୧୪୨ଦିନ ପାଇଁ ଶନି ବଦଳାଇବେ ନିଜ ଚଳନ, କେଉଁ ରାଶି ମାନଙ୍କୁ ହେବ ସମସ୍ୟା, କାହାର ସମୟ ଶୁଭ ରହିବ, ଆସନ୍ତୁ ଜାଣିବା…

Spread the love

ଜ୍ୟୋତିଷ ଶାସ୍ତ୍ର ମୁତାବିକ ସମୟ ଅନୁସାରେ ଗ୍ରହ ମାନଙ୍କ ସ୍ଥିତିରେ ପରିବର୍ତନ ହୋଇଥାଏ, ଯାହାର ପ୍ରଭାବରେ ୧୨ଗୋଟି ରାଶିର ଅନ୍ତର୍ଭୁକ୍ତ ଲୋକଙ୍କ ଉପରେ କିଛି ନା କିଛି ପ୍ରଭାବ ପଡିଥାଏ, ଆପଣଙ୍କୁ କହିବା ପାଇଁ ଚାହୁଁଞ୍ଚୁ ଶନି ଗ୍ରହ ୧୧ ମଇ ୨୦୨୦ କୁ ତାଙ୍କର ଚଳନ ବଦଳାଇ ଵକ୍ର ହୋଇପାରନ୍ତି ଏବଂ ଶନି ଆଗାମୀ ୧୪୨ ଦିନ ପର୍ଯ୍ୟନ୍ତ ଵକ୍ର ହୋଇ ରହିବେ, ଏହା ମକର ରାଶିରେ ଵକ୍ର ହେବ, ଶନିଙ୍କ ସ୍ଥିତି ପରିବର୍ତ୍ତନ ହେତୁ ୧୨ଗୋଟି ରାଶି ଉପରେ ଏହାର ନିଶ୍ଚୟ କିଛି ନା କିଛି ପ୍ରଭାବ ପଡିବ, ଆଜି ଆମେ ଆପଣଙ୍କୁ ଶନି ରାଶିର ପରିବର୍ତ୍ତନ ଯୋଗୁଁ ଆପଣଙ୍କ ରାଶି ଉପରେ କେଉଁ ପ୍ରକାରର ପ୍ରଭାବ ପଡିବ ଏହି ବିଷୟରେ କହିବୁ ।

ଆସନ୍ତୁ ଜାଣିବା ଶନିଙ୍କ ଵକ୍ର ଚଳନ ହେତୁ କେଉଁ ରାଶିଙ୍କ ପାଇଁ ଶୁଭ ହେବ ।

ମେଷ

Google

ମେଷ ରାଶି ବ୍ୟକ୍ତି ବିଶେଷଙ୍କ ନିମନ୍ତେ ଶନିଙ୍କ ଵକ୍ର ଚଳନ ହେତୁ ଶୁଭଫଳ ପ୍ରାପ୍ତି କରିପାରିବେ, ଏହି ରାଶି ଅନ୍ତର୍ଭୂକ୍ତ ଲୋକ ମାନେ ଚାକିରୀ କ୍ଷେତ୍ରରେ ସଫଳତା ହାସଲ କରିପାରିବେ, ଆମଦାନୀରେ କିଛି ଭଲ ଉତ୍ସ ପ୍ରାପ୍ତ କରିବେ, ଧନ ସମ୍ବନ୍ଧିତ ମାମଲାରେ ଆପଣ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇ ପାରିବେ, କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ, ପୁରୁଣା କିଛି ଯୋଜନାରେ ଆପଣଙ୍କୁ ଭଲ ଲାଭ ମିଳିପାରେ, ଯଦି ଆପଣ କେଉଁଠାରେ ଧନ ନିବେଶ କରୁଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଲାଭଦାୟକ ରହିବ, ଘର ପରିବାରରେ ଖୁସିର ବାତାବରଣ ଜାରି ରହିବ ।

