୪୫ ବର୍ଷ ବୟସରେ ମଧ୍ୟ ୯୦ ଦଶକର ଏହି ଅଭିନେତ୍ରୀ ଜଣକ ସୁନ୍ଦର ଦେଖା ଯାଉଛନ୍ତି, ମିସେସ୍ ୱାର୍ଲ୍ଡ ହୋଇ ହଙ୍ଗମା ସୃଷ୍ଟି କରି ଦେଇଥିଲେ ।

Spread the love

ବଲିଉଡର ଏହି ଅଭିନେତ୍ରୀଙ୍କ ବିଷୟରେ ଆପଣ ବହୁତ କମ ଜାଣିଥିବେ । ନିକଟରେ ସେ ନିଜର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି ।

ବଲିଉଡର ଅଭିନେତ୍ରୀ ମାନେ ଖୁବ୍ କମ ସମୟ ଅଭିନୟ କରିଥାନ୍ତି । ବହୁତ ଗୁଡିଏ ଅଭିନେତ୍ରୀ ନିଜର ସୁନ୍ଦରତା ଏବଂ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ଆକୃଷ୍ଠ କରିପାରନ୍ତି । କିଛି ହଟ୍ ଏବଂ ବୋଲ୍ଡ ଅଭିନେତ୍ରୀ ଏହି ସୂଚୀରେ ସଫଳତା ପାଇଥିବା ବେଳେ କିଛି ଅଭିନେତ୍ରୀ ସଫଳତା ପାଇନାହାନ୍ତି । ଏହିପରି ଜଣେ ଅଭିନେତ୍ରୀଙ୍କ ବିଷୟରେ ଆମେ କହିବାକୁ ଯାଉଛୁ, ଯାହାଙ୍କୁ ଆପଣମାନେ ପରଦା ଉପରେ ଖଳନାୟକଙ୍କ ପ୍ରେମିକା ରୂପରେ ଅଭିନୟ କରୁଥିବାର ଦେଖିଥିବେ । ଏହାସହ ଧାରାବାହିକ ଗୁଡିକରେ ଖଳ ଚରିତ୍ରରେ ଅଭିନୟ କରୁଥିବାର ଦେଖିଥିବେ । ଏହି ଅଭିନେତ୍ରୀ ଜଣଙ୍କର ନାମ ହେଉଛି “ଅଦିତି ଗୋବିତ୍ରିକର” ଏବଂ ସେ ୪୫ ବର୍ଷ ବୟସରେ ମଧ୍ୟ ହଟ୍ ଏବଂ ବୋଲ୍ଡ ଦେଖା ଯାଉଛନ୍ତି । ଆପଣଙ୍କୁ ବିଶ୍ବାସ ହେବ ନାହି, ୯୦ ଦଶକର ଏହି ଅଭିନେତ୍ରୀ ମିସେସ୍ ୱାର୍ଲ୍ଡ ହୋଇ ହଙ୍ଗମା ସୃଷ୍ଟି କରି ଦେଇଥିଲେ ।

୪୫ ବର୍ଷ ବୟସରେ ମଧ୍ୟ ହଟ୍ ଏବଂ ବୋଲ୍ଡ ଦେଖା ଯାଉଛନ୍ତି ଏହି ଅଭିନେତ୍ରୀ ଜଣକ :

୧୯୭୪ ମସିହାରେ ଜନ୍ମିତ ଅଦିତି ଗୋତବିତ୍ରିକ ଜଣେ ହଟ୍ ଏବଂ ବୋଲ୍ଡ ଅଭିନେତ୍ରୀ ଅଟନ୍ତି । ସେ ବଲିଉଡ ଫିଲ୍ମରେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିଣି ପାରିଛନ୍ତି । ୧୯୯୫ ମସିହାରେ ଅଦିତି ଗୋତବିତ୍ରିକ ଗ୍ଲେଡରେଗ୍-ସ ପ୍ରତିଯୋଗିତାରେ ଜିତିବାର ଠିକ ଏକ ବର୍ଷ ପରେ ଏସିଆର ସୁପର ମଡେଲ ରୂପେ ମନୋନୀତ ହୋଇଥିଲେ । ପରେ ଅଦିତି ମଡେଲିଙ୍ଗ ଦୁନିଆରେ ଏଣ୍ଟ୍ରି ନେଇ, ସେହି ସମୟର ଅନେକ ବିଜ୍ଞାପନ ଏବଂ ସଂଗୀତ ଭିଡିଓରେ କାମ କରିଥିଲେ ।

ଅଦିତି ଗୋତବିତ୍ରିକ ୨୦୦୧ ମସିହାରେ ମିସେସ୍ ୱାର୍ଲ୍ଡର ମୁକୁଟ ପିନ୍ଧିଥିଲେ ପରେ ସେ ଅନେକ ପ୍ରସିଦ୍ଧି ଲାଭ କରିଥିଲେ । ୨୦୦୨ ମସିହାରେ ଅଦିତି ଗୋତବିତ୍ରିକ ବଲିଉଡରେ ଏଣ୍ଟ୍ରି କରିଥିଲେ ଏବଂ ନିଜ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଥିଲେ । ଅଦିତି ଗୋତବିତ୍ରିକ “ବାଜ”, “ପହେଲି”, “ଦେ ଦନା ଦନ”, “ଭେଜା ଫ୍ରାଏ-୨”, “ହମ ତୁମ ଅର ସବାନା” ଫିଲ୍ମରେ ଅଭିନୟ କରିଛନ୍ତି ।

ଆଦିତିଙ୍କ ସ୍ଵପ୍ନ ଥିଲା ଡକ୍ଟର ହେବା ପାଇଁ ଏବଂ ତାଙ୍କ ପାଖରେ ଏମବିବିଏସ ଡିଗ୍ରୀ ମଧ୍ୟ ଥିଲା । ଏମବିବିଏସ ପଡିବା ସମୟରେ ଆଦିତିଙ୍କର ଭେଟ ମେଡିକାଲର ସିନିୟର ମୁଫଜଲ୍ ଲକଡାବାଲାଙ୍କ ସହ ହୋଇଥିଲା । ଦୁହେଁ ଦୁହିଁଙ୍କୁ କିଛି ସମୟ ପାଇଁ ଡେଟ୍ କରିଥିଲେ ଏବଂ ପରେ ବିବାହ କରି ନେଇଥିଲେ । ଦୁହିଁଙ୍କ ବିବାହ ସମୟରେ ଅନେକ ସମସ୍ୟା ଉପୁଜି ଥିଲା । କାରଣ ଦୁହିଙ୍କ ମଧ୍ୟରେ ଧର୍ମଗତ ପାର୍ଥକ୍ୟ ରହିଥିଲା । ଏହି ବିବାହକୁ ପରିବାରର ସଦସ୍ୟମାନେ ସ୍ବୀକୃତି ଦେଇନଥିଲେ । ଯାହା ଫଳରେ ଦୁହେଁ ପରିବାର ବିରୁଦ୍ଧରେ ଯାଇ ବିବାହ କରି ନେଇଥିଲେ । ଦୁହିଁଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ବିବାହର ଦଶ ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ହୋଇ ଯାଇଥିଲା । ଅଦିତି ଅନେକ ଧାରାବାହିକରେ ଖଳ ଚରିତ୍ରରେ ଅଭିନୟ କରିଛନ୍ତି । ଅଦିତି ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି ଏବଂ ଇଂଷ୍ଟାଗ୍ରାମରେ ଆଦିତିଙ୍କ ଅନେକ ଫଲଓର୍ସ ଅଛନ୍ତି ।