ଗରୁଡ଼ ପୁରାଣ ଅନୁସାରେ କରନ୍ତୁ ଏହି ଉପାୟ ରହିବନି ଧନର ଅଭାଵ, ଘରେ ସୁଖ ଶାନ୍ତି ବିରାଜିତ ହେବ ।

Spread the love

ମନୁଷ୍ୟ ଜୀବନରେ ସବୁଠୁ ମହତ୍ୱପୂର୍ଣ୍ଣ ଜିନିଷ ହେଉଛି ଖୁସି । ଜୀବନରେ ଖୁସି ପାଇବା ପାଇଁ ସମସ୍ତେ ଯେତେ ସମ୍ଭବ ସେତେ ଚେଷ୍ଟା କରନ୍ତି । ସେମାନେ ମନେ କରନ୍ତି କି ସେମାନଙ୍କ ଜୀବନରେ କିଛି ଅଭାଵ ନ ରହୁ, ସେମାନେ ସେମାନଙ୍କର ସମସ୍ତ ସୁବିଧା ସୁଯୋଗ ବିନା ବଧାରେ ପାଇବା ପାଇଁ ଚେଷ୍ଟା କରନ୍ତି । ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନେ ତାଙ୍କ ଜୀବନରେ ଭଲ କାମ କରନ୍ତି ଓ ସେମାନେ ସେମାନଙ୍କ ଜୀବନରେ ଖୁସିରେ ରହିବାକୁ ଚାହାଁନ୍ତି, ଯେଉଁମାନେ ଖରାପ କାମ କରନ୍ତି ସେମାନେ ତାଙ୍କ ଜୀବନରେ କେବେ ଖୁସିରେ ରହିପାରନ୍ତି ନାହିଁ । ସେହିପରି ଲୋକମାନେ ସର୍ବଦା ସର୍ବଦା ଖୁସି ରହିବାର ଅଭିନୟ କରିଥାନ୍ତି । ଯେଉଁ ଖୁସି ଭଲ କାମରୁ ମିଳେ ସେ ଖୁସି ଖରାପ କାମରୁ ମିଳି ନଥାଏ ।

ଯଦି ଦେଖାଯିବ, ପ୍ରତିଦିନ ବ୍ୟକ୍ତି ଜୀବନରେ କିଛି ନା କିଛି କାମ ଅବଶ୍ୟ କରନ୍ତି ଏବଂ ଏହିପରି କରିବା ଉଚିତ । ଯଦି ସେହି କାର୍ଯ୍ୟ ଭଲ କାମ ହୋଇଥାଏ ତେବେ ଭଗବାନଙ୍କ ଆଶିର୍ବାଦ ମିଳିଥାଏ । ଏହା ସହ ବ୍ୟକ୍ତିଙ୍କୁ ଖୁସି ମଧ୍ୟ ପ୍ରାପ୍ତ ହୋଇଥାଏ ଓ ସେ ପୁରା ଦିନ ଖୁସି ଅନୁଭଵ କରିଥାଏ । ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଗରୁଡ଼ ପୁରାଣ ଅନୁସାରେ ପ୍ରତ୍ୟେକ ବ୍ୟକ୍ତ ତାଙ୍କ ଦୈନନ୍ଦିନ ଜୀବନରେ କଣ କରିବା କଥା ତାହା କୁହାଯାଇଛ, ସେହି ବିଷୟରେ ଆପଣଙ୍କୁ ଜଣାଇବୁ ।

ଗରୁଡ଼ ପୁରାଣ ଅନୁସାରେ ପ୍ରତ୍ୟେକ ଦିନ ଏହି ସବୁ କାର୍ଯ୍ୟ କରିବା ଉଚିତ :

ସ୍ନାନ କରିବା :