ବୃଷ

Google

ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ନିମନ୍ତେ ଶନିଙ୍କ ଏହି ଵକ୍ର ହେବା ବହୁତ ଭଲ ସାବ୍ୟସ୍ତ ହେବ, ସାମାଜିକ କ୍ଷେତ୍ରରେ ଆପଣଙ୍କ ଲୋକପ୍ରିୟତା ବଢିବ, ଶନି ଦେବଙ୍କ କୃପାରୁ ଆପଣଙ୍କ ଜୀବନରେ ଯାହା ଭି କିଛି ଅସୁବିଧା ଅଛି ସେ ସବୁର ସମାଧାନ ହୋଇପାରିବ, କାର୍ଯ୍ୟ କ୍ଷେତ୍ରରେ ଥିବା ସମସ୍ତ ପତିବନ୍ଧକ ଦୂର ହେବ, ଆପଣ କାର୍ଯ୍ୟ କ୍ଷେତ୍ରରେ ଦିନରେ ଦୁଇଗୁଣ ଏବଂ ରାତିରେ ଚାରିଗୁଣ ଉନ୍ନତି ହାସଲ କରିବେ, ଆପଣଙ୍କ ଦ୍ଵାରା ପ୍ରସ୍ତୁତ ଯୋଜନା ଗୁଡିକ ସମ୍ପୁର୍ଣ୍ଣ ହୋଇପାରିବ, ଘର ପରିବାର ଲୋକଙ୍କ ସହ ଆପୋଷ ପ୍ରେମ ବଢିବ, ଦାମ୍ପତ୍ୟ ଜୀବନ ବହୁତ ଭଲ ତଥା ସୁଖପୁର୍ଣ୍ଣ ରହିବ, ଜୀବନସାଥୀଙ୍କ ପରାମର୍ଶକୁ ନେଇ ମଙ୍ଗଳଜନକ ସାବ୍ୟସ୍ତ ହୋଇପାରନ୍ତି।

କର୍କଟ

Google

କର୍କଟ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟରେ ଅଚାନକ ଧନ ପ୍ରାପ୍ତିର ଯୋଗ ଲାଗିରହିବ, ଯଦି ଆପଣ ଭାଗିଦାର ହୋଇ କିଛି ବେପାର ଆରମ୍ଭ କରନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରିବ, ଆପଣଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ, ମାତା-ପିତାଙ୍କ ଆଶୀର୍ବାଦ ମିଳିବ, ବେପାର ଲାଭ ପ୍ରାପ୍ତି ହେବ, ଭାଗିଦାରୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ, ଭାଇ ଭଉଣୀଙ୍କ ସହ ଭଲ ସମ୍ପର୍କ ରହିବ, ଏହି ରାଶିର ବ୍ୟକ୍ତିଙ୍କ ପ୍ରେମ ଜୀବନରେ ସୁଧାର ଆସିବାର ଯୋଗ ରହିଛି ।

କନ୍ୟା

Google

କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟ ବହୁତ ଶୁଭପ୍ରଦାୟକ ରହିବ, ଏହି ରାଶିର ଲୋକଙ୍କୁ ଯାନବାହନର ସୁଖ ପ୍ରାପ୍ତି ହୋଇପାରିବ, ମାଆଙ୍କ ଠାରୁ ଆପଣଙ୍କୁ ଲାଭ ମିଳିବାର ଯୋଗ ରହିଛି, ନିଜସ୍ୱ ଜୀବନରେ ସୁଖ ପ୍ରାପ୍ତି ହେବ, ମାନସିକ ଚିନ୍ତା ଦୂର ହୋଇପାରେ, ଆପଣ ଆପଣଙ୍କ କାର୍ଯ୍ୟରେ ବହୁତ ଭଲ ପ୍ରଦର୍ଶନ କରିବେ, ଜୀବନସାଥୀଙ୍କ ସହ ଆପଣଙ୍କ ସମ୍ପର୍କ ମଜବୁତ ହେବ, କିଛି ପୁରୁଣା ବାଦ-ବିବାଦ ଦୂର ହୋଇଯିବା କାରଣରୁ ଆପଣ ବହୁତ ଖୁସି ହେବେ।

ତୁଳା

Google

ତୁଲା ରାଶି ବ୍ୟକ୍ତି ବିଶେଷ ପାଇଁ ଶନିଙ୍କ ଏହି ପରିବର୍ତ୍ତନ ଦ୍ୱାରା ବହୁତ ଲାଭ ମିଳିବ, ବିଶେଷ ଭାବେ ଯେଉଁମାନେ ବିଦ୍ୟାର୍ଥୀ ଅଛନ୍ତି ସେମାନଙ୍କୁ କିଛି ପ୍ରତିଯୋଗିତା ପରୀକ୍ଷାରେ ସଫଳତା ମିଳିବାର ଯୋଗ ଲାଗି ରହିବ, ଧର୍ମ-କର୍ମ କାର୍ଯ୍ୟରେ ଆପଣଙ୍କ ଅଧିକ ରୁଚି ବଢିବ, ମାତା-ପିତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ଧନ ସମ୍ବନ୍ଧିତ ମାମଲାରେ ଆପଣ ଭାଗ୍ୟଶାଳୀ ସାବ୍ୟସ୍ତ ରହିବେ, ଆପଣଙ୍କ ବାକିଥିବା ପଇସା ଫେରି ପାଇବେ, କାର୍ଯ୍ୟ କ୍ଷେତ୍ରରେ ଉଚ୍ଚପଦସ୍ତ ଅଧିକାରୀ ଆପଣଙ୍କୁ ସାହାଯ୍ୟ କରିବେ, ପିଲାଙ୍କ ପକ୍ଷରୁ ଖୁସିଖବର ମିଳିବାର ସମ୍ଭାବନା ଲାଗିରହିବ, ପ୍ରଭାବଶାଳୀ ଲୋକଙ୍କ ମାର୍ଗଦର୍ଶନ ପ୍ରାପ୍ତ ହେବ ।

