ଆଜି ରାତିରୁ ଘଣ୍ଟାପ୍ରତି ୬୦ ରୁ ୭୦ କି. ମି. ବେଗରେ ପବନ ବହିବା ସଙ୍ଗେ ସଙ୍ଗେ ପ୍ରବଳ ବର୍ଷା ହେବ । ଏହି ସବୁ ଜିଲ୍ଲାମାନଙ୍କୁ ବାତ୍ୟା ‘ଫୋନି’….

Spread the love

ଆଜି ରାତିରୁ ଘଣ୍ଟାପ୍ରତି ୬୦ ରୁ ୭୦ କି. ମି. ବେଗରେ ପବନ ବହିବା ସଙ୍ଗେ ସଙ୍ଗେ ପ୍ରବଳ ବର୍ଷା ହେବ । ଏହି ସବୁ ଜିଲ୍ଲାମାନଙ୍କୁ ବାତ୍ୟା ‘ଫୋନି’ ପାଇଁ ଅରେଂଜ, ରେଡ୍, ୟେଲୋ ୱାର୍ଣ୍ଣିଂ ଜାରି ।

ଭୁବନେଶ୍ୱର: ବର୍ତ୍ତମାନ ସବୁଠୁ ଗମ୍ଭୀରପୂର୍ଣ୍ଣ ଖବର ହେଉଛି ବାତ୍ୟା ଫୋନି ଉପରେ । ସମସ୍ତେ ଏହି ବାତ୍ୟାକୁ ନେଇ ବହୁତ ଭୟବିତ ଥିବା ବେଳେ ରାଜ୍ୟ ସରକାର ଏ ନେଇ ପୁରା ପ୍ରସ୍ତୁତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି । ତେବେ ଏହି ସାମୁଦ୍ରିକ ଝଡ଼  ଫୋନି ଓଡିଶାରେ ଲ୍ୟାଣ୍ଡଫଲ କରିବା ପରେ ଏହି ସବୁ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହେବ । ତେବେ ସେହି ସବୁ ଜିଲ୍ଲାକୁ ରେଡ, ଅରେଞ୍ଜ ଓ ୟେଲୋ ୱାର୍ନିଙ୍ଗ ଦିଆ ଯାଇଛି ।

ଗୁରୁବାର ସକାଳ ୭ ଘଣ୍ଟ ୫୦ ମିନିଟ ସୁଦ୍ଧା ରାଡାର୍‌ ଇମେଜ୍‌ ଅନୁଯାୟୀ, ‘ଫନି’ ବିଶାଖାପଟଣାର ଦକ୍ଷିଣ-ଦକ୍ଷିଣପୂର୍ବକୁ ୨୨୫ କିଲୋମିଟର ଏବଂ ପୁରୀ ଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମ ପଟକୁ ପ୍ରାୟ ୪୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ।

ଏହାର ପ୍ରଭାବରେ ଉତ୍ତର ଆନ୍ଧ୍ର, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ପବନର ବେଗ ୪୦ ରୁ ୫୦ କିଲୋମିଟର ରହିବା ସହ ପବନ ବେଗ ଘଣ୍ଟାପ୍ରତି ୬୦ କିଲୋମିଟର୍‌ ବେଗ ଯାଏଁ ଯାଇପାରେ । ଆଜି ରାତି ଠାରୁ ଉତ୍ତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୬୦ ରୁ ୭୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବ । ଘଣ୍ଟା ପ୍ରତି ପବନ ବେଗ ରହିବ ୮୦ କିଲୋମିଟର ।

ଆଂଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ଯେ, ଆଜିଠାରୁ ପବନର ବେଗ ବଢିବ ଏବଂ ଉପକୂଳବର୍ତ୍ତୀ ୧୧ଟି ଜିଲ୍ଲାକୁ ସାମୁଦ୍ରିକ ଝଡ ପ୍ରଭାବିତ କରିବ । ତେବେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ୨ ତାରିଖରୁ  ଅରେଞ୍ଜ ୱାର୍ନିଙ୍ଗ ଦିଆଯାଇଥିବା ଜିଲ୍ଲା ଗୁଡିକ ହେଲା ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କୋରାପୁଟ, ରାୟଗଡା ଏବଂ କନ୍ଧମାଳ। ଏସବୁ ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

ଏହା ବ୍ୟତୀତ ୩ ତାରିଖରେ ରେଡ ୱାର୍ଣ୍ଣିଂ ଜାରି କରାଯାଇଥିବା ୧୭ଟି ଜିଲ୍ଲା ହେଲା – ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର, କନ୍ଧମାଳ, ରାୟଗଡା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ । ଅର୍ଥାତ ଏସବୁ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ଅଛି । ତେବେ ସେହି ୩ ତାରିଖରେ ଆଉ ୪ଟି ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି, ସେଗୁଡିକ ହେଲେ – ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର ଏବଂ ଦେବଗଡ ।