୩୭ବର୍ଷ ପରେ “ନଦିଆ କେ ପାର” ଫିଲ୍ମର ଗୁଂଜା ବର୍ତ୍ତମାନ ଏପରି ଦେଖାଯାଉଛନ୍ତି, ଚିହ୍ନିବା ବହୁତ ମୁସ୍କିଲ ଅଟେ ।

Spread the love

‘ନଦିଆ କେ ପାର’ ଫିଲ୍ମରେ ଗୁଂଜା ଭୁମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଫିଲ୍ମ ଦୁନିୟା ଠାରୁ ବହୁତ ଦୁରେଇ ଯାଇଛନ୍ତି ।

୧୯୮୨ ମସିହାରେ ଆସିଥିବା ଫିଲ୍ମ “ନଦିଆ କେ ପାର” ବର୍ତ୍ତମାନ ବହୁତ ପୁରୁଣା ହୋଇଗଲାଣି କିନ୍ତୁ ଏଥିରେ ଅଭିନୟ କରିଥିବା କଳାକାରମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକଙ୍କ ହୃଦୟରେ ଅଛନ୍ତି । ଏହି ଫିଲ୍ମରେ କାମ କରୁଥିବା ସମସ୍ତ କଳାକାରମାନେ ବହୁତ ଭଲ ଅଭିନୟ କରିଥିଲେ । ସେଥିପାଇଁ ଆଜି ମଧ୍ୟ ସେମାନଙ୍କର ପ୍ରଶଂସକ ସେମାନଙ୍କୁ ମନେ ପକାନ୍ତି । ଏହି ଫିଲ୍ମ ବହୁତ ହିଟ୍ ହେବା ଫଳରେ ଅନେକ କଳାକାରଙ୍କ କ୍ୟାରିଅର ଭଲ ହୋଇ ଯାଇଥିଲା । ଏହି ଫିଲ୍ମର କାହାଣୀ ଲୋକଙ୍କ ଆଖିରେ ଲୁହ ଆଣି ଦେଇଥିଲା । କେବଳ ସେତିକି ନୁହଁ, ଏହି ଫିଲ୍ମର କାହାଣୀକୁ ଆଧାର କରି ସଲମାନ ଏବଂ ମାଧୁରୀଙ୍କ “ହମ ଆପକେ ହେଁ କୋନ” ଫିଲ୍ମ ତିଆରି ହୋଇଥିଲା । ତେବେ ଆସନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ ବିଶେଷ କଣ ଅଛି ?

“ନଦିଆ କେ ପାର” ଫିଲ୍ମରେ ଗୁଂଜାର ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀଙ୍କୁ ସମସ୍ତେ ଜାଣିଥିବେ । ଗୁଂଜା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀଙ୍କ ନାମ ସାଧନା ସିଂ ଅଟେ । ସାଧନା ସିଂ ୟୁପିର କାନପୁର ନିବାସୀ ଅଟନ୍ତି । ଯାହାଙ୍କୁ ଏହି ଫିଲ୍ମରେ, ଗୁଂଜାର ଭୁମିକାରେ ଅଭିନୟ କରି ପ୍ରକୃତ ପରିଚୟ ମିଳିଥିଲା । ସାଧନା ସିଂ ନିଜ କ୍ୟାରିୟରରେ ଅନେକ ଗୁଡିଏ ଫିଲ୍ମ କରିଛନ୍ତି କିନ୍ତୁ ଗୁଂଜାର ଭୂମିକାରେ ଅଭିନୟ କରିବା ପରେ ସେ ଫିଲ୍ମରୁ ଦୁରେଇ ଯିବା ସହ ଲାଇମ ଲାଇଟରୁ ସମ୍ପୁର୍ଣ୍ଣ ରୂପରେ ଦୁରେଇ ରହିବାକୁ ଲାଗିଲେ ।

ଗୁଂଜାକୁ ଦେଖି ଲୋକେ କାନ୍ଦିବାକୁ ଲାଗିଥିଲେ :

