିସ୍ ବୈଷ୍ଣବୀଙ୍କୁ ବନାରସକୁ ପଠାଇଥିଲେ । ପରେ ରବିନ୍ ବରଯାତ୍ରୀକୁ ନେଇ ଖାଲି ହାତରେ ବେକାନେରକୁ ଫେରିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *