ଆଉ ବଂଚିପାରିବ ନାହିଁ ପାକିସ୍ଥାନ, ଇରାନ ମଧ୍ୟ କରିବା ସର୍ଜିକାଲ ଷ୍ଟ୍ରାଇକ୍‌….

Spread the love

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦ୍ୱାରା ପାକିସ୍ଥାନର ଆତଙ୍କବାଦୀ ଶିବିର ଉପରେ ଏୟାର୍ ଷ୍ଟ୍ରାଇକ କରିବା ପରେ ବର୍ତ୍ତମାନ ଇରାନ ମଧ୍ୟ ପାକିସ୍ଥାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଏୟାର୍ ଷ୍ଟ୍ରାଇକ କରିବା ବୋଲି ପାକିସ୍ଥାନକୁ ଚେତାବନୀ ଦେଇଛି । ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନ ଉପରେ କେବଳ ଭାରତ ଯେ ବଦ୍‌ଲା ନେବାକୁ ଚାହୁଁଛି, ତାହା ନୁହେଁ । ବରଂ ପାକିସ୍ତାନର ଅନ୍ୟତମ ପଡ଼ୋଶୀ ଇରାନ୍‌ ମଧ୍ୟ ଆତଙ୍କୀଙ୍କ ଭୂସ୍ୱର୍ଗ ପାଲଟିଥିବା ଯୋଗୁଁ ଇରାନ ଆଜି ପାକିସ୍ତାନକୁ ଖୋଲାଖୋଲି ଧମକ ଦେଇଛି । ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଚାଲିଥିବା ଗମ୍ଭୀର ସ୍ଥିତି ମଧ୍ୟରେ ପାକିସ୍ତାନର ପୋଡେଶୀ ଦେଶ ଇରାନର ସରକାର ପାକିସ୍ଥାନକୁ କଡା ଚେତାବନୀ ଦେଇ କହିଛି, ଯଦି ପାକିସ୍ଥାନ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ ନାହିଁ ଏବଂ ଆତଙ୍କବାଦୀ ଶିବିରକୁ ନଷ୍ଟ କରୁନାହିଁ, ତେବେ ଆମେ (ଇରାନ ସରକାର) ସର୍ଗିକାଲ୍ ଷ୍ଟ୍ରାଇକ ସ୍ୱରୂପ ପାକିସ୍ତାନ ଉପରେ ଆକ୍ରମଣ କରିବୁ । ପୁଲୱାମାରେ ଆତଙ୍କବାଦୀଙ୍କ ନାରକୀୟ କାଣ୍ଡ ଦେଖି ସମଗ୍ର ରାଷ୍ଟ୍ର ଭାରତକୁ ସହଯୋଗ କରୁଛନ୍ତି ।

ସୂଚନା ମୁତାବକ, ଇରାନ ସରକାର ପାକିସ୍ଥାନକୁ ଚେତାବନୀ ଦେଇ କହିଛି, ପାକିସ୍ତାନ ଆତଙ୍କବାଦୀ ସଂଗଠନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ଇରାନ ସୈନ୍ୟବାହିନୀର କମାଣ୍ଡର କହିଛନ୍ତି, ପାକିସ୍ଥାନ ପ୍ରଶୟ ବନ୍ଦ କରୁ, ନଚେତ ଇରାନୀ ସେନା ସେମାନଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିବ । ଏନେଇ ଇରାନ ସରକାରଙ୍କ ପକ୍ଷରୁ ଦେଶର ସେନା ବାହିନୀକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ଏ ସମ୍ପର୍କରେ ଶକ୍ତିଶାଳୀ ଇସ୍‌ଲାମିକ ରେଭଲ୍ୟୁଶନାରୀ ଗାର୍ଡ କ୍ରସ୍‌ (ଆଇଆରଜିସି) ‍ଫୋର୍ସର ଜେନେରାଲ କାସିମ ସୋଲେଇମାନୀ ପାକିସ୍ତାନ ସରକାର ଓ ତା’ର ସେନାକୁ ଧମକ ଦେଇ କହିଛନ୍ତି, “ମୁଁ ପାକିସ୍ତାନ ସରକାରଙ୍କୁ ପଚାରିବାକୁ ଚାହୁଁଛି ଯେ, ସେମାନେ ଏବେ କେଉଁଆଡ଼େ ଯାଉଛନ୍ତି ? ଆପଣ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସୀମାରେ ଅଶାନ୍ତିର ବାତାବରଣ ସୃଷ୍ଟି କରିଚାଲିଛନ୍ତି । ଆପଣ ଥରେ ଭାବିଛନ୍ତି କି କେଉଁ ପଡ଼ୋଶୀ ଆପଣଙ୍କ ସହ ରହିଛି ? ଜେନେରାଲ ଶୋଲେମାନି କହିଛନ୍ତି, ଆପଣଙ୍କ ପାଖରେ ପରମାଣୁ ବୋମା ଅଛି କିନ୍ତୁ ଆପଣ ଆତଙ୍କବଦୀ ଆଡ୍ଡା ଗୁଡିକୁ ନଷ୍ଟ କରି ପାରୁନାହାନ୍ତି । ଏହା ସହ ସେ କହିଛନ୍ତି, ପାକିସ୍ତାନ ସରକାର ଯଦି ଆତଙ୍କବାଦୀଙ୍କୁ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ, ତେବେ ଏହା ବିରୋଧରେ ଇରାନ ସରକାର ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବାଧ୍ୟ ହେବ । ଇରାନର ଏହି ଆଭିମୁଖ୍ୟକୁ ଆଫଗାନିସ୍ଥାନ ସମର୍ଥନ କରିଛି ।

ଆପଣଙ୍କୁ ଜଣାଇ ରଖୁଛୁ ଯେ, ୧୩ ଫେବୃୟାରୀରେ ଇରାନ ସ୍ଥିତ ବେଲୁଚିସ୍ଥାନରେ ଏକ ଆତ୍ମଘାତୀ ଆକ୍ରମଣରେ ଇରାନର ରେବଲ୍ୟୁସନ୍ ର ୨୭ ଜଣ ଗାର୍ଡ ସହିଦ ହୋଇଥିଲେ ।