ଆତ୍ମା କଣ ? ବ୍ରହ୍ମାଣ୍ଡର ସବୁଠାରୁ ବଡ଼ ରହସ୍ୟ । ଆସନ୍ତୁ ଶ୍ରୀକୃଷ୍ଣଙ୍କ ଦ୍ୱାରା କୁହାଯାଇଥିବା ସେହି ବହୁମୂଲ୍ୟ ବିଷୟରେ ଜାଣିବା ।

Spread the love

୨୪ଟି ବସ୍ତୁରେ ତିଆରି ହେଇଥିବା ମନୁଷ୍ୟ ନାମରେ ଯନ୍ତ୍ରରେ ବାସ କରିଥାଏ ପୁରୁଷ । ଅର୍ଥାତ ପରମାତ୍ମାର ଅଂଶ । ତାହାକୁ ଆତ୍ମା କୁହାଯାଇଛି । ଯେତେବେଳେ ପ୍ରକୃତି ଓ ପୁରୁଷର ମିଳନ ହୋଇଥାଏ, ଅର୍ଥାତ ଯେତେବେଳେ ପରମାତ୍ମାଙ୍କ ଅଂଶ ଆତ୍ମା ହେଇ ଦେହରେ ବାସ କରିଥାଏ, ସେତେବେଳେ ମନୁଷ୍ୟ ଜୀବିତ ହୋଇଥାଏ ।

ମନୁଷ୍ୟ ଯେଉଁଭଳି ରଥ ର ବ୍ୟବହାର କରିଥାଏ, ସେହିଭଳି ଆତ୍ମା ଶରୀର ନାମକ ଏହି ଯନ୍ତ୍ରର ବ୍ୟବହାତ କରିଥାଏ । ଶରୀର ମାଧ୍ୟମରେ ଶରୀରର ସୁଖ-ଦୁଃଖକୁ ଉପଭୋଗ କରିଥାଏ । କିନ୍ତୁ ଆତ୍ମା ଶରୀର ହେଇନଥାଏ, ଶରୀରକୁ ନାସ କରାଯାଇପାରେ କିନ୍ତୁ ଆତ୍ମାର ନାସ କରାଯାଇପାରିବ ନାହିଁ । ଆତ୍ମାକୁ ନା ଅସ୍ତ୍ର ଦ୍ୱାରା ଛେଦ କରାଯାଇପାରିବ ନା ଅଗ୍ନି ଦ୍ୱାରା ଜଳେଇ ପାରିବା, ନା ଜଳ ତାହାକୁ ନିର୍ବଳ କରିପାରିବ, ନା ପବନ ତାକୁ ଶୁଖାଇ ପାରିବ । ଆତ୍ମା ଶରୀରରେ ରହି ମଧ୍ୟ ଅମର ଅଟେ ।

ଶରୀରର ହତ୍ୟା କରାଯାଇପାରିବ କିନ୍ତୁ ଆତ୍ମାର ହତ୍ୟା କରାଯାଇପାରିବ ନାହିଁ । ଆତ୍ମା ସର୍ବ ବ୍ୟାପି, ସ୍ଥିର, ଅଚଳ, ସନାତନ ଅଟେ । ପୁରୁଣା ପୋଷାକ କୁ ତ୍ୟାଗ କରି ମନୁଷ୍ୟ ଯେଉଁଭଳି ନୂତନ ପୋଷାକ ପିନ୍ଧି ଥାନ୍ତି, ସେହିଭଳି ଆତ୍ମା ପୁରୁଣା ଶରୀରକୁ ଛାଡ଼ି ବାରମ୍ବାର ନୂଆ ଶରୀର ଧାରଣ କରିଥାଏ ।

କିନ୍ତୁ ପ୍ରଭୁ ସ୍ୱୟଂକୁ ଆତ୍ମା ଭଳି କେମିତି ଜାଣିପାରିବି ?

ସ୍ୱୟଂକୁ ଆତ୍ମା ଭଳି ଜାଣିବା ଅସମ୍ଭବ ମଧ୍ୟ ନୁହେଁ । ଅନ୍ଧ ମଧ୍ୟ ବଞ୍ଚିଥାନ୍ତି, ଗୁଙ୍ଗା ମଧ୍ୟ ବଞ୍ଚିଥାନ୍ତି ଓ ହାତ-ଗୋଡ଼ ନଥିବା ଲୋକ ମଧ୍ୟ ବଞ୍ଚିଥାନ୍ତି । ସ୍ପଷ୍ଟ ଏ ଶରୀର ମନୁଷ୍ୟ ନୁହେଁ ଯାହାର ଚେତନା ଚାଲିଯାଇଥାଏ, ଯାହାକୁ ମୂର୍ଚ୍ଛା ଆସିଯାଇଥାଏ ସେ ମଧ୍ୟ ଜୀବିତ ରହିଥାଏ । ଏଥିପାଇଁ ସ୍ୱଷ୍ଟ ଅଛି ଯେ, ମନୁଷ୍ୟର ଚେତନା ତତ୍ୱ ତାହା ମଧ୍ୟ ମନୁଷ୍ୟ ଶରୀରରେ ହିଁ ଅଛି । ଏହିଭଳି ଯେଉଁ ବ୍ୟକ୍ତି ନିଜ ଭିତର ଖୋଜି ଥାଏ, ମୁଁ ଇନ୍ଦ୍ରିୟ ନୁହେଁ, ଶରୀର ନୁହେଁ, ଭାବନା ନୁହେଁ, ବିଚାର ନୁହେଁ, ଜ୍ଞାନ ମଧ୍ୟ ମୁଁ ନୁହେଁ ଯିଏ ଏହା ବୁଝି ଚାଲୁଥିବ ସେ ଅନ୍ତ ରେ ସ୍ୱୟଂକୁ ଆତ୍ମା ରୂପରେ ମଧ୍ୟ ଜାଣିବ ।

ପ୍ରକୃତିର ୨୪ ପଦାର୍ଥରେ ଘେରି ହୋଇଥିବା ଆତ୍ମାକୁ ବିସ୍ମରଣ ହେଇଯାଏ କି, ସେ ପରମାତ୍ମାଙ୍କ ଅଂଶ ଅଟେ । ଅଧିକାଂଶ ଆତ୍ମା ନିଜ ଦେହକୁ ହିଁ ସବୁକିଛି ଭାବିଥାଏ । ସ୍ୱୟଂ ଦେହ ଠାରୁ ଭିନ୍ନ ଅଟେ ଏହା ଜାଣିପାରି ନଥାଏ । ଶରୀରକୁ ଯେଉଁ ସୁଖ, ଦୁଃଖ, ସ୍ୱାଦ, ଗନ୍ଧ ଆଦିର ଅନୁଭବ ହୋଇଥାଏ ତାହାକୁ ନିଜର ଅନୁଭବ ଭାବିଥାଏ ଓ ପରିବର୍ତ୍ତନ ର ପ୍ରୟାସ ହିଁ କରିନଥାଏ ।

ଯେଉଁ ଆତ୍ମା ପରିବର୍ତ୍ତନ ର ପ୍ରୟାସ କରିନଥାଏ ନିରନ୍ତର ଅଧର୍ମ କରି ଥାଏ । ସେମାନଙ୍କୁ ଜାଗ୍ରତ କରିବାପାଇଁ ଦଣ୍ଡ ଦେବାକୁ ଆବଶ୍ୟକ ଅଟେ ।