୧୫ ଦିନ ପରେ ରଦ୍ଦ ହୋଇପାରେ ଆପଣଙ୍କ ପାନ କାର୍ଡ ! ଆସନ୍ତୁ ତାହାର କାରଣ ଜାଣିବା ।

Spread the love

ଆୟକର ବିଭାଗ ୩୧ ମାର୍ଚ୍ଚ ପରେ ରଦ୍ଦ କରିଦେବେ ୧୯ କୋଟି ପାନ୍ କାର୍ଡ । ଏହା ଏଥିଯୋଗୁଁ ହେଉଛି କାରଣ ସେମାନେ ଏବେ ପର୍ଯ୍ୟନ୍ତ ପାନ୍ କାର୍ଡକୁ ଆଧାର ସହ ଲିଙ୍କ କରି ନାହାନ୍ତି । ଏବେ ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ କରିବା ଜରୁରୀ ହେଇଗଲା । ଏଥିପାଇଁ ସୁପ୍ରିମ କୋର୍ଟ ମଧ୍ୟ ସମୟସୀମା ନିର୍ଦ୍ଧାରିତ କରିଦେଲେ ।

୪୨ କୋଟି ଲୋକଙ୍କ ପାଖରେ ପାନ୍ କାର୍ଡ –

ଏବେ ପର୍ଯ୍ୟନ୍ତ ଆୟକର ବିଭାଗ ଦେଶରେ ୪୨ କୋଟି ଲୋକଙ୍କ ପାନ୍ କାର୍ଡ ଜାରି କରି ସାରିଛନ୍ତି । ଏବେ ପର୍ଯ୍ୟନ୍ତ କେବଳ ୨୩ କୋଟି ଲୋକଙ୍କର ହିଁ ପାନ୍ କାର୍ଡ ଆଧାର ସହିତ ଲିଙ୍କ ହେଇଛି । ଉଚ୍ଚ ନ୍ୟାୟାଳୟ ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ କରିବା ପାଇଁ ସମୟସୀମା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରଖିଛନ୍ତି ।

ନିଜ ପାନ୍ କାର୍ଡର ଷ୍ଟାଟସ୍ ଏଭଳି ଜାଣନ୍ତୁ –

ଆପଣଙ୍କର ପାନ୍ କାର୍ଡ ଆଧାର ସହ ଲିଙ୍କ ହେଇଛି ନା ନାହିଁ ତାହା ସହଜରେ ଜାଣିହୁଏ । ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତେବେ ଆୟକର ବିଭାଗର ୱେବ୍ସାଇଟକୁ ଯାଇ ଏହାର ଷ୍ଟାଟସ୍ ଜାଣି ପାରିବେ ।

ଏହି process କୁ follow କରନ୍ତୁ –

ସର୍ବ ପ୍ରଥମେ ଆପଣଙ୍କୁ ଆୟକର ବିଭାଗର ୱେବ୍ସାଇଟ incometaxindiaefiling.gov.inକୁ ଯିବାର ଅଛି ।

ଏଠାରେ Link Aadhaar ଲେଖାଥିବା optionରେ click କରିବା ପରେ ଗୋଟିଏ ୱିଣ୍ଡ ଖୋଲିବ ।

ଏଥିରେ ଆପଣ ପାନ୍ ନମ୍ବର, ଆପଣଙ୍କ ଆଧାର ନମ୍ବର ଓ ନାମ, ଏଣ୍ଟ୍ରି କରିବା ପରେ CAPTHCHA type କରନ୍ତୁ, ଯଦି CAPTCHA କରିବାକୁ ଚାହୁଁନାହାନ୍ତି, ତେବେ ଫୋନ ନମ୍ବର ଦେବାକୁ ହେବ । ଏହା ପରେ ଆପଣଙ୍କ ମୋବାଇଲ୍ ନମ୍ବରକୁ ଗୋଟିଏ OTP ଆସିବ । OTPକୁ ସେହି ୱିଣ୍ଡରେ ଲେଖି submite କରିବାର ଅଛି ।

ଏହାପରେ ଆପଣଙ୍କ ସାମ୍ନାରେ ଆପଣଙ୍କ ପାନ୍ ନମ୍ବର, ନାମ, Citizen, ୱାର୍ଡ ନୁମ୍ବର ଓ ରିମାର୍କ ଆଦି ଦେଖାଇବ ।

ରିମାର୍କ ରେ ଲେଖା ହୋଇଥିବା ଆପଣଙ୍କ ପାନ୍ କାର୍ଡ active ଅଛି ନା ନାହିଁ ।

ଏଭଳି କରାନ୍ତୁ ଲିଙ୍କ –

ଆୟକର ବିଭାଗର ଇ-ଫିଲିଙ୍ଗ ୱେବ୍ସାଇଟ : (www.incometaxindiaefiling.gov.in) କୁ ଇଣ୍ଟରନେଟ ରେ ଖୋଲନ୍ତୁ ।

ଏଠାରେ ବାମ ପଟେ ଲାଲ ରଙ୍ଗ ରେ link adhaar ଉପରେ click କରନ୍ତୁ ।

ଯଦି ଆପଣଙ୍କର ଆୟକର ଆକାଉଣ୍ଟ ନ ହେଇଥିଲେ ତେବେ ପଞ୍ଜିକରଣ କରିଦିଅନ୍ତୁ ।

ଲୋଗ-ଇନ କରିବା ତୁରନ୍ତ page ଖୋଲିବ, ଯେଉଁଥିରେ ଉପରେ ଦିଶୁଥିବା ନୀଳ ଚିହ୍ନ ରେ ପ୍ରୋଫାଇଲ setting choice କରନ୍ତୁ ।

ପ୍ରୋଫାଇଲେ setting ରେ ଆପଣଙ୍କୁ ଆଧାର କାର୍ଡ କୁ ଲିଙ୍କ କରିବାପାଇଁ ଗୋଟିଏ option ଦେଖାଇବ । ଏହାକୁ select କରିଦିଅନ୍ତୁ ।

ଏଠାରେ ଦିଆଯାଇଥିବା ସେକ୍ସନ ରେ ନିଜର ଆଧାର ନମ୍ବର ଓ ଦିଆଯାଇଥିବା କେପ୍ଚା କୋଡ଼ ଲେଖନ୍ତୁ ।

ତଥ୍ୟ ଲେଖିବା ପରେ ତଳେ ଲେଖା ଯାଇଥିବା link adhaar option କୁ click କରନ୍ତୁ ।