୧୨ବର୍ଷ ପରେ ସାମ୍ନାକୁ ଆସିଥିଲା ଅଭିଷେକ – ଐଶ୍ୱର୍ୟାଙ୍କ ୱେଡିଂ ଫୋଟୋ । ପୁଅର ବାହାଘରରେ ବହୁତ ମଜ୍ଜା କରିଥିଲେ ବିଗ୍ ବି ।

Spread the love

ବଲିଉଡର ଲୋକପ୍ରିୟ ଯୋଡି ଅଭିଷେକ ଏବଂ ଐଶ୍ୱର୍ୟାଙ୍କ ବାହାଘରର ଦେଖି ନ ଥିବା ଫୋଟୋ ସୋସିଆଲ ମିଡିଆରେ ବ୍ୟାପିବାରେ ଲାଗିଛି । ହଁ ଆଜ୍ଞା, ଅଭିଷେକ ବଚ୍ଚନ ଏବଂ ଐଶ୍ଵର୍ୟା ରାୟଙ୍କ ବାହାଘରକୁ ଏତେ ବର୍ଷ ହୋଇ ଯାଇଥିଲେ ମଧ୍ୟ, ତାଙ୍କର ବାହାଘରର ଫୋଟୋ ଆଜି ମଧ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଏହିଦିନ ଗୁଡିକରେ ସେ ଦୁହିଁଙ୍କ ଏମିତି କିଛି ଫୋଟୋ ମଧ୍ୟ ସୋସିଆଲ ମିଡିଆରେ ଭଇରାଲ୍ ହେବାରେ ଲାଗିଛି, ଯାହାକୁ ପୂର୍ବରୁ ଆପଣମାନେ ଦେଖିନଥିବେ । ଏତିକି ହିଁ ନୁହେଁ, ଏହି ଫୋଟୋରେ ଅଭିଷେକ ବଚ୍ଚନ ଏବଂ ଐଶ୍ବର୍ୟା ରାୟ ବ୍ୟତୀତ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ମଧ୍ୟ ନଜର ଆସିଥିଲେ । ତେବେ ଚାଲନ୍ତୁ ଜାଣିବା ଆଜି ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ୍ ଅଛି ?

ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ନିଜର ପୁଅ ଅଭିଷେକ ବଚ୍ଚନଙ୍କ ବାହାଘରରେ ମଜ୍ଜା କରିବାର ନଜରକୁ ଆସିଛନ୍ତି । ପୁଅ ବାହାଘରରେ ଅମିତାଭ ବଚ୍ଚନ ବହୁତ ମସ୍ତି କରିଥିଲେ, ଯାହାକି ଅନେକ ଥର ସେ କହି ସାରିଛନ୍ତି । କିନ୍ତୁ ପ୍ରଥମ ଥର ତାଙ୍କର ମସ୍ତି କରିବାର ଫୋଟୋ ଦେଖିବାକୁ ମିଳିଛି, ଯାହାକି ଆମେ ଆପଣଙ୍କ ପାଇଁ ଏଠାରେ ଆଣିଛୁ । ଜଣାଇ ଦେଉଛୁ କି ଅମିତାଭ ବଚ୍ଚନ ଏବଂ ଐଶ୍ୱର୍ୟା ରାୟ ବଚ୍ଚନଙ୍କ ବିବାହର ଏହି ଫୋଟ ଡିଜାଇନର ଅବୁଜାନି, ସନ୍ଦୀପ ଖୋସଲା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯାହାକୁ ଦେଖି ତାଙ୍କର ଫ୍ୟନସ୍ ବହୁତ ଖୁସି ଅଛନ୍ତି ।

ପୁଅର ବାହାଘରରେ ବହୁତ ନାଚ କରିଥିଲେ ଅମିତାଭ – ଜୟା :

