ମହାଭାରତ ଅନୁସାରେ ଭୁଲ୍ ରେ ମଧ୍ୟ ଏଭଳି ବ୍ୟକ୍ତିଙ୍କ ସହ ମିତ୍ରତା କରନ୍ତୁ ନାହିଁ, ନଚେତ ଆପଣଙ୍କ ଜୀବନ ବର୍ବାଦ ହୋଇଯିବ !

Spread the love

ଧାର୍ମିକ ଗ୍ରନ୍ଥ ପଢିବା ଦ୍ୱାରା ଆମକୁ ଅନେକ ବିଷୟରେ ଜ୍ଞାନ ମିଳିଥାଏ । ଗ୍ରନ୍ଥରେ କିଛି ଏଭଳି କଥା ଗୁଡିକ ଲେଖା ହୋଇଛି; ଯେଉଁ ଗୁଡ଼ିକୁ ପାଳନ କରିଲେ ଜୀବନ ଖୁସିରେ ଅତିବାହିତ ହୋଇଥାଏ । ମହାଭାରତ ଗ୍ରନ୍ଥରେ ମିତ୍ରତାକୁ ନେଇ କିଛି ମହତ୍ୱପୂର୍ଣ୍ଣ କଥା କୁହାଯାଇଛି । ଏହି କଥାଗୁଡ଼ିକୁ ଧ୍ୟାନରେ ରଖି କୌଣସି ବ୍ୟକ୍ତି ସହ ମିତ୍ରତା କରିବା ଉଚିତ । ମହାଭାରତ ଗ୍ରନ୍ଥ ଅନୁସାରେ ମିତ୍ରତା କରିବା ପୂର୍ବରୁ କେଉଁ କଥା ଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ ସେ ବିଷୟରେ ଏବେ ଆମେ ସମ୍ପୁର୍ଣ ରୂପେ ଜାଣିବା ।

ଶ୍ଳୋକ :

ୟେଷାଂ ତ୍ରିନ୍ୟବଦାତାନି ବିଦ୍ୟା ୟୋନିଶ୍ଚ କର୍ମ ଚ ।

ତେ ସେବ୍ୟାସ୍ତୈଃ ସମସ୍ୟା ହି ସ୍ୱାସ୍ତ୍ରେଭ୍ୟପି ଗରୀୟସୀ ।

ମହାଭାରତରେ ଲେଖା ହୋଇଥିବା ଏହି ଶ୍ଳୋକ ଜରିଆରେ ଏହା କୁହାଯାଇଛି କି ଲୋକକୁ କେଉଁ ଭଳି ବ୍ୟକ୍ତିସହ ମିତ୍ରତା କରିଲେ ଲାଭ ହୋଇଥାଏ । ଏହି ଶ୍ଳୋକ ଅନୁସାରେ ଲୋକକୁ କେଵଳ ସେହି ବ୍ୟକ୍ତିଙ୍କ ସହ ମିତ୍ରତା କରିବା ଉଚିତ ଯାହା କି ତଳେ ସମ୍ପୁର୍ଣରୂପେ ବର୍ଣନା କରାଯାଇଛି । ଆସନ୍ତୁ ଆମେ ସେ ବିଷୟରେ ଜାଣିବା ।

ମିତ୍ରତା କରିବା ପୂର୍ବରୁ ଏହି ଜିନିଷ ଗୁଡ଼ିକୁ ନିଶ୍ଚୟ ମନେ ରଖନ୍ତୁ –

କେତେ ଜ୍ଞାନୀ ଅଟେ –

ମନୁଷ୍ୟକୁ କେବକ ଜ୍ଞାନୀ ଲୋକଙ୍କ ସହିତ ହିଁ ମିତ୍ରତା କରିବା ଉଚିତ । କାରଣ ଜ୍ଞାନୀ ଲୋକଙ୍କ ସହିତ ରହିଲେ ଅନେକ ଭଲ ବିଷୟରେ ଶିଖିବାକୁ ମିଳିଥାଏ । ଜ୍ଞାନୀ ଲୋକ ସବୁବେଳେ ଆପଣଙ୍କୁ ଭଲ ମାର୍ଗରେ ଚାଲିବାକୁ ଶିକ୍ଷା ଦେଇଥାନ୍ତି ଓ ଏଭଳି ଲୋକଙ୍କ ସହିତ ରହିଲେ ଜୀବନର ସ୍ତର ମଧ୍ୟ ବଢିଥାଏ । ଯଦି ଆପଣ କୌଣସି ମୂର୍ଖ ବା ଅପାଠୁଆ ବ୍ୟକ୍ତି ସହ ମିତ୍ରତା କରିବେ; ତେବେ ଆପଣ କିଛି ମଧ୍ୟ ନୂଆ ଜିନିଷ ଶିଖି ପାରିବେ ନାହିଁ ଓ ଆପଣ ମଧ୍ୟ ତା’ ଭଳି ମୂର୍ଖ ହେବାକୁ ଲାଗିଯିବେ । ତେଣୁ ମିତ୍ରତା କରିବା ଆଗରୁ ପ୍ରଥମେ ସେହି ବ୍ୟକ୍ତି ବିଷୟରେ ଜାଣନ୍ତୁ କି ସେ କେତେ ପଢାପଢି କରିଛି ।

