ଗରୁଡ ପୁରାଣ ଅନୁସାରେ ପତ୍ନୀଙ୍କ ଏହି ଚାରୋଟି ଗୁଣ ପତିଙ୍କୁ ଭାଗ୍ୟଶାଳୀ କରିଥାଏ ।

Spread the love

ହିନ୍ଦୁ ଧର୍ମ ଅନୁସାରେ, ବିବାହ ବନ୍ଧନ ଏକ ପବିତ୍ର ବନ୍ଧନ ଅଟେ । ଯେତେବେଳେ ଦୁଇ ଜଣ ଅଜଣା ବ୍ୟକ୍ତି ଏହି ବନ୍ଧନରେ ବାନ୍ଧି ହୋଇଥାନ୍ତି; ସେତେବେଳେ ଦୁହେଁ ଦୁହିଁଙ୍କୁ ସବୁ କିଛି ସମର୍ପିତ କରି ଦେଇଥାନ୍ତି । ପତିପତ୍ନୀଙ୍କ ସମ୍ପର୍କ ଆପୋଷି ବୁଝାମଣା ଏବଂ ବିଶ୍ଵାସ ଭରା ହୋଇଥାଏ । ହିନ୍ଦୁ ଧର୍ମ ଅନୁସାରେ ପତ୍ନୀଙ୍କୁ ଅର୍ଦ୍ଧାଙ୍ଗିନୀର ମାନ୍ୟତା ମିଳିଛି, ଏହା ସହ ପତ୍ନୀ ଘରର ଲକ୍ଷ୍ମୀ ଅଟନ୍ତି । ପତ୍ନୀଙ୍କର ଯଦି ଭଲ ଗୁଣ ଥାଏ; ତେବେ ଘର ସ୍ଵର୍ଗ ପାଲଟି ଯାଇଥାଏ । ମହାଭାରତରେ ଭୀଷ୍ମ ପିତାମହ କହିଥିଲେ, ପତ୍ନୀଙ୍କୁ ସର୍ବଦା ଖୁସିରେ ରଖନ୍ତୁ ଯାହା ଫଳରେ ଘର ସଦାସର୍ବଦା ଖୁସିରେ ଭରି ହୋଇ ରହିଥାଏ ।

ଗରୁଡ ପୁରାଣରେ ପତ୍ନୀଙ୍କ କିଛି ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି, ସେହି ଗୁଣ ଗୁଡିକ ପତ୍ନୀଙ୍କ ପାଖରେ ରହିଲେ ପତି ଭାଗ୍ୟଶାଳୀ ହୋଇଯାଇଥାଏ ଓ ପତିର ଭାଗ୍ୟ ବଦଳି ଯାଇଥାଏ । ଆଜିର ଏହି ଲେଖାରେ ପତ୍ନୀଙ୍କର ସେହି ଗୁଣ ଗୁଡିକ ବିଷୟରେ ଆଲୋଚନା କରିବା ପାଇଁ ଯାଉଛୁ; ଯାହା ଦ୍ଵାରା ପତି ଭାଗ୍ୟଶାଳୀ ହୋଇଥାନ୍ତି ।

ପତ୍ନୀଙ୍କର ଏହି ଚାରୋଟି ଗୁଣ ପତିଙ୍କୁ ଭାଗ୍ୟଶାଳୀ କରିଥାଏ ।

ପତିବ୍ରତା ଧର୍ମର ପାଳନ କରୁଥିବା ପତ୍ନୀ :

ଗରୁଡ ପୁରାଣ ଅନୁସାରେ ପତ୍ନୀଙ୍କର ଏହି ଗୁଣ ସୁଚାଇଥାଏ, ପତ୍ନୀ ସର୍ବଦା ନିଜ ପତି ଏବଂ ପତିଙ୍କ ପରିବାର ହିତ ସାଧନ ପାଇଁ ଚିନ୍ତିତ ରହିବା ଦରକାର ଏବଂ ତଦନୁଯାୟୀ କାର୍ଯ୍ୟ କରିବା ଦରକାର । ଯେଉଁଥିରେ ତାର ପତି ଏବଂ ପତିଙ୍କ ପରିବାର ବର୍ଗ ଖୁସି ରହିବେ । ଗରୁଡ ପୁରାଣରେ ଏହିପରି ଭାବରେ କୁହାଯାଇଛି, ଯେଉଁ ପତ୍ନୀ ପ୍ରତିଦିନ ସ୍ନାନ ସାରି ନିଜ ପତିଙ୍କ ପାଇଁ ସଜେଇ ହୋଇଥାନ୍ତି, କମ ଖାଦ୍ୟ ଗ୍ରହଣ କରନ୍ତି, କମ କଥାବାର୍ତ୍ତା କରନ୍ତି ଏବଂ ନିଜ ପତି ପାଇଁ ନିରନ୍ତନ ରୂପେ ପତ୍ନୀ ଧର୍ମ ପାଳନ କରିଥାନ୍ତି; ସେହି ପତ୍ନୀମାନେ ନିଜ ପତି ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ।