ବିଛା

Google

ବିଛା ରାଶି ବ୍ୟକ୍ତି ଵିଶେଷ ଲୋକଙ୍କ ପାଇଁ ଏହି ସମୟ ଲାଭଦାୟକ ରହିବ, ଏହି ରାଶିର ଲୋକମାନଙ୍କ ଆମଦାନୀରେ ବୃଦ୍ଧି ହେବାର ସମ୍ଭାବନା ରହିଛି, ଆପଣଙ୍କ ଜୀବନର ଅନେକ ସଙ୍କଟ ଦୂର ହେବ, ଶନିଦେବଙ୍କ କୃପାରୁ ପୁରୁଣା ଶାରୀରିକ ସମସ୍ୟାରୁ ମୁକ୍ତି ମିଳିବ, ଅଚାନକ ଧନ ପ୍ରାପ୍ତି ହେବାର ମାର୍ଗ ହାସିଲ ହେବ, ଆପଣ ଆପଣଙ୍କ କାର୍ଯ୍ୟରେ ସଫଳତା ହାସଲ କରିବେ।

ମକର

Google

ମକର ରାଶି ବ୍ୟକ୍ତି ବିଶେଷ ଲୋକମାନେ ନିଜ କାର୍ଯ୍ୟରେ ସଫଳତା ହାସଲ କରିବେ, ବହୁତ ଲମ୍ବା ସମୟରୁ ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିବ, ଯଦ୍ୱାରା ଆପଣଙ୍କ ମନ ଖୁସି ରହିବ, ପ୍ରେମ ସମ୍ପର୍କ ମଜବୁତ ରହିବ, ସୁଖ ସମୃଦ୍ଧିରେ ବୃଦ୍ଧି ହୋଇପାରେ, ଅଚାନକ ଆପଣଙ୍କ ଘରକୁ ଅତିଥିଙ୍କ ଆଗମନ ହୋଇପାରେ, ଯାହାଦ୍ୱାରା ଘର ପରିବାରରେ ଖୁସି ବଢିବ, ଦୂର ସଞ୍ଚାର ମାଧ୍ୟମରେ ଆପଣଙ୍କୁ ବହୁତ ଶୁଭ ସୂଚନା ମିଳିପାରେ ।

ଆସନ୍ତୁ ଜାଣିବା ବାକିଥିବା ରାଶି ମାନଙ୍କ କେମିତି ରହିବ ?

ମିଥୁନ

google

ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟ ବହୁତ କଠିନ ରହିବ, ଏହି ରାଶିର ଲୋକଙ୍କ କର୍ମ କ୍ଷେତ୍ରରେ ବାଧାବିଘ୍ନର ସାମ୍ନା କରିବାକୁ ପଡିବ, ଘର ପରିବାରରେ କିଛି କଥାକୁ ନେଇ ସମସ୍ୟା ଉତ୍ପନ୍ନ ହୋଇପାରେ, ମାନସିକ ଚିନ୍ତା ଅଧିକ ରହିବ, ପିଲାଙ୍କ ପକ୍ଷରୁ ସମସ୍ୟା ଉତ୍ପନ୍ନ ହେବାର ସମ୍ଭାବନା ଲାଗି ରହିବ, କହିବାକୁ ଗଲେ ଆପଣଙ୍କୁ ଏହି ସମୟରେ ବହୁତ ଚତୁରତାର ସହ କାମ କରିବାର ଆବଶ୍ୟକ ରହିଛି ।

