କନ୍ୟାଦାନ ବୀମାର ଲାଭ ଉଠାନ୍ତୁ : ପ୍ରତିଦିନ ୧୨୧ ଟଙ୍କା ନିବେଶ କଲେ ଝିଅ ବାହାଘରରେ ମିଳିବ ୨୭ ଲକ୍ଷ ଟଙ୍କା ।

Spread the love

ସାଧାରଣତଃ ଲୋକମାନେ ଝିଅ ବାହାଘର ପାଇଁ ଚିନ୍ତା କରନ୍ତି । ଝିଅ ବାହାଘର ପାଇଁ ପ୍ରତ୍ୟେକ ବାପା ମାଆ ଅନେକ ବର୍ଷ ଧରି ଟଙ୍କା ଜମା କରନ୍ତି, କାହିଁକି ନା ବିବାହ ବେଳେ ଯେପରି କିଛି ଅଭାବ ଅସୁବିଧା ନ ରହିବା ଯେପରି । ଝିଅ ବାହାଘରର ଖର୍ଚ୍ଚକୁ ନେଇ ବାପା ମାଆଙ୍କ ଚିନ୍ତା ବଢିଯାଏ । ଏମିତି ପରିସ୍ଥିତିରେ ଦେଶର ସବୁଠୁ ବଡ଼ ସରକାରୀ ବୀମା କମ୍ପାନୀ ଏଲଆଇସି ବା ଲାଇଫ୍ ଇଂସ୍ୟୁରାନ୍ସ କର୍ପୋରେସନ ଏହି ଅସୁବିଧା ପାଇଁ ଗୋଟିଏ ନୂଆ ଶୃଙ୍ଖଳାବଦ୍ଧ ଯୋଜନା ବାହାର କରିଛନ୍ତି । ଆପଣ ଏହି ଶୃଙ୍ଖଳାବଦ୍ଧ ଯୋଜନାରେ ପ୍ରତିଦିନ ମାତ୍ରା ୧୨୧ ଟଙ୍କା ଜମା କରିବେ; ତେବେ ୨୫ ବର୍ଷରେ ଆପଣଙ୍କୁ ୨୭ ଲକ୍ଷ ଟଙ୍କା ମିଳିବ । ଆସନ୍ତୁ ଜାଣିବା LICର ଏହି ଶୃଙ୍ଖଳାବଦ୍ଧ ଯୋଜନାର ସମ୍ପୂର୍ଣ୍ଣ ବିବରଣୀ ବିଷୟରେ ।

ଝିଅମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଲୋକମାନେ ତାଙ୍କ ଜନ୍ମରୁ ହିଁ ଭଲ ନିବେଶ ବୀମା କରିବା ପାଇଁ ଯୋଜନା କରନ୍ତି । ଆଜି ଆମେ LICର ଏମିତି ଏକ ବୀମା ବିଷୟରେ କହିବୁ, ଯାହାକୁ LIC ଝିଅମାନଙ୍କ ବାହାଘର ପାଇଁ କରିଛି । LIC ଏହି ଯୋଜନାର ନାମ ମଧ୍ୟ କନ୍ୟାଦାନ ଯୋଜନା ରଖିଛି ।

୧. ବୀମା ନେଲା ପରେ ଯଦି ମୃତ୍ୟୁ ହୋଇଯାଏ, ତେବେ ପରିବାରକୁ ଏହି ବିମର ପ୍ରିମିୟମ ଭରିବାକୁ ପଡିବ ନାହିଁ ଏବଂ ତାଙ୍କୁ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ।

୨. ଆପଣଙ୍କୁ କହି ଦେଉଛୁ ୨୫ ବର୍ଷ ପୂରି ଗଲା ପରେ ବୀମାର ନୋମିନିକୁ ୨୭ ଲକ୍ଷ ଟଙ୍କା ଅଲଗାରେ ମିଳିବ ।

୩. ଏହି ଯୋଜନାରେ ପ୍ରତିଦିନ ୧୨୧ ଟଙ୍କା ହିସାବରେ ପାଖାପାଖି ମାସିକ ୩୬୦୦ ଟଙ୍କାର ପ୍ରିମିୟମ ହେଉଛି । କିନ୍ତୁ ଯଦି ଆପଣ ଚାହିଁବେ ତେବେ ଏହା ଠାରୁ ଅଧିକ କିମ୍ବା କମ ମଧ୍ୟ ଦେଇ ଏହି ଯୋଜନା କରିପାରିବେ ।

ବୀମା ଉପରେ ଥରେ ନଜର ଦିଅନ୍ତୁ :

୨୫ ବର୍ଷ ପାଇଁ ବୀମାକୁ ନେଇପାରିବେ ।

୨୨ ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ ଦେବାକୁ ପଡିବ ।

ପ୍ରତିଦିନ ୧୨୧ ଟଙ୍କା କିମ୍ବା ମାସିକ ପାଖାପାଖି ୩୬୦୦ ଟଙ୍କା ।

ମଧ୍ୟରେ ଯଦି ବୀମାଧରକଙ୍କ ମୃତ୍ୟୁ ହୋଇଯାଏ, ତେବେ ପରିବାର ଲୋକଙ୍କୁ ଦେବାକୁ ପଡ଼ିବନି କୌଣସି ପ୍ରିମିୟମ ।

ଦୁର୍ଘଟଣା ହେଲେ ପ୍ରତିବର୍ଷ ଟଙ୍କା କିମ୍ବା ପ୍ରିମିୟମ ଦେବାକୁ ପଡ଼ିବ ନାହିଁ । ଏହାଛଡା ବୀମା ନେଲା ପରେ ଯଦି ବୀମାଧରକଙ୍କ ମୃତ୍ୟୁ ହୋଇଯାଏ; ତେବେ ପରିବାରକୁ ଏହି ବୀମାର ପ୍ରିମିୟମ ଭରିବାକୁ ପଡ଼ିବ ନାହିଁ ଏବଂ ପ୍ରତି ବର୍ଷ ତାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ । ଏହାଛଡା ୨୫ ବର୍ଷ ପୂରି ଗଲେ ବୀମାର ନୋମିନିକୁ ୨୭ ଲକ୍ଷ ଟଙ୍କା ଅଲଗା ମିଳିବ । ବାପାଙ୍କର ମୃତ୍ୟୁ ହେଲେ ପରିବାରକୁ ତତ୍କାଳ ୧୦ ଲକ୍ଷ ଟଙ୍କା ମିଳିବ । ଯଦି ଦୁର୍ଘଟଣାରେ ପିତାଙ୍କ ମୃତ୍ୟୁ ହୋଇଯାଏ, ତେବେ ଏହି ମୂଲ୍ୟ ୨୦ ଲକ୍ଷ ଟଙ୍କା ହୋଇଯିବ ।