ଶେଷରେ ୧୬ ବର୍ଷ ପରେ କଟ୍ରିନା କୈଫ ନିଜ ଦୁଃଖ ଉପସ୍ଥାପନ କରିଛନ୍ତି, କହିଲେ – “ଫିଲ୍ମ ଇଣ୍ଡଷ୍ଟ୍ରିରେ ମୋତେ ନିଜକୁ ନିଜେ…….

Spread the love

ଫିଲ୍ମ ଇଣ୍ଡଷ୍ଟ୍ରିରେ ୧୬ ବର୍ଷ ପୂରଣ କରିଥିବା କଟ୍ରିନା ନିଜ ହୃଦୟର ଦୁଃଖକୁ ପ୍ରକାଶ କଲେ ।

କଟ୍ରିନା କୈଫଙ୍କ ନାମ ଦୁନିଆର ସବୁଠାରୁ ସୁନ୍ଦରୀ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ମଧ୍ୟରେ ସାମିଲ ଅଛି । କଟ୍ରିନାଙ୍କୁ ବଲିଉଡ଼ରେ ବଡ଼ ବ୍ରେକ ସଲମାନ ଖାନ ଦେଇଥିଲେ । ସେ ବର୍ତ୍ତମାନର ସମୟରେ ବଲିଉଡ଼ର ସର୍ବଶ୍ରେଷ୍ଠ ଏବଂ ଅଧିକ ଟଙ୍କା ଆୟ କରୁଥିବା ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ବର୍ତ୍ତମାନ ବଲିଉଡ଼ର ସମସ୍ତ ଅଭିନେତା ଏବଂ ନିର୍ଦ୍ଦେଶକ ତାଙ୍କ ସହିତ କାମ କରିବାକୁ ଚାହୁଁଛନ୍ତି । କିଛି ଦିନ ପୂର୍ବରୁ ହିଁ ସଲମାନ ଏବଂ କଟ୍ରିନାଙ୍କ ଫିଲ୍ମ “ଭାରତ” ମୁକ୍ତିଲାଭ କରିଥିଲା ଓ ଯାହା ସିନେମା ହଲ ମାନଙ୍କରେ ବହୁତ ଭଲ ବିଜନେସ ମଧ୍ୟ କରିଥିଲା । ଜଣାଇ ଦେଉଛୁ ଯେ, ଏହି ଚଳଚ୍ଚିତ୍ର ପାଇଁ ପ୍ରଥମେ ପ୍ରିୟଙ୍କା ଚୋପଡ଼ାଙ୍କୁ ନେବାର ଥିଲା କିନ୍ତୁ ନିଜ କାମର ବ୍ୟସ୍ତତା ମଧ୍ୟରେ ପ୍ରିୟଙ୍କା ଏହି ଚଳଚ୍ଚିତ୍ରକୁ ସାଇନ କରିବା ପାଇଁ ମନା କରି ଦେଇଥିଲେ ଯାହା ପରେ ଏହି ଚଳଚ୍ଚିତ୍ରଟି କଟ୍ରିନାଙ୍କୁ ମିଳିଥିଲା । ଚଳଚ୍ଚିତ୍ରରେ କଟ୍ରିନାଙ୍କ ଛଡ଼ା ଅଭିନେତ୍ରୀ ଦିଶା ପଟନୀ ମଧ୍ୟ ନଜର ଆସିଥିଲେ । କଟ୍ରିନା କୈଫ ଚଳଚ୍ଚିତ୍ର ଛଡ଼ା ନିଜ ସମ୍ପର୍କ ପାଇଁ ମଧ୍ୟ ଚର୍ଚ୍ଚାରେ ରହନ୍ତି । ସଲମାନ ଖାନଙ୍କ ସହିତ ତାଙ୍କ ନାମ ଜଡ଼ିତ ହେବାପରେ କଟ୍ରିନା କୈଫ ରଣବିର କପୂରଙ୍କ ସହିତ ସମ୍ପର୍କ ସ୍ଥାପନ କଲେ । କିନ୍ତୁ, ବର୍ତ୍ତମାନ ୭ ବର୍ଷ ପରେ ଦୁଇଜଣଙ୍କ ବ୍ରେକ୍ ଅପ୍ ହୋଇସାରିଛି । କଟ୍ରିନାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ୧୬ ବର୍ଷ ବିତିଗଲାଣି ଓ ବର୍ତ୍ତମାନ ନିକଟରେ ହିଁ ସେ ନିଜର ଚଳଚ୍ଚିତ୍ର ଜୀବନ ଯାତ୍ରାକୁ ନେଇ ମିଡ଼ିଆ ସହିତ କଥାବାର୍ତ୍ତା କରିଛନ୍ତି ।

