ନଡିଆ ତେଲରେ ଏହି ଗୋଟିଏ ଜିନିଷ ମିଶାଇ କେଶରେ ଲଗାଇଲେ ମିଳିବ ଅନେକ ଫାଇଦା ।

Spread the love

ଶୋଇବା ପୂର୍ବରୁ କେଶରେ ଭଲ ଭାବରେ ଲଗାଇ ଦିଅନ୍ତୁ ଯାହା ଫଳରେ ଆପଣଙ୍କୁ ଫାଇଦା ମିଳିପାରିବ, ଆପଣଙ୍କ କେଶ ଘନ, କଳା ଓ ଲମ୍ବା ହୋଇଯିବ ।

ଆଜିକାଲି ଲୋକେ ଲମ୍ବା କେଶ ରଖିବା ପାଇଁ ପସନ୍ଦ କରନ୍ତି । ମୁଣ୍ଡରେ ଘନ କେଶ ଫଳରେ ଆପଣ ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ । ଏଥିପାଇଁ ଆମେ ଆମ କେଶକୁ ସୁନ୍ଦର ଓ ମଜଭୁତ କରିବା ପାଇଁ ଅନେକ ଚେଷ୍ଠା କରିଥାଉ । ଅନେକ ପ୍ରକାରର ସାମ୍ପୁ, କଣ୍ଡିସ୍ନାନର୍ ଆଦି ବ୍ୟବହାର କରିଥାଉ । କେଶ ଧଳା ହେବାକୁ ଲାଗିଲେ ଆମେ ତାକୁ ବଜାରରେ ମିଳୁଥିବା ବିଭିନ୍ନ ରଙ୍ଗରେ ରଙ୍ଗେଇ ଥାଉ । କିନ୍ତୁ ଆପଣ ଜାଣିଛନ୍ତି, ଏହି ବଜାରରେ ମିଳୁଥିବା କୁତ୍ରିମ ରଙ୍ଗ ଲଗାଇବା ଫଳରେ ଆପଣଙ୍କ ମୁଣ୍ଡର କେଶ କୂପ ଗୁଡିକ ବନ୍ଦ ହେବାରେ ଲାଗିଥାଏ । ଯାହାଫଳରେ ଆପଣଙ୍କ କେଶ ଝଡ଼ିବାରେ ଲାଗିଥାଏ ।

କେଶ ପାଇଁ ଘରୋଇ ଉପଚାର :

ଆପଣଙ୍କୁ ଆଜି ଆମେ, ଏପରି କିଛି ଘରୋଇ ଉପଚାର ବିଷୟରେ କହିବୁ; ଯାହା ଆପଣ କରିବା ପରେ ଆପଣଙ୍କ କେଶ ଝଡ଼ିବା ସମସ୍ୟାରୁ ମୁକୁଳି ପାରିବେ । ସର୍ବ ପ୍ରଥମେ ଆପଣ ଜାଣି ରଖିବା ଉଚିତ୍, ଆପଣଙ୍କ କେଶ ପାଇଁ ନଡ଼ିଆ ତେଲ ଖୁବ୍ ଉପକାରୀ ଅଟେ । ନା କେବଳ ନଡ଼ିଆ ତେଲ ଆପଣଙ୍କ କେଶ ପାଇଁ ଉପକାରୀ ଅଟେ, ଏହା ମଧ୍ୟ ଆପଣଙ୍କ ଶରୀରର ପାଇଁ ମଧ୍ୟ ଖୁବ୍ ଉପକାରୀ ଅଟେ । ନଡ଼ିଆ ତେଲର ବ୍ୟବହାର ଫଳରେ ଆପଣଙ୍କ ଶରୀର କୋମଳ ହୋଇଥାଏ । ଏହା ସହ ହାନିକାରକ କୀଟାଣୁ ମଧ୍ୟ ନଷ୍ଟ କରିଥାଏ ।

ଆଜି ଆମେ ଆପଣଙ୍କୁ କହିବୁ; ନଡ଼ିଆ ତେଲରେ ଏହି ଜିନିଷ ମିଶାଇ ଲଗାଇବା ଦ୍ୱାରା ଆପଣଙ୍କ କେଶକୁ ବହୁତ ଫାଇଦା ମିଳିବ । ଆପଣ ପ୍ରଥମେ ୫୦ ଗ୍ରାମ ନିମ୍ବ ପତ୍ର ନିଅନ୍ତୁ । ଏହି ପତ୍ରକୁ ନେଇ ଆପଣ କୌଣସି ସୂତା କପଡ଼ାରେ ବାନ୍ଧି ଏହାକୁ ୧୦ ରୁ ୧୦ ଦିନ ପର୍ଯ୍ୟନ୍ତ ଖରାରେ ସୁଖାନ୍ତୁ ।

ଯେତେବେଳେ ନିମ୍ବ ପତ୍ର ପୁରାପୁରି ଶୁଖିଯିବ, ତାହାକୁ ଭଲ ରୂପେ ଗୁଣ୍ଡ କରି ନିଅନ୍ତୁ, ଏହାପରେ ଏହି ଗୁଣ୍ଡକୁ ପ୍ରାୟ ୩୦୦ ଗ୍ରାମ ନଡିଆ ତେଲରେ ଭଲ ଭାବରେ ମିଶାଇ ଅଳ୍ପ ମାତ୍ରାରେ ଗରମ କରନ୍ତୁ । ଯେତେବେଳେ ନିମ୍ବ ପତ୍ର ଗୁଣ୍ଡ ଗୁଡିକ ଧୀରେ ଧୀରେ ନଡ଼ିଆ ତେଲରେ ମିଶିଯିବ, ତାହାକୁ ଗରମ କରନ୍ତୁ ନାହିଁ । ବର୍ତ୍ତମାନ ଆପଣ ତେଲକୁ ଥଣ୍ଡା ହେବା ପାଇଁ କିଛି ସମୟ ଛାଡି ଦିଅନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହି ତେଲକୁ ମୁଣ୍ଡରେ ଲଗାଇ ଧୀରେ ଧୀରେ ମାଲିସ କରନ୍ତୁ । ସକାଳୁ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ କେଶ ଘନ, କଳା ଓ ସୁନ୍ଦର ଦେଖାଯିବ । କହିବା ପାଇଁ ଚାହୁଁଛୁ; ନିମ୍ବରେ ବହୁତ ଗୁଣ ରହିଛି । ନିମ୍ବରେ ଏଣ୍ଟିବାଟିକ୍ ଗୁଣ ରହିଛି, ଯାହା କୀଟାଣୁକୁ ନାଶ କରିବାରେ ସାହାଯ୍ୟ କରିଥାଏ । ଏହା ସହ ଏହା ଆପଣଙ୍କ କେଶକୁ ମଜଭୁତ ମଧ୍ୟ କରିଥାଏ ।