ପ୍ରତ୍ୟେକ ବ୍ୟକ୍ତିର ମହତ୍ୱପୂର୍ଣ୍ଣ କାମ ପ୍ରତିଦିନ ସ୍ନାନ କରିବା । ଯଦି ବ୍ୟକ୍ତି ପ୍ରତ୍ୟେକ ଦିନ ସ୍ନାନ କରନ୍ତି; ତାହା ହେଲେ ତାଙ୍କ ଶରୀର ସଫା ହେବା ସହିତ ମନ ପବିତ୍ର ହୋଇଥାଏ । ତେଣୁ ଆପଣ ଆପଣଙ୍କ ଦିନର ଆରମ୍ଭ ସ୍ନାନ ପରେ କରନ୍ତୁ, ଯେଉଁ ବ୍ୟକ୍ତି ପ୍ରତିଦିନ ନିୟମିତ ରୂପରେ ସ୍ନାନ କରନ୍ତି, ସେମାନେ ପୁରା ଦିନ ଫୁର୍ତ୍ତିରେ ରୁହନ୍ତି ଓ ସେମାନଙ୍କ ମନ କାମରେ ଲାଗିଥାଏ ।

ଦାନ କରିବା :

ହିନ୍ଦୁଧର୍ମ ଅନୁସାରେ ଦାନ କରିବା ବହୁତ ପୁଣ୍ୟ କାମ ଅଟେ, ଯେଉଁ ବ୍ୟକ୍ତି ନିଜ ଜୀବନରେ ନିୟମିତ ରୂପରେ ଦାନ କରୁଥାନ୍ତି, ତାଙ୍କ ଜୀବନରେ କୌଣସି ଅଭାଵ ରାହିନଥାଏ । ଶାସ୍ତ୍ରରେ କୁହାଯାଇଛି କି ବ୍ୟକ୍ତିଙ୍କୁ ତାଙ୍କ କ୍ଷମତା ଅନୁସାରେ କିଛି ନା କିଛି ଅବଶ୍ୟ ଦାନ କରିବା ଉଚିତ । ଯଦି ଆପଣ କୌଣସି ନିର୍ଦ୍ଧନୀ କିମ୍ବା ଆବଶ୍ୟକୀୟ ବ୍ୟକ୍ତିଙ୍କୁ ଦାନ କରନ୍ତି; ତେବେ ଆପଣଙ୍କ ପରିବାରରେ କେବେ ଧନ ସମସ୍ୟା ସୃଷ୍ଟି ହେବ ନାହିଁ ଏବଂ ଆପଣଙ୍କ ପରିବାରର ଜୀବନ ସୁଖ ଶାନ୍ତିରେ କଟିବ ।

ତୁଳସୀ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ଵଳନ :

ତୁଲସୀ ଗଛ ବହୁତ ପବିତ୍ର ହୋଇଥାଏ । ହିନ୍ଦୁଧର୍ମରେ ବିଶ୍ୱାସ କରୁଥିବା ଲୋକେ ନିଜ ଘରର ଅଗଣାରେ ତୁଲସୀ ଗଛ ଅବଶ୍ୟ ଲାଗନ୍ତି । ଏମିତି କୁହାଯାଏ କି ଯେଉଁ ଘରମାନଙ୍କରେ ସକାଳେ ଏବଂ ସଞ୍ଜରେ ତୁଳସୀର ପୁଜା ହୁଏ ଏବଂ ଦୀପ ଲଗାଯାଏ; ସେହି ଘରେ ସୁଖ ଶାନ୍ତି ଭରିଯାଏ ଏବଂ ଧନର ଦେବୀ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ, ସେଥିପାଇଁ ଆପଣ ଆପଣଙ୍କ ଘରେ ପ୍ରତିଦିନ ତୁଲସୀର ପୂଜାର୍ଚ୍ଚନା କରିବା ଉଚିତ ।

ଜପ କରିବା :

ଯଦି ଆପଣ ଆପଣଙ୍କ ଜୀବନରେ ସଫଳତା ପ୍ରାପ୍ତ କାରିବାକୁ ଚାହାଁନ୍ତି; ତାହା ହେଲେ ଆପଣ ପ୍ରତିଦିନ ନିୟମିତ ଭାବେ କୌଣସି ଏକ ମନ୍ତ୍ରକୁ ଜପ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ମନକୁ ଶାନ୍ତି ମିଳିବ । ଏମିତି କୁହାଯାଏ କି ଯେଉଁ ବ୍ୟକ୍ତି ଶ୍ରଦ୍ଧା ଓ ବିଶ୍ୱାସର ସହିତ ଜପ କରନ୍ତି; ସେମାନେ ତାଙ୍କ ଜୀବନରେ କେବେ ଅସଫଳତାର ମୁହଁ ଦେଖନ୍ତି ନାହିଁ ।