ସିଂହ

Google

ସିଂହ ରାଶିର ଵ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟ ମିଶ୍ରିତ ଫଳ ପ୍ରଦାନ କରିବା, କିଛି ଆଇନଗତ ମାମଲାରେ ଆପଣଙ୍କୁ ସଫଳତା ମିଳିବାର ସମ୍ଭାବନା ରହିଛି, ପୁରୁଣା ଶାରୀରିକ ସମସ୍ୟା ଦୂର ହେବ, ଅଯଥା ଧନହାନୀ ହେବାର ସମ୍ଭାବନା ରହିଛି, ଆପଣ ଆପଣଙ୍କ କାର୍ଯ୍ୟପ୍ରଣାଳୀରେ କିଛି ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିବେ ଯାହା ଆପଣଙ୍କ ପାଇଁ ହିତକର ସାବ୍ୟସ୍ତ ହେବ, ପ୍ରଭାବଶାଳୀ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହୋଇପାରେ ।

ଧନୁ

Google

ଧନୁ ରାଶି ଵ୍ୟକ୍ତି ଵିଶେଷ ଲୋକଙ୍କୁ ମଧ୍ୟମ ଧରଣର ଫଳ ପ୍ରାପ୍ତି ହେବ, ସାମଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିବ, ଆପଣ ଆପଣଙ୍କ ଘର ପରିବାରର ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିବେ, ଭାଇ ଭଉଣୀଙ୍କ ସହ ତାଳମେଳ ସୁଧାରିବା ପାଇଁ ଚେଷ୍ଟା କରିବେ , ଏହି ରାଶିର ଲୋକମାନେ ନିଜ ଜୀବନସାଥୀଙ୍କ ଭାବନାକୁ ବୁଝିବାର ଆବଶ୍ୟକତା ରହିଛି, ଆପଣ କିଛି ଭୁଲ ଚିନ୍ତା ଧାରାରେ ନଆସିକର୍ମ କରନ୍ତୁ, ଯାନବାହନ ବ୍ୟବହାରରେ ଆପଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ।

କୁମ୍ଭ

Google

କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟ କଠିନ ରହିବ, ଆପଣଙ୍କୁ ମାନସିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି, ଆପଣ ଯାତ୍ରାରୁ ନିଜକୁ ନିବୃତ ରଖନ୍ତୁ, ବିଦେଶରେ କାର୍ଯ୍ୟ କରିଥିବା ଲୋକଙ୍କୁ ମିଳାମିଶାର ଫାଇଦା ମିଳିବ, ଆପଣଙ୍କୁ କିଛି ବଡ଼ ନିବେଶ କରିବାରୁ ନିଜକୁ ନିବୃତ ରଖିବା ପାଇଁ ପଡିବ ନଚେତ କ୍ଷତି ସହି ପାରନ୍ତି, ଆପଣ ଆପଣଙ୍କ ଭାବିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବେ, କହିବାକୁ ଗଲେ ଆପଣଙ୍କୁ ଏହି ସମୟରେ ବହୁତ ସଂଯମତା ଏବଂ ଧୌର୍ଯ୍ୟ ରଖିବା ଜରୁରୀ ଅଟେ ।

ମୀନ

ମୀନ ରାଶି ବ୍ୟକ୍ତି ବିଶେଷ ଲୋକଙ୍କ ଖର୍ଚ୍ଚ ବହୁତ ବଢିବାର ସମ୍ଭାବନା ଅଛି, ଏଥି ନିମନ୍ତେ ଆପଣଙ୍କୁ ନିଜର ଖର୍ଚ୍ଚ ଉପରେ ଲଗାମ ରଖିବାକୁ ପଡିବ ଅନ୍ୟଥା ଧନ ସହ ଜଡିତ ସମସ୍ୟା ଉତ୍ପନ୍ନ ହୋଇପାରେ, ଯଦି ଆପଣ କେଉଁଠାରେ ପୁଞ୍ଜି ନିବେଶ କରିବାକୁ ଚାହୁଁଛନ୍ତି ତେବେ ଅନୁଭୂତି ଥିବା ଲୋକଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ, ବନ୍ଧୁଙ୍କ ଠାରୁ ସମ୍ପୂର୍ଣ୍ଣ ସହଯୋଗ ମିଳିବ, ଘର ପରିବାରରେ ଧାର୍ମିକ ଉତ୍ସବର ଆୟୋଜନ ହୋଇପାରେ, ଈଶ୍ୱରଙ୍କ ଭକ୍ତିରେ ଆପଣଙ୍କ ମନ ବହୁତ ଲାଗିବ, ବିଦ୍ୟାର୍ଥୀ ବର୍ଗର ଲୋକମାନଙ୍କୁ ପଢ଼ାରେ ଧ୍ୟାନ ଦେବା ଜରୁରୀ ଅଟେ ।