ଶାସ୍ତ୍ର ଅନୁସାରେ ଏହି କାମଗୁଡ଼ିକ ଆପଣଙ୍କ ଭାଗ୍ୟକୁ ପରିବର୍ତ୍ତନ କରିଦେବ ! ଭଗବାନ ବିଷ୍ଣୁ ଆପଣଙ୍କର ସବୁ ସମସ୍ୟା ଦୂର କରିବେ ।

Spread the love

ଦୁନିଆର ପ୍ରତ୍ୟେକ ବ୍ୟକ୍ତି ସବୁଠାରୁ ଶ୍ରେଷ୍ଠ ଓ ସୁଖମୟ ଜୀବନ ଯାପନ କରିବାକୁ ଚାହିଁଥାନ୍ତି । ଯେଉଁଥି ପାଇଁ ସେମାନେ ଅନେକ ପ୍ରକାରର ପ୍ରୟାସ କରିବାରେ ଲାଗିଥାନ୍ତି । ନିଜ ଜୀବନକୁ ଖୁସିମୟ କରିବା ପାଇଁ ସେମାନେ ସବୁ ସମ୍ଭବ ପ୍ରୟାସ କରିଥାନ୍ତି । ଯାହାଦ୍ୱାରା ସେମାନେ ଜୀବନର ସମସ୍ତ ଆବଶ୍ୟକତା ପୂରଣ କରିପାରିବେ ଓ କୌଣସି ଜିନିଷର ଅଭାବ ଯେମିତି ନ ରହୁ । ଏହାଛଡା ସୁଖୀ ଓ ଶ୍ରେଷ୍ଠ ଜୀବନ ପାଇଁ ଶାସ୍ତ୍ରରେ ମଧ୍ୟ କିଛି ନିୟମ ଓ ପରମ୍ପରାର ଉଲ୍ଲେଖ କରାଯାଇଛି । ଯଦି ବ୍ୟକ୍ତି ଏହାର ଏହି ନିୟମ ଓ ପରମ୍ପରା ଗୁଡ଼ିକୁ ପାଳନ କଲେ, ତେବେ ସେମାନଙ୍କୁ ଧନ ପ୍ରାପ୍ତି ହୋଇଥାଏ ଓ ନିଜ ଭାଗ୍ୟରେ ଚାଲୁଥିବା ସବୁ ପ୍ରକାରର ଦୋଷ ଦୂର ହୋଇଥାଏ । ଆଜି ଆମେ ଆପଣଙ୍କୁ ଶାସ୍ତ୍ର ଅନୁସାରେ କିଛି ଏଭଳି ଜରୁରୀ କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କ ଜୀବନକୁ ପରିବର୍ତ୍ତନ କରି ଦେଇପାରେ । ଯଦି ଆପଣ ଏହି କାର୍ଯ୍ୟ କରିବେ, ତେବେ ଆପଣଙ୍କର ଦୁର୍ଭାଗ୍ୟର ସମୟର ଅନ୍ତ ହୋଇଯିବ ଓ ସୌଭାଗ୍ୟ ପ୍ରାପ୍ତି କରିପାରିବେ । ଏହା ଦ୍ୱାରା ଆପଣଙ୍କ ଜୀବନରେ ଥିବା ଅନେକ ସମସ୍ୟା ଗୁଡ଼ିକ ଦୂର ହୋଇପାରିବ ।

ଶାସ୍ତ୍ର ଅନୁସାରେ ଏହି କାମ ଗୁଡ଼ିକ ଆପଣଙ୍କ ଭାଗ୍ୟକୁ ପରିବର୍ତ୍ତନ କରିଦେବ –

ଭଗବାନ ବିଷ୍ଣୁଙ୍କ ପୂଜା –

ଆପଣ ସମସ୍ତେ ତ’ ନିଶ୍ଚୟ ଜାଣିଥିବେ, ଭଗବାନ ବିଷ୍ଣୁ ଜଗତର ପାଳନ କର୍ତ୍ତା ଅଟନ୍ତି । ଯଦି ଆପଣ ଭଗବାନ ବିଷ୍ଣୁଙ୍କ ପୂଜା ଅର୍ଚ୍ଚନା କରନ୍ତି; ତେବେ ଆପଣଙ୍କ ସୁଖ, ଶାନ୍ତି ବୃଦ୍ଧି ହୋଇଥାଏ । ଭଗବାନ ବିଷ୍ଣୁଙ୍କୁ ପୂଜା ଅର୍ଚ୍ଚନା କଲେ, ମୋକ୍ଷର ପ୍ରାପ୍ତ ହୋଇଥାଏ । ତେଣୁ ଆପଣ ଭଗବାନ ବିଷ୍ଣୁଙ୍କ ପୂଜା ନିଶ୍ଚୟ କରନ୍ତୁ ।

