ମାତ୍ର 1100 ଟଙ୍କାରେ ଘରକୁ ନେଇ ଯାଆନ୍ତୁ ନୂଆ ଆକ୍ଟିଭା 5G, କମ୍ପାନୀ ବାହାର କରିଛି ଏହି ଖାସ୍ ଅଫର

Spread the love

ଦୁଇ ଚକିଆ ଯାନବାହାନରେ ହୋଣ୍ଡାର ଏକ୍ଟିଭା ସବୁ କମ୍ପାନୀ ମାନଙ୍କୁ ପଛରେ ପକେଇ ଦେଇଛି । ଏକ୍ଟିଭାର ଯଲୱା  ଏମିତି ରହିଛି ଯେ ଏହି ଗାଡିକୁ ଦେଖି ଅନେକ କମ୍ପାନୀମାନେ,  ଏହି ରେଞ୍ଜର ନିଜର ମଡେଲ ଛାଡିଲେ ।  କିନ୍ତୁ ଏକ୍ଟିଭାକୁ ଟକ୍କର ଦେଇ ପାରିଲେ ନାହିଁ । ଏବେ ଏମିତି ଅବସ୍ଥା ଯେ ବଜାରରର ସ୍କୁଟର ବିଲକୁଲ ଶେଷ ହୋଇ ଗଲାଣି । ଲୋକମାନେ ହୋଣ୍ଡାର ଏକ୍ଟିଭାକୁ ନିଜର ପ୍ରଥମ ପସନ୍ଦ ମାନି ନେଇଛନ୍ତି । ଯଦି ଆପଣ ବି ଏକ୍ଟିଭାର ନୂଆ ମଡେଲ ଏକ୍ଟିଭା 5G କିଣିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ଗୋଟେ ଖୁସି ଖବର ଅଛି । କଥା ଏହାକି ବର୍ଷ ଶେଷରେ କମ୍ପାନୀ ଆପଣଙ୍କୁ ମାତ୍ର 1100 ଟଙ୍କାରେ ଆପଣଙ୍କର ପସନ୍ଦର ଗାଡିକୁ ଘରକୁ ଆଣିବା ପାଇଁ  ମୌକା ଦେଉଛନ୍ତି ।

କମ୍ପାନୀ ବିଜ୍ଞାପନ ବାହାର କରିଛନ୍ତି :-

କମ୍ପାନୀ ଏଥିପାଇଁ ଏକ ବିଜ୍ଞାପନ ଜାରି କରିଛି । ଯଦି ଆପଣ FM ଶୁଣୁ ଥିବେ ତେବେ ଏକ୍ଟିଭାର ଏହି ଅଫର ବିଷୟରେ ନିହାତି ଶୁଣି ଥିବେ । ଯଦି ଶୁଣି ନାହାନ୍ତି ତେବେ ଆମେ ବତେଇ ଦେଉଛୁ କି କେମିତି ଆପଣ କେବଳ ମାତ୍ର 1100 ଟଙ୍କା ଦେଇ ଏକ୍ଟିଭା 5G ଘରକୁ ନେଇ ପାରିବେ ।

ଏମିତି କରି ପାରିବେ ବୁକିଙ୍ଗ :-


ଯଦି ଆପଣ ବି 1100 ଟଙ୍କାର ଡାଉନପେମେଂଟ ରେ ଏକ୍ଟିଭା ନେବାବୁ ଚାହାନ୍ତି ତେବେ ଆପଣ ଅନଲାଇନ ବୁକିଙ୍ଗ ବି କରିପାରିବେ । ଏଥିପାଇଁ ଆପଣ କମ୍ପାନୀ ସାଇଟକୁ  ଯାଇ 1116ର ଡାଉନପେମେଂଟ ବାଛି ପାରନ୍ତି । ଯେଉଁଥିରେ ଆପଣଙ୍କୁ ବାକି ପେମେଂଟ ର ଡିଟେଲ ବି ମିଳି ଯିବ । ଯଦି ଆପଣଙ୍କୁ ଅଫର ଆପଣଙ୍କର ବଜେଟ ମୁତାବକ ଲାଗି ଥାଏ ତେବେ ଆପଣ ଏହାକୁ ବାଛି ପାରନ୍ତି ।

2 କୋଟି ହେଇ ସାରିଲାଣି ଏକ୍ଟିଭାର ବିକ୍ରି;-

ହୋଣ୍ଡା ମଟର ସାଇକେଲ କମ୍ପାନୀ ଇଣ୍ଡିଆ ତରଫରୁ ଏହା କୁହା ଯାଇଛି ଯେ 17 ଅକ୍ଟୋବର 2018 ଯାଏଁ ଏକ୍ଟିଭା ବିକ୍ରି ର ସଂଖ୍ୟା 2 କୋଟିକୁ ଛୁଇଁ ନେଇଛି । ଆମକୁ ପ୍ରଥମ 1 କୋଟି ଯାଏଁ ପହଂଚିବା ପାଇଁ 15 ବର୍ଷ ସମୟ ଲାଗିଲା କିନ୍ତୁ 2 ୟ କୋଟି ଟାର୍ଗେଟ କମ୍ପାନୀ ମାତ୍ର ତିନି ବର୍ଷରେ ହିଁ ପୁରା କରି ନେଲା । ଆପଣଙ୍କୁ ବତେଇ ଦେଉଛୁ ଯେ ଏବେ ହୋଣ୍ଡା ଦେଶର ଦ୍ଵିତୀୟ ବୃହତ୍ତମ ଅଟୋ କମ୍ପାନୀ ଅଟେ । ଯାହାର କି ଏହି ଏକ୍ଟିଭା ସ୍କୁଟି ଦେଶ ସାରା ଭାରି ଲୋକ ପ୍ରିୟ ହୋଇ ପାରିଛି ।