କହିଲେ ଯେ – ବଲିଉଡ଼ରେ ରହିବାକୁ ହେଲେ ବହୁତ ସାହସ ଏବଂ ଧୈର୍ଯ୍ୟ ଆବଶ୍ୟକ ହୋଇଥାଏ :

:

ମିଡ଼ିଆ ସହିତ କଥାବାର୍ତ୍ତା ହେବା ସମୟରେ ଏହି ଅଭିନେତ୍ରୀ ନିଜକୁ ଓ ଇଣ୍ଡଷ୍ଟ୍ରିକୁ ନେଇ ବହୁତଗୁଡ଼ିଏ ରହସ୍ୟ ମଧ୍ୟ ଉନ୍ମୋଚନ କଲେ । କଟ୍ରିନା କହିଲେ ଯେ- “ବଲିଉଡ଼ରେ କାମ କରିବା ସହଜ ନୁହେଁ । ଏଥିରେ ରହିବାକୁ ହେଲେ ଦୃଢ଼ ବିଶ୍ୱାସ, ସାହସ ଏବଂ ଧୈର୍ଯ୍ୟର ଆବଶ୍ୟକତା ରହିଛି । ଏହି ଦୁନିଆ ଭାବନାରୁ ମଧ୍ୟ ଅଧିକ ଜଟିଳ ଅଟେ । ଏଥିରେ ଆପଣଙ୍କୁ ସଫଳତା ମିଳିବା, ଏହା ଜରୁରୀ ନୁହେଁ । ମୋତେ ଲାଗେ ଯେ, ଆପଣ କେବେ ମଧ୍ୟ ସଫଳତାକୁ ନିଜ ମସ୍ତିଷ୍କ ଉପରେ ଏବଂ ଅସଫଳତାକୁ ନିଜର ହୃଦୟରେ ଅଧିକ ଚାପ ପକାଇବା ଠିକ ନୁହେଁ ।” ନିଜର ଚଳଚ୍ଚିତ୍ର ଜୀବନୀ ବିଷୟରେ ଆଲୋଚନା କରିବାକୁ ଯାଇ ଅଭିନେତ୍ରୀ କହିଲେ ଯେ, “ଏହି ଯାତ୍ରାଟି ମୋ ପାଇଁ ବହୁତ ମହତ୍ତ୍ୱ ପୂର୍ଣ୍ଣ ରହିଛି । ଏଥିପାଇଁ ମୋତେ ବହୁତ ପରିଶ୍ରମ କରିବାକୁ ପଡ଼ିଲା । କିନ୍ତୁ ଏହି ଯାତ୍ରା ସମୟରେ ଦର୍ଶକମାନଙ୍କ ଭରପୂର ଭଲପାଇବା ମଧ୍ୟ ମିଳିଛି ।”

ମେକ୍ସିକୋରେ ବିତାଉଛନ୍ତି ଛୁଟି :

