ପୁଅର ଖୁସି ପାଇଁ ଏହି ଅଭିନେତ୍ରୀ ଜଣକ ନିଜ ସ୍ୱାମୀଙ୍କ ସହ ଦ୍ଵିତୀୟ ଥର ବିବାହ କରିବେ; ଯାହାଙ୍କ ଛାଡପତ୍ର ୪ ବର୍ଷ ତଳେ ହୋଇଯାଇଛି ।

Spread the love

ଦଲଜିତ କୌର କିଛିଦିନ ହେଲା ଟିଭିରୁ ଉଭେଇ ଯାଇଛନ୍ତି ସତ କିନ୍ତୁ ଦର୍ଶକଙ୍କ ଖୁବ୍ ମନରଞ୍ଜନ କରିଛନ୍ତି ।

ଟେଲିଭିଜନରେ କାମ କରୁଥିବା ଏହି ଅଭିନେତ୍ରୀଙ୍କ ପ୍ରକୃତ ଜୀବନ ବିଷୟରେ ଖୁବ୍ କମ ଲୋକ ଜାଣନ୍ତି । ଟିଭି ପରଦାରେ ଅଭିନେତ୍ରୀମାନେ ପରଦାର ଖୁସିରେ ମନରଞ୍ଜନ କରିଥାନ୍ତି ସତ କିନ୍ତୁ ସେମାନଙ୍କ ପ୍ରକୃତ ଜୀବନରେ ଅନେକ ଯନ୍ତ୍ରଣା ଥାଏ । ଆଉ ସେହି ଯନ୍ତ୍ରଣାକୁ ଲୁଚାଇବାକୁ ଯାଇ ମୁହଁରେ ରଙ୍ଗ ବୋଳି କେବେ ମଧ୍ୟ ଦର୍ଶକମାନଙ୍କୁ ଖୁସି ଦେବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ । ସେହିପରି ଜଣେ ଜଣାଶୁଣା ଟିଭି ଜଗତର ଅଭିନେତ୍ରୀ ଦଲଜିତ କୌର ସେମାନଙ୍କ ମଧ୍ୟରୁ ଜଣେ । ସେ ଟିଭି ପରଦାରୁ କିଛିଦିନ ଦୂରେଇ ଯାଇଛନ୍ତି ସତ କିନ୍ତୁ ଦର୍ଶକଙ୍କୁ ବହୁତ ମନରଞ୍ଜନ ଦେଇଛନ୍ତି । ତେବେ ଚାଲନ୍ତୁ ଜାଣିବା, ଆଜିର ଏହି ଅନୁଛେଦରେ ଆପଣଙ୍କ ପାଇଁ ଖାସ୍ କଣ ରହିଛି ?

ଟିଭି ଅଭିନେତ୍ରୀ ଦଲଜିତ କୌର କିଛିଦିନ ପୂର୍ବରୁ “କୟାମତ କି ରାତ୍” ଧାରାବାହିକରେ ଦେଖିବାକୁ ମିଳିଥିଲେ । ଏହି ଧାରାବାହିକରେ ସେ ଅତି ସୁନ୍ଦର ଅଭିନୟ କରିଛନ୍ତି । ଯାହାଫଳରେ ଦଲଜିତ କୌରଙ୍କ ବହୁତ ଗୁଡିଏ ପ୍ରସଂଶାକ ହୋଇଯାଇଛନ୍ତି । କିନ୍ତୁ ବହୁତ କମ ଲୋକ ଦଲଜିତ କୌରଙ୍କ ପ୍ରକୃତ ଜୀବନ ବିଷୟରେ ଜାଣନ୍ତି । ସେ ନିଜ ସ୍ଵାମୀଙ୍କ ଠାରୁ ଛାଡ଼ପତ୍ର ନେଇସାରିଛନ୍ତି । କିନ୍ତୁ ଏହା ବିଷୟରେ କେବେ ମଧ୍ୟ କାହାରୀକୁ କିଛି କୁହନ୍ତି ନାହିଁ । ତଥାପି ସେ ନିଜ ଜୀବନରେ ଖୁସି ଅଛନ୍ତି । ଆପଣ ଭାବୁଥିବେ, ଏଥିରେ ନୂତନ କଣ ରହିଛି ? ନୂଆ କଥା ଏହା ଯେ, ସେ ପୁଣି ଥରେ ନିଜ ସ୍ୱାମୀଙ୍କୁ ବିବାହ କରିବାକୁ ଯାଉଛନ୍ତି ।