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ୟା ରାୟ ବଚ୍ଚନଙ୍କ ବିବାହର କିଛି ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିମଧ୍ୟରୁ ଏକ ଫଟରେ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ନଜର ଆସୁଛନ୍ତି । ଦୁହେଁ ନିଜ ପୁଅର ବାହାଘରରେ ବହୁତ ଖୁସିରେ ନାଚିବାର ନଜର ଆସୁଛନ୍ତି । ଜଣାଇ ଦେଉଛୁ କି ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ନିଜର ପୁଅଙ୍କ ବାହାଘର ବହୁତ ଧୁମ୍ ଧାମରେ କରିଥିଲେ ଏବଂ ସେହି ସମୟରେ ଏହି ବିବାହ ବହୁତ ଟୋପରେ ଥିଲା, ଯାହାର ଚର୍ଚ୍ଚା ଆଜି ମଧ୍ୟ ହେଉଛି । ଫୋଟୋରେ ସଫା ସଫା ଦେଖାଯାଉଛି କି ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ନିଜର ପୁଅ ଏବଂ ବୋହୂ ଆଗରେ ଡାନ୍ସ କରୁଛନ୍ତି ଏବଂ ଆଗାମୀ ଜୀବନ ପାଇଁ ଶୁଭକାମନା ଦେଉଛନ୍ତି ।

ରୋୟାଲ୍ Lookରେ ନଜର ଆସିଥିଲେ ଅଭିଷେକ ଏବଂ ଐଶ୍ୱର୍ୟା :

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ୟା ରାୟ ନିଜର ବାହାଘରରେ ବହୁତ ରୋୟାଲ Lookରେ ନଜର ଆସିଥିଲେ, ଯାହାର ଏକ ଫୋଟ ଏହି ଦିନ ଗୁଡ଼ିକରେ ଭାଈରାଲ୍ ହେବାରେ ଲାଗିଛି । ଏହି ଫୋଟରେ ଦୁହେଁ ବହୁତ କ୍ୟୁଟ୍ ଲାଗୁଛନ୍ତି । ଜଣାଇ ଦେଉଛୁ ଐଶ୍ୱର୍ୟା ରାୟଙ୍କୁ ଜୟା ବଚ୍ଚନ ନିଜର ପୁଅ ପାଇଁ ପସନ୍ଦ କରିଥିଲେ, ଯାହା ପାଇଁ ସେ କରିଷ୍ମା କପୁରଙ୍କୁ ମଧ୍ୟ ମନା କରିଦେଇଥିଲେ । କେବଳ ଏତିକି ନୁହେଁ, ଐଶ୍ୱର୍ୟାଙ୍କ ରଙ୍ଗ ରୂପ ବ୍ୟତୀତ ଜୟା ବଚ୍ଚନ ତାଙ୍କ ସ୍ଵଭାବ ଦ୍ଵାରା ଅନେକ ପ୍ରଭାବିତ ହୋଇଥିଲେ ଏବଂ ବଚ୍ଚନ ପରିବାରର ପରମ୍ପରାକୁ ଧ୍ୟାନରେ ରଖି ଏହି ବାହାଘରକୁ ହଁ କରିଥିଲେ ।

କିଛି ଏହି ପ୍ରକାରର ହୋଇଥିଲା ବାହାଘରର ରୀତିନୀତି :

ଏମିତିରେ ତୋ ସୋସିଆଲ ମିଡିଆରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ୟା ରାୟଙ୍କ ବାହାଘରର ପୁରା ଆଲବମ୍ ଉପଲବ୍ଧ ଅଛି କିନ୍ତୁ ଯେଉଁ ଫୋଟ ବର୍ତ୍ତମାନ ଭାଇରାଲ ହେଉଛି, ତାହା ପୁରାପୁରି ଫ୍ରେସ୍ ଅଟେ । ଭାଇରାଲ୍ ହେଉଥିବା ଫୋଟ ଗୁଡ଼ିକ ମଧ୍ୟରୁ କିଛି ଫୋଟ ଐଶ୍ୱର୍ୟା ଏବଂ ଅଭିଷେକଙ୍କ ବାହାଘରର ରୀତିନୀତିର ମଧ୍ୟ ଅଟେ, ଯାହାକୁ ଦୁହେଁ ବହୁତ ନିଷ୍ଠାର ସହିତ ପାଳନ କରିବାର ନଜର ଆସିଛନ୍ତି । କେବଳ ଏତିକି ନୁହେଁ ପୁରା ବଚ୍ଚନ ପରିବାର ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ୟା ରାୟଙ୍କ ବାହାଘରରେ ବହୁତ ମସ୍ତି କରୁଥିଲେ ।