ଏକାଦଶୀ ବ୍ରତ –

ଭଗବାନ ବିଷ୍ଣୁଙ୍କୁ ଏକାଦଶୀ ସମର୍ପିତ ଅଟେ । ପ୍ରତ୍ୟେକ ମାସରେ ଦୁଇଥର ଏକାଦଶୀ ଆସିଥାଏ । ଗୋଟିଏ କୃଷ୍ଣ ପକ୍ଷ ଓ ଅନ୍ୟଟି ହେଉଛି ଶୁକ୍ଳ ପକ୍ଷରେ । ଏହି ଦୁଇ ପକ୍ଷ ମାନଙ୍କରେ ଏକାଦଶୀ ବ୍ରତ ପାଳନ କରିବା ବହୁତ ଆଗରୁ ଚାଲୁ ଆସୁଛି । ଯଦି ଆପଣ ଏହି ବ୍ରତ ବିଧିବିଧାନ ଓ ନିୟମ ଅନୁସାରେ ପାଳନ କରନ୍ତି, ତେବେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଏକାଦଶୀ ପାଳନ କରିଲେ ଘରେ ସୁଖ ଶାନ୍ତିର ବୃଦ୍ଧି ହୋଇଥାଏ ।

ଶ୍ରୀମଦ ଭାଗବତ ପଢିବା –

ଶ୍ରୀମଦ ଭାଗବତ ଭଗବାନ ଶ୍ରୀକୃଷ୍ଣଙ୍କ ସାକ୍ଷାତ ରୂପ କୁହାଯାଏ । ଯଦି କୌଣସି ବ୍ୟକ୍ତି ପ୍ରତ୍ୟେକ ଦିନ ଗୀତାର ଶ୍ଳୋକ ପଢ଼ିଥାଏ, ତେବେ ସେହି ବ୍ୟକ୍ତିକୁ କୃଷ୍ଣଙ୍କ କୃପା ପ୍ରାପ୍ତ ହୋଇଥାଏ । ଯଦି ଆପଣ ଏହାକୁ ପ୍ରତ୍ୟେକ ଦିନ ପଢ଼ିନ୍ତି; ତେବେ ଆପଣ ମଧ୍ୟ ସାଫଲ୍ୟତା ହାସଲ କରିବାର ସମ୍ଭାବନା ଯଥେଷ୍ଟ ବଢିଯାଏ ।

ତୁଳସୀ ଗଛର ଯତ୍ନ ନିଅନ୍ତୁ –

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ପବିତ୍ର ଓ ଶୁଭ ବୋଲି ମାନ୍ୟତା ରହିଛି । ତୁଳସୀ ଗଛର ଧାର୍ମିକ ମହତ୍ତ୍ୱ ଥିବା ସହ ଅୟୁର୍ବେଦରେ ମଧ୍ୟ ଏହାର ଗୁଣ ବିଷୟରେ ଉଲ୍ଲେଖ କରାଯାଇଛି । ତୁଳସୀ ଗଛ ଘରେ ଥିଲେ, ଘରର ବାତାବରଣ ସକାରାତ୍ମକ ହୋଇ ରହିଥାଏ ଓ ବାତାବରଣରେ ଅବସ୍ଥିତ ବ୍ୟାକ୍ଟେରିଆ ଗୁଡ଼ିକୁ ନଷ୍ଟ କରି ଦେଇଥାଏ । ଆପଣଙ୍କ ଘର ପାଖର ନକରାତ୍ମକ ଉର୍ଜ୍ଜା ସମାପ୍ତ ହୋଇଯାଏ । ତୁଳସୀ ଗଛର ଯତ୍ନ ନେବା ସହ ପୂଜା ଅର୍ଚ୍ଚନା କରିଲେ, ଲଷ୍ମୀ ମାଆଙ୍କ ସହ ଅନ୍ୟ ଦେବତାଙ୍କ ମଧ୍ୟ କୃପା ମିଳିଥାଏ ।

ଗାଈର ସେବା କରନ୍ତୁ –

ହିନ୍ଦୁ ଧର୍ମରେ ଗାଈକୁ ମାତା ସ୍ୱରୂପ ଦେଖାଯାଏ, ଗାଈରେ ୩୩ କୋଟି ଦେବତାମାନେ ବାସ କରନ୍ତି । ଗାଈ ଠାରୁ ମିଳୁଥିବା କ୍ଷୀର, ଗୋବର, ମୂତ୍ର ବହୁତ ପବିତ୍ର ହୋଇଥାଏ ଓ ଏହା ଛଡା ଗାଈ କ୍ଷୀର ସ୍ୱାସ୍ଥ୍ୟ ପାଇଁ ଅତି ଉତ୍ତମ ବୋଲି କୁହାଯାଏ । ଯଦି ଆପଣ ଗାଈର ମୂତ୍ରକୁ ପ୍ରତ୍ୟେକ ଦିନ ସେବନ କରିବେ, ତେବେ ଆପଣ କ୍ୟାନ୍ସର ଠାରୁ ମୁକ୍ତି ପାଇପରିବେ । ଆପଣ ଗୋମାତାକୁ ନିଶ୍ଚୟ ସେବା କରନ୍ତୁ । ଯଦି ଆପଣଙ୍କ ଆଖପାଖରେ ଗାଈ ନଥିଲେ, କୌଣସି ଗୋଶାଳାକୁ ଯାଇ ଶ୍ରଦ୍ଧା ଓ ନିଜ ଶକ୍ତି ଅନୁସାରେ ଧନ ଦାନ କରି ଗାଈର ସେବା କରିବା ଉଚିତ ।