୨୦୦୯ରେ ଦଲଜିତ କୌରଙ୍କ ବିବାହ ହୋଇଥିଲା :

ଦଲଜିତ କୌର ୨୦୦୯ରେ ଅଭିନେତା ସାଳିନୀ ଭାନୋଟଙ୍କୁ ବିବାହ କରିଥିଲେ । ବିବାହର ୪ବର୍ଷ ପୂର୍ବରୁ ସେମାନେ ମିଳାମିଶା କରୁଥିଲେ । ୨୦୦୯ରେ ଖୁବ୍ ଧୁମ୍-ଧାମ୍ ରେ ବିବାହ ହେଲା ଏବଂ ସେମାନେ ଖୁସିରେ ଜୀବନ ବିତାଉଥିଲେ । ପ୍ରେମ ବିବାହ କରିଥିବା ପାଇଁ ଦୂହିଁଙ୍କୁ, ଉଭୟ ପରିବାରକୁ ଖୁବ୍ ବୁଝାଇବକୁ ପଡିଥିଲା । କିନ୍ତୁ ଭାଗ୍ୟରେ ଅନ୍ୟ କିଛି ଲେଖାଥିଲା । ବିବାହ ପରେ ଗୋଟିଏ ପୁଅ ଜନ୍ମ ହୋଇଥିଲା ।

୨୦୧୫ରେ ଛାଡପତ୍ର ହୋଇଥିଲା :

ମିଡ଼ିଆ ସୂଚନା ଅନୁଯାୟୀ କିଛି କାରଣ ପାଇଁ ୨୦୧୫ରେ ସେମାନେ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ । ସେହିଦିନ ଠାରୁ ହିଁ ଉଭୟ ଅଲଗା ରହୁଛନ୍ତି । କିନ୍ତୁ ପରେ କେହି ମଧ୍ୟ ୨ୟ ବିବାହ କରିନାହାନ୍ତି । ପୁଅଟି ମାଆ ପାଖରେ ରହୁଛି । ତେଣୁ ବେଳେବେଳେ ପୁଅ, ବାପାଙ୍କୁ ମିଶିବା ପାଇଁ ଯାଇଥାଏ । ଛାଡପତ୍ର ପରେ କେବଳ ପୁଅଟି ପାଇଁ ଉଭୟ ପରସ୍ପରକୁ ଦେଖିଥାନ୍ତି । ଏହା ବ୍ୟତୀତ ଦୂହିଁଙ୍କ ମଧ୍ୟରେ ଅନ୍ୟ କୌଣସି ପ୍ରକାରର ସମ୍ପର୍କ ନାହିଁ ।

ବର୍ତ୍ତମାନ ପୁଣି ଥରେ ଦଲଜିତ ଓ ସାଳିନୀ ବିବାହ କରିବେ :

ମିଡ଼ିଆ ସୂଚନା ଅନୁସାରେ, ଦଲଜିତ ଏବଂ ସାଳିନୀ ପୁଣି ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରକୃତରେ କହିବାକୁ ଗଲେ, ସେମାନଙ୍କ ପୁଅକୁ ଉଭୟ ବାପା ଓ ମା ଦୁଇଜଣଙ୍କ ସ୍ନେହ ଦରକାର ଅଛି । ଯାହା ଅଲଗା ରହିଲେ ସମ୍ଭବ ନୁହେଁ । ଏଥିପାଇଁ ନିଜ ପୁଅକୁ ଖୁସି କରିବା ପାଇଁ ଦଲଜିତ ପୁଣି ସାଳିନୀଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦଲଜିତଙ୍କ କହିବା ଅନୁସାରେ, ପୁଅ ଚାହୁଁଛି ବାପା ମାଅ ଏକତ୍ର ରହନ୍ତୁ । ତେଣୁ ପୁଅର ଖୁସି ପାଇଁ ଆମେ ଦୁଇ ଜଣ ନିଷ୍ପତି ନେଇଛୁ; ଆମେ ଏହା ହିଁ କରିବୁ ।