ପଦାରେ ପଢିଲା ପାକିସ୍ଥାନର ସ୍ବଚ୍ଛଟପଣିଆ ! ପାଇଲଟ୍‌ ଅଭିନନ୍ଦନଙ୍କୁ ମାନସିକ ନିର୍ଯାତନା ଦେଇଥିଲା ପାକିସ୍ଥାନ

Spread the love

ନ୍ୟୁଜ ଏଜେନ୍ସ ANIର ସୂତ୍ର ଅନୁସାରେ, ଶାନ୍ତିର ବାର୍ତ୍ତା ଦେଉଥିବା ପାକିସ୍ତାନ ୱିଙ୍ଗ କମାଣ୍ଡର ତଥା ବୀର ଯୋଦ୍ଧା ଅଭିନନ୍ଦନ ବର୍ତମାନଙ୍କୁ କେଉଁଭଳି ନିର୍ଯାତନା ଦେଉଥିଲା, ତାହା ବର୍ତ୍ତମାନ ଲୋକଲୋଚନକୁ ଆସିଛି । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଙ୍କ ସରକାର ଅଭିନନ୍ଦନଙ୍କୁ କୌଣସି ପ୍ରକାରର ଶାରୀରିକ ନିର୍ଯାତନା ଦେଇନାହିଁ କିନ୍ତୁ ପାକ୍‌ ସେନା ତାଙ୍କୁ ମାନସିକ ସ୍ତରରେ ଅନେକ ନିର୍ଯ୍ୟାତନା ଦେଇଥିବାର ଜଣାପଡ଼ିଛି ।

ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସହିତ ଭଲ ବ୍ୟବହାର କରୁଛି ବୋଲି ପାକ୍ ସରକାର ଯେତେ ଦାବି କାଲେ ମଧ୍ୟ ତାହା ସଂପୂର୍ଣ୍ଣ ଭାବେ ଭୁଲ୍ ସାବ୍ୟସ୍ତ ହୋଇଛି । ଅଭିନନ୍ଦନ ନିଜେ କହିଛନ୍ତି ଯେ, ପାକିସ୍ତାନୀ ସେନା ତାଙ୍କୁ ଅଟକାଇ ରଖିଥିବା ସମୟରେ, ତାଙ୍କୁ ମାନସିକ ନିର୍ୟ୍ୟାତନା ଦେଇକହନ୍ତି । ସୁତ୍ରାନୁସରେ ପାକିସ୍ତାନ ଆର୍ମି ହସ୍ପିଟାଲରେ ଥିବା ଅଭିନନ୍ଦନଙ୍କୁ ଚିତ୍କିସା ସମୟରେ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯାଇ ନଥିଲା, କିନ୍ତୁ ମାନସିକ ନିର୍ଯ୍ୟାତନା ଦିଆଯାଇଥିଲା ।

ପାକିସ୍ତାନ ସେନା ପ୍ରଥମେ ତାଙ୍କ ଉପରେ ଚାପ ପକାଇ ବିଭିନ୍ନ ତଥ୍ୟ ନେବାକୁ ଚେଷ୍ଟା କରିଥିଲା । ଏହାପରେ ଭାରତର ଗଣମାଧ୍ୟମକୁ ବଦନାମ କରିବାକୁ ପାକିସ୍ତାନ ସେନା ଚେଷ୍ଟା କରିଥିଲା । ଏଥିପାଇଁ ପାକିସ୍ତାନ ନିଜର ଆତ୍ମପ୍ରଚାର ପାଇଁ ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲା । ଯେଉଁଥିରେ ଅଭିନନ୍ଦନ ବେଶ ଚାପରେ ଥିବା ଜଣାପଡ଼ି ଥିଲା ।

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଏମିତି ଅନେକ ପ୍ରୋପାଗାଣ୍ଡା ଭିଡ଼ିଓ ଜାରି କରିଥିଲା, ଯେଉଁଥିରେ ଅଭିନନ୍ଦନଙ୍କୁ ଭାରତୀୟ ମିଡିଆ ବିରୋଧରେ କହୁଥିବା ଦେଖା ଯାଉଥିଲା । ଏହି ଭିଡିଓରୁ ସ୍ପଷ୍ଟ ଜଣା ପଡ଼ୁଥିଲା ଯେ, ଏହାକୁ ବହୁତ ଏଡିଟ୍ ଏବଂ କଟ୍ କରାଯାଇଥିଲା । ଏବେ ଅଭିନନ୍ଦନ ନିଜେ ଏହାର ପୂରା ସତ୍ୟ ଉଜାଗର କରିଛନ୍ତି, ଯାହା ପାକିସ୍ତାନର ଅସଲ ଚେହେରା ପୁଣି ଥରେ ପଦାକୁ ଆସିଛି ।

୨୭ ଫେବୃଆରୀରେ ଭାରତୀୟ ସୀମାରେ ପ୍ରବେଶ କରିଥିବା ପାକିସ୍ତାନ ଯୁଦ୍ଧ ବିମାନର ମୁକାବିଲା କରିଥିଲେ ପାଇଲଟ୍‌ ଅଭିନନ୍ଦନ । ଏହି ଲଢ଼େଇ ବେଳେ ସେ ପାକିସ୍ତାନ ସୀମାକୁ ଚାଲି ଯାଇଥିଲେ। ଏଠାରେ ତାଙ୍କୁ ଗିରଫ କରାଯାଇଥିଲା । ଶତ୍ରୁ ଗଡ଼ରେ ଦୀର୍ଘ ୫୮ ଘଣ୍ଟା ରହିବା ପରେ ଗତକାଲି ରାତି ୯.୨୨ରେ ପାକିସ୍ତାନ ତାଙ୍କୁ ମୁକ୍ତ କରିଥିଲା । ଏହି ସମୟରେ ତାଙ୍କ ସହ କ’ଣ ଘଟିଥିଲା, ତା’ର ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସୁଛି ।