ଅଭିନନ୍ଦନଙ୍କ ଏହି ଜିନିଷ ଗୁଡିକୁ ଜବରଦସ୍ତ କରି ରଖିଛି ପାକିସ୍ତାନ, ଦେବାର ନାମ ହି ଧରୁନି।

Spread the love

ପାକିସ୍ତାନ ଓ ଭାରତ ମଧ୍ୟେ ଚାଲିଥିବା ତୁ-ତୁ-ମେ-ମେ ବର୍ତ୍ତମାନ ମଧ୍ୟ ଜାରି ରହିଛି । ପାକିସ୍ତାନ ଭୁଲ କରୁଛି ଓ ହିନ୍ଦୁସ୍ଥାନ ମଧ୍ୟ ତା ଭୁଲ କୁ ସୁଧାରିବା ପାଇଁ ପାଠ ପଢାଉଛି । ଆର୍ଥିକ ଭାବେ ଦୁର୍ବଳ ଥିବା ପାକିସ୍ତାନ ର ଲମ୍ବା ଚଉଡା କଥା ଦେଖି ସମସ୍ତେ ତାହାର ମଜାକ ମଧ୍ୟ ଉଡାଉଛନ୍ତି । କିଛି ଦିନ ତଳେ ପାକିସ୍ତାନ ପୁଣି ଥରେ କିଛି ଏପରି କାମ କରିଛି ଯାହାଦ୍ଵାରା ଆଉଥରେ ତାହାର ମଜାକ ବନା ଯାଉଛି । ଯେମିତି କି ଆପଣ ସଭିଏଁ ଜାଣିଛନ୍ତି ଗତ ଶୁକ୍ରବାର ଦିନ ପାକିସ୍ତାନ ଆମର ବିର କମାଣ୍ଡର ଅଭିନନ୍ଦନ କୁ ଭାରତକୁ ଛାଡି ଦେଇଥିଲା । ଭାରତ ମାତାର ଏହି ବୀର ପୁତ୍ରର ସ୍ୱାଗତ ସାରା ଦେଶ ଗର୍ଵର ସହ କରିଥିଲା । ଅଭିନନ୍ଦନ ଭାରତ ଫେରି ଆସିଲେ ଏହା ଆମ ପାଇଁ ବହୁତ ଅଟେ । ପାକିସ୍ତାନ ଅଭିନନ୍ଦନଙ୍କୁ ତ ଫେରାଇ ଦେଲା, କିନ୍ତୁ ତାଙ୍କର କିଛି ସାମାନ ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ଫେରାଇ ନାହିଁ ।

ଯେପରିକି ବିଭିନ୍ନ ନ୍ୟୁଜ ଚ୍ୟାନେଲର ମାଧ୍ୟମରେ ଆମେ ଏହା ଦେଖିଲେ ଯେ, ଵିଙ୍ଗ କମାଣ୍ଡର ଅଭିନନ୍ଦନ ଯେବେ ଗତ ଶୁକ୍ରବାର ଦିନ ଭାରତର ସୀମାରେ ପାଦ ରଖିଲେ ତ ତାଙ୍କର ହାତ ଖାଲି ଥିଲା । ସିଭିଲ ଡ୍ରେସ୍ ରେ ଆସିଥିବା ଅଭିନନ୍ଦନଙ୍କ ହାତରେ ନା କୌଣସି ବ୍ୟାଗ ଥିଲା ନା ଅନ୍ୟ କିଛି ସାମାନ ଥିଲା ।

ଏକ ମିଡିଆ ରିପୋର୍ଟ ଦ୍ୱାରା ଏହି ଖବର ସାମନାକୁ ଆସିଛି ଯେ, ପାକିସ୍ତାନ ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଘଡି, ମୋଜା, ଚଷମା ତ ଫେରାଇ ଦେଲା କିନ୍ତୁ ତାଙ୍କର ପିସ୍ତଲ, ମ୍ୟାପ ଓ ସରଭାଇବଲ କିଟ୍ କୁ ଫେରାଇବା ଆବଶ୍ୟକ ମନେ କଲା ନାହିଁ ।

ଅଭିନନ୍ଦନ ଯେବେ ପାକିସ୍ତାନ ସୀମାରେ ପହଁଚି ଥିଲେ ସେତେବେଳେ ତାଙ୍କ ପାଖରେ ପିସ୍ତଲ ଥିଲା, କିଛି ମୁଖ୍ୟ ଦସ୍ତାବିଜ ବି ଥିଲା ଯାହାକୁ ସେ ନଷ୍ଟ କରି ଦେଇଥିଲେ । ସେ ସେତେବେଳେ ବାୟୁ ସେନାର ସମବେଶରେ ଥିଲେ । ହେଡଅଭର ସାର୍ଟିଫିକେଟ ଅନୁଯାୟୀ, ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଘଡି, ଚଷମା ଓ ମୋଜା କେବଳ ଫେରାଇ ଥିଲା ।