ରାଶି ଅନୁସାରେ କେଉଁ ରତ୍ନକୁ ଧାରଣ କରିବା ଦ୍ଵାରା ଆପଣଙ୍କ ସମସ୍ତ ଇଛା ପୂର୍ଣ୍ଣ ହୋଇଥାଏ, ଜାଣନ୍ତୁ ।

Spread the love

ଆପଣଙ୍କୁ ଜଣାଇ ଦେଉଛୁ ଯେ, ତୁଳା ରାଶିର ବ୍ୟକ୍ତି ନିଜର ବାମ ହାତର ତୃତୀୟ ଆଙ୍ଗୁଠିରେ ହୀରା ଓ ଦ୍ଵିତୀୟ ଆଙ୍ଗୁଠିରେ ନିଲମ ଏବଂ ମୂଲ୍ୟବାନ ପଥର ପିନ୍ଧିବା ଶୁଭ ଅଟେ ।

ଆମେ ସମସ୍ତେ ଜାଣିଛେ ଆମ୍ଭମାନଙ୍କ ଜୀବନରେ କିଛି ନା କିଛି ସମସ୍ୟା ଲାଗି ରହିଥାଏ, ଯାହା ବିଷୟରେ ଆମ୍ଭମାନଙ୍କ ପାଖରେ ଖବର ନ ଥାଏ । କିନ୍ତୁ ଅନ୍ୟ ପକ୍ଷରେ ଯଦି ଆମେ ଜୋତିଷ ଶାସ୍ତ୍ର ବିଷୟରେ ଚିନ୍ତା କରିବା, ତେବେ ଏହାର ସାହାଯ୍ୟରେ ଆମେ ଆମର ଭବିଷ୍ୟତ ବିଷୟରେ ଅନେକ କିଛି ଜାଣି ପାରିବା । ଏହା ବ୍ୟତୀତ କୁହାଯାଇପାରେ ମନୁଷ୍ୟ ଜୀବନରେ ଏହିଭଳି କିଛି ଘଟିଥାଏ, ଯାହା ଗ୍ରହ ଗୁଡିକର ପରିବର୍ତ୍ତନ ଫଳରେ ହୋଇଥାଏ । ଏହି କାରଣରୁ ଗ୍ରହ ଗୁଡିକର ପ୍ରଭାବରୁ ମୁକ୍ତି ପାଇବା ପାଇଁ ରତ୍ନ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥାଏ । କହିବାକୁ ଗଲେ ଅନେକ ପ୍ରକାରର ରତ୍ନ ରହିଛି; ଯାହା ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର ହୋଇଥାଏ ।

ଆଜି ଆମେ ଜୋତିଷ ଶାସ୍ତ୍ର ଅନୁସାରେ ସେହି ୯ଟି ରତ୍ନ ବିଷୟରେ କହିବୁ ଯାହାକୁ ବିଶେଷ ସ୍ଥାନ ଦିଆଯାଇଛି ଏବଂ ଜୋତିଷ୍କ ବିତମାନେ ଏହି ରତ୍ନ ଗୁଡିକ ବିଶେଷ ଦିନ ଏବଂ ଗ୍ରହ ନିମନ୍ତେ ପିନ୍ଧିବା ପାଇଁ ପରାମର୍ଶ ଦେଇଥାନ୍ତି । ମାନ୍ୟତା ରହିଛି, ରତ୍ନ ଅନୁସାରେ ମୁଦି ପିନ୍ଧିବା ଦ୍ୱାରା ଗ୍ରହ ଦୋଷ ଦୂର ହୋଇଥାଏ ଏବଂ ଜୀବନରେ ଚାଲୁଥିବା ସମସ୍ୟା ଦୂର ହୋଇଥାଏ । କିନ୍ତୁ ଏହି କଥା ମଧ୍ୟ ସତ୍ୟ ଅଟେ, ଏହି ରତ୍ନ ଗୁଡିକ ଆପଣ ସ୍ୱୟଂ ଧାରଣ କରିପାରିବେ ନାହିଁ । କାରଣ ଏହାର ପ୍ରଭାବ ଆପଣଙ୍କ ଉପରେ ଓଲଟା ପଡିପାରେ । ଯଦି ଆପଣ କୌଣସି ରତ୍ନ ଧାରଣ କରିବା ପାଇଁ ଚାହାଁନ୍ତି; ତେବେ ଆପଣ ଜୋତିଷ୍କଙ୍କ ପରାମର୍ଶ ନେବା ଉଚିତ୍ ହେବ । ଆଜି ଆମେ କହିବୁ ରାଶି ଅନୁସାରେ କେଉଁ ରତ୍ନ ଧାରଣ କଲେ ଶୁଭଫଳ ମିଳିଥାଏ ।

