ଅଧିକା ଟଙ୍କା ରୋଜଗାର କରିବା ପାଇଁ ଚାହୁଁଛନ୍ତି କି ? ତେବେ ଏହି ଜାଗାରେ ରଖିଦିଅନ୍ତି ଗୋଟିଏ ଅଳେଇଚ ।

Spread the love

ଧନୀ ହେବ ପାଇଁ ଟଙ୍କା ରୋଜଗାର କରିବା ପାଇଁ କି ନ ଚାହେଁ ? ଆଜିର ସମାଜରେ ବଂଚିବା ପାଇଁ ଓ ନିଜ ଆବଶ୍ୟକତା ମେଣ୍ଟାଇବା ପାଇଁ, ଏପରି କି ପ୍ରତ୍ୟେକକ୍ଷେତ୍ରରେ ଟଙ୍କାର ଆବଶ୍ୟକତା ରହିଛି । ଯେକୌଣସି ମନୁଷ୍ୟ କଠିନ ପରିଶ୍ରମ ଦ୍ୱାରା ନିଜ ଭାଗ୍ୟ ବଦଳାଇ ପରେ । ଯଦି ଆପଣଙ୍କ ଭାଗ୍ୟରେ ଧନର ଯୋଗ ନାହିଁ, ତେବେ ଆପଣଙ୍କୁ ନିଜ ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତି ହୋଇନଥାଏ ।

ଯେତେବେଳେ ମନୁଷ୍ୟକୁ ନିଜ କର୍ମ ଅନୁସାରେ ଫଳପାପ୍ତ ହୋଇ ନଥାଏ, ତେବେ ସେ ନିରାଶ ହୋଇ ଧର୍ମର ଉପାୟଗୁଡିକ ଅନୁସରଣ କରିଥାଏ । ଏବଂ ଏହିପରି ଧାର୍ମିକ ଉପାୟମାନ ଅବଲମ୍ବନ କରି ଧନପ୍ରାପ୍ତି କରିଥାଏ । ଯେଉଁବ୍ୟାଟକି ମାନେ ଏହି ଉପାୟଗୁଡିକୁ ଶ୍ରଦ୍ଧା ଓ ବିଧିବଦ୍ଧ ଭାବେ କରନ୍ତି, ସେମାନେ ଭଗବାନନଙ୍କ କୃପା ଲାଭ କରନ୍ତି ଏବଂ ନିଶ୍ଚିତ ଭାବରେ ଧନ ଲାଭ ମଧ୍ୟ କରନ୍ତି ।

ଆଜି ଗୋଟିଏ ଏଭଳି ପ୍ରୟୋଗ ବିଷୟରେ କହିବୁ ଯାହାଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତିରେ ବହୁତ ପରିବର୍ତ୍ତନ ଆସିବ ଓ କେବେବି ଟଙ୍କାର ଅଭାବ ରହିବ ନହିଁ ଏବଂ ଜୀବନରେ ଦରିଦ୍ରତାର ସମ୍ମୁଖୀନ ହେବାକୁ ପଢିନଥାଏ । ଏହି ଉପାୟ କରିବା ପାଇଁ ଆପଣଙ୍କୁ ଅଧିକ ସମୟ ଦେବାକୁ ପଢିବା ନାହିଁ । ଆସନ୍ତୁ ସେହି ଉପାୟ ବିଷୟରେ ଜାଣିବା, ଯାହା ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିଥାଏ ଓ ଭାଗ୍ୟର କବାଟ ଖୋଲିଥାଏ ।

୧) ଆପଣ ଯଦି ନିଜ ଆର୍ଥିକ ପରିସ୍ଥିରେ ସୁଧାର ଆଣିବାକୁ ଚାହୁଁଛନ୍ତି, ତେବେ ଆପଣ କୌଣସି ଗୋଟିଏ ଦରିଦ୍ର, ଗରିବ, ଅସହାୟ ବା କିନ୍ନରକୁ ଗୋଟିଏ ମୁଦ୍ରା ଦାନ କରନ୍ତୁ ଓ ଏହା ସହ ତାକୁ ଗୋଟିଏ ସବୁଜ ରଙ୍ଗର ଅଳେଇଚ (ଗୁଜୁରାତି) ଖାଇବାକୁ ଦିଅନ୍ତୁ । ଆପଣଙ୍କୁ ଯେତେବେଳେ ମଧ୍ୟ ସମୟ ମିଳିବ ଏଭଳି କରିପାରିବେ ।

୨) ଯଦି ଆପଣ ଉପରେ ଦିଆଯାଇଥିବା ଉପାୟକୁ କରିବାକୁ ଅସମର୍ଥ ହେବେ କିମ୍ବା ଆପଣଙ୍କୁ ଏଭଳି କରିବାକୁ ସୁଯୋଗ ନ ମିଳେ, ତେବେ ଆପଣ ଧନୀ ହେବାପାଇଁ ନିଜ ପର୍ସରେ ୫ଟି ଛୋଟ ଅଳେଇଚକୁ ରଖନ୍ତୁ ।

୩) ଯଦି ଆପଣ ସୁନ୍ଦର ଓ ସୁଶୀଳ ଜୀବନସାଥୀ ଚାହୁଁଛନ୍ତି ତେବେ ୫ଟି ଅଳେଇଚକୁ ହଳଦିଆ କପଡ଼ାରେ ବାନ୍ଧି ସକାଳେ କୌଣସି ଗୋଟିଏ ଗରିବ ଲୋକକୁ ଦାନ କରିଦିଅନ୍ତୁ ।

୪) ଯଦି ଆପଣଙ୍କ କୁଣ୍ଡଳୀରେ ଶୁକ୍ର ଗ୍ରହ ଦୁର୍ବଳ ଥାଏ, ତେବେ ଗୋଟିଏ ଢାଲରେ ୨ ଟି ବଡ଼ ଅଳେଚକୁ ପକାଇ ତାହାକୁ ସେତେବେଳେ ପର୍ଯ୍ୟନ୍ତ ଗରମ କରିବ ଯେତେବେଳେ ଯାଇଁ ସେଥିରେ ଥିବା ପାଣି ଅଧା ନ ହେଉଛି ।

୫) ଚାକିରୀରେ ପଦୋନ୍ନତି କିମ୍ବା ବ୍ୟବସାୟରେ ଲାଭବାନ ହେବାକୁ ଚାହୁଁଥିଲେ, ରାତିରେ ଶୋଇବା ଆଗରୁ ଗୋଟିଏ ଛୋଟ ଅଳେଇଚକୁ ହଳଦିଆ କପଡ଼ାରେ ବାନ୍ଧି ତାହାକୁ ତକିଆ ତଳେ ରଖି ଶୋଇପଡ । ସକାଳେ ଉଠି ତାହାକୁ ବାହାର କୌଣସି ଗୋଟିଏ ଲୋକକୁ ଦେଇ ଦିଅନ୍ତୁ ।

୬) ପରୀକ୍ଷାରେ ଭଲ ଅଙ୍କ ରଖିବାକୁ ଚାହୁଁଛନ୍ତି କିମ୍ବା ପାଠପଢା ସମ୍ବନ୍ଧୀୟ କିଛି ସମସ୍ୟା ଯଦି ଥାଏ ଓ ତାହା ଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଗୋଟିଏ ଛୋଟ ଅଳେଇଚକୁ କ୍ଷୀରରେ ପକାଇ ଗରମ କରି, ସେହି କ୍ଷୀରକୁ ୭ ପାଳି ସୋମବାର, କୌଣସି ଗରିବ ଲୋକକୁ ଦିଅନ୍ତୁ ।