ପରିବାର କିଭଳି ଅଟେ –

ଯେକୌଣସି ବି ବ୍ୟକ୍ତିର ପରିବାର ଉପରେ ହିଁ ଏହା ନିର୍ଭର ହୋଇଥାଏ କି, ସେ ଜୀବନରେ ଭଲ ବ୍ୟକ୍ତି ହେବ ନା ଖରାପ ବ୍ୟକ୍ତି । ପରିବାରର ଲୋକଙ୍କ ଦ୍ୱାରା ହିଁ ସନ୍ତାନ ଭଲ ଓ ଖରାପକୁ ଚିହ୍ନିବାକୁ ଶିକ୍ଷା ପାଇଥାଏ । ଏଥିପାଇଁ ଆପଣ ମଧ୍ୟ ଯେତେବେଳେ କାହା ସହିତ ମିତ୍ରତା କରିବ; ତେବେ ତାର ପରିବାର ବିଷୟରେ ଜାଣିବା ନିହାତି ଆବଶ୍ୟକ । ଯଦି ପରିବାର ସଦସ୍ୟ ଭଲ ଲୋକ ହୋଇଥାନ୍ତି; ତେବେ ସନ୍ତାନକୁ ଭଲ ଶିକ୍ଷା ଦେଇଥାନ୍ତି ଓ ସେଭଳି ପିଲା ସହ ତୁରନ୍ତ ମିତ୍ରତା କରିବା ଉଚିତ ।

ଯେଉଁ ବ୍ୟକ୍ତି ସହ ଆପଣ ମିତ୍ରତା କରୁଛନ୍ତି, ଯଦି ତାଙ୍କର ପରିବାର ସଦସ୍ୟ ପାପୀ ଓ ସବୁବେଳେ ଭୁଲ୍ ଜିନିଷ ମାନଙ୍କରେ ସାଥ୍ ଦେଇଥାନ୍ତି; ତେବେ ସେହି ବ୍ୟକ୍ତି ସହ ମିତ୍ରତା କରନ୍ତୁ ନାହିଁ । କାରଣ ମନୁଷ୍ୟ ଅଧିକାଂଶ ସମୟରେ ସେ ଯେତେ ଭଲ ହୋଇଥିଲେ ମଧ୍ୟ ନିଜ ପରିବାରର ଅଭ୍ୟାସ ଓ କର୍ମ ଯୋଗୁଁ ତାକୁ ଜୀବନରେ ଅନେକ ସମସ୍ୟାମାନ ସାମ୍ନା କରିବାକୁ ପଡିଥାଏ ।

ଅଭ୍ୟାସ ଓ କାମ –

ବ୍ୟକ୍ତି ଯେତେ ବଡ଼ ଜ୍ଞାନୀ ହୋଇଥିଲେ ମଧ୍ୟ ଯଦି ତାର ଅଭ୍ୟାସ ଖରାପ ଥାଏ, ତେବେ ତାହାଠାରୁ ଦୁରେଇ ରହିବା ହିଁ ଉଚିତ ଅଟେ । ଭୁଲ ବ୍ୟକ୍ତି ସହ ମିତ୍ରତା କରିଲେ, ଆପଣ ଏହି ବ୍ୟକ୍ତି ଭଳି ଭୁଲ୍ କାମକୁ କରିବାକୁ ଲାଗିଯିବେ । ଯଦି ଆପଣ କୌଣସି ବ୍ୟକ୍ତି ସହ ମିଶିଥାନ୍ତି, କିମ୍ବା କୌଣସି ବ୍ୟକ୍ତି ଭିତରେ କିଛି ଖରାପ ଗୁଣ ଦେଖନ୍ତି; ତେବେ ସେହି ବ୍ୟକ୍ତିଠାରୁ ଦୁରେଇ ରହିବା ହିଁ ଭଲ ଅଟେ । କାରଣ ତାର ଭୁଲ ଅଭ୍ୟାସର ଭୁଲ ପରିଣାମକୁ ବେଳେବେଳେ ଆପଣଙ୍କୁ ମଧ୍ୟ ସମ୍ମୁଖୀନ କରିବାକୁ ପଡିପାରେ ।