କର୍କଟ ରାଶି :

ସର୍ଵ ପ୍ରଥମେ ଆମେ କର୍କଟ ରାଶିର ବ୍ୟକ୍ତିଙ୍କ ବିଷୟରେ ଜାଣିବା । ଏମାନଙ୍କ ପାଇଁ ସବୁଠାରୁ ଭଲ ରତ୍ନ ହେଉଛି ମୋତି । ଏହାକୁ ରୂପାରେ ତିଆରି କରି ପିନ୍ଧିବେ ଏବଂ ଏହା ଛଡା ମୁଙ୍ଗା ମଧ୍ୟ ଧାରଣ କରିପାରିବେ ।

ବୃଷ ରାଶି :

ବୃଷ ରାଶିର ବ୍ୟକ୍ତିମାନଙ୍କ ଜାତକରେ ଲେଖା ହୋଇଛି, ସେମାନେ ହୀରା କିମ୍ବା ଧଳା ପୁଖରାଜ କିମ୍ବା ପନ୍ନାର ସୁନାର ମୁଦିରେ ତିଆରି କରି ବାମ ହାତର ତୃତୀୟ ଆଙ୍ଗୁଠିରେ ପନ୍ଧିବ ଉଚିତ୍ ।

ମକର ରାଶି :

ଯଦି ମକର ରାଶି ବିଷୟରେ ଦେଖିବା, ତେବେ ଏହି ରାଶିର ବ୍ୟକ୍ତିମାନେ ସୁନା ମୁଦିରେ ତିଆରି ନିଲମ ପଥରକୁ ବାମ ହାତର ଦ୍ଵିତୀୟ ଆଙ୍ଗୁଠିରେ ପିନ୍ଧିବା ଦରକାର ଯାହା ଶନି ଦେବଙ୍କ କଷ୍ଟରୁ ନିବାରଣ କରିବ ।

କୁମ୍ଭ ରାଶି :

ଯଦି ଆପଣ କୁମ୍ଭ ରାଶିର ବ୍ୟକ୍ତି, ତେବେ ଆପଣ ସୁନା ମୁଦିରେ ତିଆରି ନିଲମ ପଥରକୁ ବାମ ହାତର ଦ୍ଵିତୀୟ ଆଙ୍ଗୁଠିରେ ପିନ୍ଧିଲେ ଭୌତିକ ଏବଂ ଆଧ୍ୟାତ୍ମିକ ସୁଖ ପ୍ରାପ୍ତି ହେବ ।

ମୀନ ରାଶି :

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ହଳଦିଆ ପୁଖରାଜକୁ ବାମ ହାତର ପ୍ରଥମ ଆଙ୍ଗୁଠିରେ ପନ୍ଧିବା ସବୁବେଳେ କଲ୍ୟାଣକାରୀ ଏବଂ କାର୍ଯ୍ୟକ୍ଷେତ୍ର ପାଇଁ ଶୁଭଫଳଦାୟୀ ହୋଇଥାଏ ।

ମେଷ ରାଶି :

ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ମୁଙ୍ଗା ରତ୍ନ ଅଟେ, ଏହାକୁ ତମ୍ବାରେ ତିଆରି କରି ବାମ ହାତର ପ୍ରଥମ ଆଙ୍ଗୁଠିରେ ପନ୍ଧିବା ଉଚିତ । ଏହାଛଡା ମୋତି, ମାଣିକ୍ୟ ଏବଂ ଗାରନେଟ ମଧ୍ୟ ପିନ୍ଧି ପାରିବେ ।

ମିଥୁନ ରାଶି :

ଏହି ରାଶିର ବ୍ୟକ୍ତିଙ୍କୁ ହଳଦିଆ ପୁଖରାଜ ପିନ୍ଧିବା ଉଚିତ । ଗ୍ରହର ସୁଖ ପାଇଁ ପନ୍ନା ଏବଂ ଦୈନିକ ସୁଖ-ଶାନ୍ତି ପାଇଁ ଟରକୋଆସକୁ ଆଙ୍ଗୁଠିରେ ଧାରଣ କରିବା ଉଚିତ ।

ସିଂହ ରାଶି :

ଏହି ରାଶି ପାଇଁ ସବୁଠାରୁ ଉତ୍ତମ ମାଣିକ୍ୟ ରତ୍ନକୁ ଧାରଣ କରିବା ଉଚିତ । ଏହାଦ୍ଵାରା ଆପଣ ସବୁ କ୍ଷେତ୍ରରେ ସୂର୍ଯ୍ୟଙ୍କ ଭଳି ଚମକିବେ ଏବଂ ପନ୍ନା ରତ୍ନ ପିନ୍ଧିଲେ ମଧ୍ୟ ଲାଭ ମିଳେ ।

କନ୍ୟା ରାଶି :

ଏହି ରାଶିର ବ୍ୟକ୍ତିମାନେ ହୀରା, ମୋତି, ପନ୍ନା, ହଳଦିଆ ପୁଖରାଜ ମଧ୍ୟରୁ ଯେକୌଣସି ଗୋଟିଏ ରତ୍ନକୁ ପିନ୍ଧି ପାରିବେ । ଯାହା ଆପଣଙ୍କ ପାଇଁ ଶୁଭଫଳଦାୟୀ ହେବ ।

ତୁଳା ରାଶି :

ଯଦି ତୁଳା ରାଶି ବିଷୟରେ କହିବା, ତେବେ ଏମାନେ ବାମ ହାତର ତୃତୀୟ ଆଙ୍ଗୁଠିରେ ହୀରା ଏବଂ ଦ୍ଵିତୀୟ ଆଙ୍ଗୁଠିରେ ନିଲମ କିମ୍ବା ଧଳା ମୁନଷ୍ଟନ ପିନ୍ଧିଲେ ଶୁଭ ହୋଇଥାଏ ।

ବିଛା ରାଶି :

ଏହା ଛଡା ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ହଳଦିଆ ପୁଖରାଜ ଏବଂ ଗାଢ଼ ଲାଲ ରଙ୍ଗର ମୁଙ୍ଗାକୁ ସୁନା କିମ୍ବା ତମ୍ବାର ମୁଦିରେ ତିଆରି କରି ପିନ୍ଧିବା ଦ୍ୱାରା ସମସ୍ୟାରୁ ମୁକ୍ତି ମିଳିବ ।

ଧନୁ ରାଶି :

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ହଳଦିଆ ପୁଖରାଜର ତୋପାଜକୁ ବାମ ହାତର ପ୍ରଥମ ଆଙ୍ଗୁଠିରେ ପନ୍ଧିବା ଦରକାର । ଯାହା ସୁଖ ସମୃଦ୍ଧି ଏବଂ ଦାମ୍ପତ୍ୟ ସୁଖପ୍ରାପ୍ତିରେ ସାହାଯ୍ୟ କରିବ ।