ଖବର ଅନୁସାରେ, ଏହି ଫିଲ୍ମର ସୁଟିଙ୍ଗ ୟୁପିର କାନପୁରର ଏକ ଗ୍ରାମରେ ହୋଇଥିବା ଯୋଗୁଁ ଲୋକଙ୍କର ଗୁଂଜାଙ୍କ ସହ ଅଧିକ ସମ୍ବନ୍ଧ ବଢି ଯାଇଥିଲା । ଯେତେବେଳେ ଶୁଟିଙ୍ଗ ଶେଷ କରି ସାଧନା ସିଂ ଯିବା ପାଇଁ ବାହାରିଲେ, ସେହି ସମୟରେ ଲୋକମାନେ ତାଙ୍କୁ ଦେଖି କାନ୍ଦିବାକୁ ଲାଗିଲେ । ଏହି ଫିଲ୍ମର ସୁଟିଙ୍ଗ ୟୁପିର କାନପୁରର ଏକ ଗ୍ରାମରେ ହୋଇଥିବା ଯୋଗୁଁ ସାଧନା ସିଂଙ୍କୁ ଲୋକମାନେ ନିଜର ଗ୍ରାମରୁ ଚାଲି ଯାଆନ୍ତୁ ବୋଲି ଚାହୁଁ ନ ଥିଲେ । ଏହି ଫିଲ୍ମରେ ସାଧନା ସିଂଙ୍କ ନାୟକ ସାଜିଥିବା ସଚିନ ପିଲଗାମ୍ବକର ଥିଲେ ଏବଂ ଲୋକଙ୍କ ଠାରୁ ମଧ୍ୟ ସଚିନଙ୍କୁ ଅତ୍ୟଧିକ ସ୍ନେହ ମିଳିଥିଲା ।

ଲୋକଙ୍କ ମଧ୍ୟରେ ଏହିପରି ଭାବରେ ପ୍ରସିଦ୍ଧ ହୋଇଥିଲେ ଗୁଂଜା :

ଫିଲ୍ମ “ନଦିଆ କେ ପାର”ରେ ଗୁଂଜା ନିଜର ଅଭିନୟ ଦ୍ଵାରା ଲୋକଙ୍କ ହୃଦୟ ଜିତିଥିଲେ ଏବଂ ସେହି ସମୟରେ ଲୋକେ ଗୁଂଜାଙ୍କ ଅଭିନୟରେ ବହୁତ ଖୁସି ହୋଇଥିଲେ । ଏହା ଛଡା ସେହି ସମୟରେ ଲୋକେ ନିଜ ନିଜ ପୁତ୍ରୀ ନାମ ଗୁଂଜା ରଖିବାକୁ ଲାଗିଲେ । ଅର୍ଥାତ ଗୁଂଜାଙ୍କ ଭୂମିକାରେ ସାଧନା ସିଂ ବହୁତ ଲୋକପ୍ରିୟ ହୋଇଥିଲେ । ଖବର ଅନୁସାରେ, ୧୯୮୨ରେ ଜନ୍ମ ହୋଇଥିବା ଅଧିକାଂଶ ପୁତ୍ରୀଙ୍କ ନାମ ଗୁଂଜା ରଖା ଯାଉଥିଲା । କାରଣ ଗୁଂଜା ସେହି ସମୟରେ ଲୋକଙ୍କ ପାଇଁ ରୋଲ ମଡେଲ ଥିଲେ ।

ଫିଲ୍ମ ଦୁନିଆରୁ ଗୁଂଜା ବହୁତ ଶୀଘ୍ର ଦୁରେଇ ଗଲେ :

ଗୁଂଜାଙ୍କ ଭୂମିକାରେ ଅଭିନୟ କରୁଥିବା ସାଧନା ସିଂ ଅଳ୍ପ କିଛି ଫିଲ୍ମ କରିବା ପରେ ଇଣ୍ଡଷ୍ଟ୍ରିରୁ ଦୁରେଇ ଗଲେ । ସାଧନା ସିଂଙ୍କୁ ‘ଶଶୁରାଲ’ (୧୯୮୪), ‘ପିୟା ମିଲନ’ (୧୯୮୫), ‘ପାପୀ ସଂସାର’ (୧୯୮୫), ଏବଂ ‘ଫଲକ’ (୧୯୮୮)ରେ ଦେଖାଯାଇଥିଲା । ଯେଉଁଥିରୁ ତାଙ୍କୁ ଅଧିକ ଲୋକପ୍ରିୟତା ଫିଲ୍ମ ‘ନଦିଆ କେ ପାର’ରେ ମିଳିଥିଲା । ଫିଲ୍ମରୁ ଦୂରେଇ ଯିବାର କାରଣ ସାଧନା ସିଂ କହିଥିଲେ ଯେ, ତାଙ୍କୁ ତାଙ୍କ ମନ ପସନ୍ଦର କାମ ମିଳୁ ନ ଥିଲା । ଯାହା ଫଳରେ ସେ ନିଜର ଘର ପରିବାରର ଭରଣ ପୋଷଣ କରିବାର ନିଷ୍ପତି ନେଲେ ।