ପ୍ରତି କଥା ମାନୁଥିବା ପତ୍ନୀ :

ଗରୁଡ ପୁରାଣ ଅନୁସାରେ ଯେଉଁ ପତ୍ନୀ ନିଜ ପତିଙ୍କ ପ୍ରତ୍ୟେକ କଥା ମାନିଥାନ୍ତି, ଏହିଭଳି ପତ୍ନୀଙ୍କ ଯୋଗୁଁ ପତି ଭାଗ୍ୟଶାଳୀ ହୋଇଥାନ୍ତି । ଏହିଭଳି ପତ୍ନୀମାନେ ପବିତ୍ର ହୋଇଥାନ୍ତି । ଭୁଲରେ ମଧ୍ୟ ଏହିଭଳି କିଛି କାମ କରନ୍ତି ନାହିଁ; ଯାହା ଦ୍ଵାରା ପତି କ୍ରଧ ପ୍ରକାଶ କରନ୍ତି । ଏହିଭଳି ପତ୍ନୀମାନେ ଭୁଲ ମଧ୍ୟ ନିଜ ପତିଙ୍କୁ ଦୁଃଖ ଦିଅନ୍ତି ନାହିଁ । ଯଦି ଏମାନଙ୍କୁ କେହି ଦୁଃଖ ଦିଅନ୍ତି, ତେବେ ଧରସ୍ତିର ଭାବରେ ନିଜ ପତି ସାମ୍ନାରେ ନିଜର ଦୁଃଖକୁ ପ୍ରକାଶ କରନ୍ତି ନାହିଁ । ଏହି ଭଳି ପତ୍ନୀମାନେ ନିଜ ପତିଙ୍କ ଅପେକ୍ଷା ଅନ୍ୟ କୌଣସି ପୁରୁଷ ବିଷୟରେ ମନରେ ଚିନ୍ତା କରିନଥାନ୍ତି ।

ମିଠା କଥା କହୁଥିବା ପତ୍ନୀ :

ଯେଉଁ ପତ୍ନୀ ସର୍ବଦା ନିଜ ପତିଙ୍କ ସହ ଭଲ ରୂପେ ମିଠା କଥାବାର୍ତ୍ତା କରନ୍ତି, ନିଜ ପତ୍ନୀଙ୍କ ସବୁ ଇଚ୍ଛାକୁ ପୂରଣ କରିବାକୁ ଚେଷ୍ଟା କରିଥାନ୍ତି, ସେହିଭଳି ପତ୍ନୀମାନେ ନିଜ ପତିଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି । କାରଣ ନିଜର ମିଠା କଥା ମାଧ୍ୟମରେ ପତି ଏବଂ ପତିଙ୍କର ପରିବାରର ମନ ଜିଣିବାରେ ସଫଳ ହୋଇଥାନ୍ତି ।

ଘର ସମ୍ଭାଳୁ ଥିବା ପତ୍ନୀ :

ଯେଉଁ ପତ୍ନୀ ନିଜର ଦାୟିତ୍ଵ ସୂଚାରୁ ରୂପରେ ତୁଲାଇ ଥାନ୍ତି, ଘରର ପ୍ରତୀଟି ସଦସ୍ୟଙ୍କ ଯତ୍ନ ନେଇଥାନ୍ତି ଏବଂ ଘରକୁ ଆସିଥିବା ଅତିଥିଙ୍କ ଠିକ ରୂପେ ଯତ୍ନ ନେଇଥାନ୍ତି । ସେହିଭଳି ପତ୍ନୀମାନେ ନିଜ ପତିଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି । ସେହିଭଳି ପତ୍ନୀମାନେ ନିଜ ପତିଙ୍କର ମାନ-ସମାନ୍ନ ବୃଦ୍ଧି କରିଥାନ୍ତି ।