ଅଭିନନ୍ଦନଙ୍କ ଜନ୍ମ ଭୂମିକୁ ଫେରସ୍ତ ପରେ, ସିଦ୍ଦୁ ପୁଣିଥରେ ଦେଲେ ବିବାଦୀୟ ବୟାନ….

Spread the love

ଭାରତୀୟ ସୀମାରେ ପଶିଥିବା ପାକିସ୍ତାନର ଲଢେଇ ବିମାନ ଏଫ-୧୬ କୁ ନଷ୍ଟ କରି ଦେଇଥିବା ଇଣ୍ଡିଆନ ଏୟାର ଫୋର୍ସର ବାହାଦୂର ପାଇଲଟ ଅଭିନନ୍ଦନ ବର୍ଥମାନକୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଛାଡି ଦେଇଥିଲେ । ଅଭିନନ୍ଦନଙ୍କୁ ପାକିସ୍ତାନ ସେହି ସମୟରେ ଗିରଫ କରିଥିଲା ଯେତେବେଳେ ଏଫ୍-୧୬ ବିମାନ ନଷ୍ଟ କରିବା ପରେ ତାଙ୍କର ମିଗ-୨୧ ବିମାନ କ୍ରାସ୍ ହୋଇଯାଇଥିଲା ।

ଏହାପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଗୁରୁବାର ଦିନ ସଂସଦରେ ଘୋଷଣା କରିଥିଲେ ଯେ, ସେ ଶାନ୍ତିର ବାର୍ତ୍ତା ସ୍ୱରୂପ ଭାରତୀୟ ପାଇଲଟଙ୍କୁ ଛାଡି ଦେବେ । ପାକିସ୍ତାନର ଏହି ପଦକ୍ଷେପ ପରେ ଭାରତର କୂଟନୈତିକ ସଫଳତା ଦେଖାଯାଉଛି । ଏହି ମଧ୍ୟରେ କଂଗ୍ରେସର ନେତା ଓ ପଞ୍ଜାବର ମନ୍ତ୍ରୀ ନବଯୋତ ସିଂ ସିଦ୍ଦୁ ପୁଣିଥରେ ଏହିପରି ଏକ ବୟାନ ଦେଇଛନ୍ତି ଯେ, ଯାହା ଉପରେ ବିବାଦ ଆରମ୍ଭ ହୋଇଯାଇଛି ।

ଭାରତୀୟ ବାୟୁସେନାର ବିଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନକୁ ମୁକ୍ତି କରିଦେବାର ଘୋଷଣା ପରେ ନବଯୋତ ସିଂ ସିଦ୍ଦୁ ପୁଣିଥରେ ପାକିସ୍ତାନ ସହ କଥାବାର୍ତ୍ତା ଦ୍ୱାରା ମାମଲା ସୁଧାରିବା ପାଇଁ ଜୋର୍ ଦେଇଛନ୍ତି । “ଆମ ପାଖରେ ଏକ ବିକଳ୍ପ ଅଛି ।” ଏହି ଶୀର୍ଷକ ଦ୍ୱାରା ଜାରି କରିଥିବା ନିଜର ଦୁଇ ପୃଷ୍ଠାର ବୟାନରେ ସିଦ୍ଦୁ କହିଛନ୍ତି, “ମୁଁ ନିଜର ଦୃଢ ବିଶ୍ବାସ ସହ କହୁଛି କି ସୀମାର ଭିତରେ ଓ ବାହାରେ ଚାଲିଥିବା ଆତଙ୍କୀ ସଂଗଠନର ଉପସ୍ଥିତି ଓ ଗତିବିଧିର ଦୀର୍ଘକାଳୀନ ସମାଧାନ ଖୋଜିବା ପାଇଁ କଥାବାର୍ତ୍ତା ଓ କୂଟନୈତିକ ଚାପ ଏକ ମୁଖ୍ୟ ଭୂମିକା ଗ୍ରହଣ କରିପାରିବ । ଆତଙ୍କର ସମାଧାନ, ଶାନ୍ତି, ବିକାଶ ଓ ପ୍ରଗତି ଅଟେ ନା କି ବେରୋଜଗାରୀ, ଘୃଣା ଓ ଡର ।”

ଏହା ପୂର୍ବରୁ ପୁଲୱାମା ଆକ୍ରମଣ ସମୟରେ ମଧ୍ୟ ସେ ବିବାଦୀୟ ବୟାନ ଦେଇ ସୋସିଆଲ ମିଡିଆରେ ହଲ୍-ଚାଲ୍ ସ୍ତୃଷ୍ଟି କରିଥିଲେ । ସେହି ସୟମରେ ସିଦ୍ଧୁ କହିଥିଲେ, ଆତଙ୍କବାଦୀଙ୍କ କୌଣସି ଦେଶ ନାହି ଏବଂ କେତୋକ ଲୋକଙ୍କ ଅସମାଜିକ କାର୍ଯ୍ୟକଳାପକୁ ନେଇ କୌଣସି ଦେଶକୁ ଦୋଷୀ କରିବା ଠିକ ନାହିଁ ।