ଆପଣଙ୍କ ସୂଚିତ କରାଇ ଦେଉଛୁ ଯେ, କଟ୍ରିନା ବର୍ତ୍ତମାନ ମେକ୍ସିକୋରେ ଅଛନ୍ତି ଓ ସେଠାରେ ହିଁ ନିଜର ଜନ୍ମଦିନ ପାଳନ କରିଛନ୍ତି । କଟ୍ରିନା ସବୁଦିନ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଛୁଟିର ଫୋଟୋଗୁଡ଼ିକ ସେୟାର କରୁଛନ୍ତି । କିଛି ଦିନ ତଳେ ହିଁ ସେ ନିଜର ଏକ ଫୋଟୋ ସେୟାର କରିଥିଲେ, ଯେଉଁଥିରେ କି ସେ ସମୁଦ୍ର କୂଳରେ ବସିଥିଲେ । ତାଙ୍କର ଫ୍ୟାନସ୍ ମାନଙ୍କୁ ଏହି ଫୋଟୋଟି ବହୁତ ପସନ୍ଦ ଆସିଥିଲା । କଟ୍ରିନା ସର୍ବଦା ଏକ ଲମ୍ବା ସମୟ ପରେ ବ୍ରେକ ନିଅନ୍ତି । ଏଥର ସେ ‘ଠଗସ ଅଫ ହିନ୍ଦୁସ୍ତାନ’, ‘ଜିରୋ’, ‘ଟାଇଗର ଜିନ୍ଦା ହେ’, ଓ ‘ଭାରତ’, ଫିଲ୍ମ କରିବା ପରେ ବ୍ରେକ୍ ନେଲେ । ତାଙ୍କ କାମ ବିଷୟରେ ଆଲୋଚନା କରିବା ତା’ହେଲେ ସେ ଶୀଘ୍ର ହିଁ ‘ସୂର୍ଯ୍ୟ ବଂଶୀ’ରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ତାଙ୍କ ସହିତ ଅକ୍ଷୟ କୁମାର ମଧ୍ୟ ନଜର ଆସିବେ ।

ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିବାକୁ ବହୁତ ଭଲ ପାଆନ୍ତି । ନିଜକୁ ନିଜେ ଜଣେ ସଫଳ ଅଭିନେତ୍ରୀ ଭାବେ ଗ୍ରହଣ କରନ୍ତି କିମ୍ବା ନାହିଁ ? ଏହି ପ୍ରଶ୍ନରେ ଉତ୍ତର ଦେଲେ ଯେ, “ମୋତେ ବର୍ତ୍ତମାନ ଇଣ୍ଡଷ୍ଟ୍ରିରେ ବହୁତ କିଛି କରିବାର ଅଛି । କଥାଟା ଏହା ଯେ, ମୋତେ ନିଜକୁ ନିଜେ ଆଉ ଅଧିକ ସୁଧାରିବାର ଅଛି । ମୋତେ ଆହୁରି ବହୁତ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ ମଧ୍ୟ କରିବାର ଅଛି ଓ ନିଜର ସମସ୍ତ ଚଳଚ୍ଚିତ୍ରରେ ବହୁତ ପରିଶ୍ରମ ମଧ୍ୟ କରିବାର ଅଛି ।” ନିଜର ବର୍ତ୍ତମାନ ପର୍ଯ୍ୟନ୍ତ କାମ କରିଥିବା ଚଳଚ୍ଚିତ୍ର ଗୁଡ଼ିକ ବିଷୟରେ କଟ୍ରିନା କହିଲେ ଯେ, “ମୋ ଜୀବନରେ ଏହି ସମୟଟି ବହୁତ ମହତ୍ୱପୂର୍ଣ୍ଣ ଅଟେ ଏବଂ ମୋତେ ଏକା ସାଥିରେ ହିଁ ଭାରତ ଏବଂ ଜିରୋ ଚଳଚ୍ଚିତ୍ରରେ କାମ କରିବାକୁ ସୁଯୋଗ ମିଳିଲା । ଏହି କାମ ଜରିଆରେ ମୋତେ ବହୁତ ସନ୍ତୁଷ୍ଟି ମିଳୁଛି । ମୋତେ ନିଜର ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିବା ପାଇଁ ବହୁତ ମଜା ଲାଗେ ।” ଆଗାମୀ ଚଳଚ୍ଚିତ୍ର ମାନଙ୍କରେ କାମ କରିବା ପ୍ରଶ୍ନରେ କଟ୍ରିନା କହିଲେ, “ମୋତେ ଏପରି ଚଳଚ୍ଚିତ୍ରରେ କାମ କରିବାର ଅଛି ଯାହାର କାହାଣୀ କହିବା ବହୁତ ମହତ୍ତ୍ୱ ପୂର୍ଣ୍ଣ ଥିବ । ମୁଁ ଚାହେଁ ଯେ, ମୁଁ ନିଜେ ମଧ୍ୟ ଗୋଟିଏ ଦର୍ଶକ ଭାବରେ ଏହି ଚଳଚ୍ଚିତ୍ରଟିକୁ ଦେଖିବି ।”