ଆସନ୍ତୁ ଜାଣିବା ଜୀବନର ଅର୍ଥ କଣ ? ଶ୍ରୀକୃଷ୍ଣ କହିଥିବା କେତେକ କଥାରୁ :

Spread the love

ଶ୍ରୀକୃଷ୍ଣଙ୍କ ଉପଦେଶ ଅଥଚ ଭାଗବତ ଗୀତକୁ ଅଧୟନ କରିଲେ ଜୀବନ କ’ଣ ଆପଣ ସମ୍ପୂର୍ଣ ରୁପେ ଜାଣିପାରିବେ । ଏହି ସଂସାର ରେ ମନୁଷ୍ୟ ମାନଙ୍କୁ ବଞ୍ଚିବା ପାଇଁ ଦୁଇଟି ମାର୍ଗ ରହିଛି । ଗୋଟିଏ ହେଲା ଜ୍ଞାନ ମାର୍ଗ ଓ ଦ୍ୱିତୀୟଟି ହେଉଛି ମୋହମାୟା ମାର୍ଗ । ମନୁଷ୍ୟ ତ ନିଜ ମନର ଦାସ ଅଟେ । ମନ ଯାହା କହିଥାଏ , ତାହାର ପାଦ ସେପଟେ ହିଁ ଚାଲି ଯାଇଥାଏ । ଏହା ତାର ଭ୍ରମ ହୋଇଥାଏ କି, ସେ ନିଜେ ଚାଲୁ ଅଛି । କେତେକ ମନୁଷ୍ୟ ନିଜ ଜୀବନ ଜ୍ଞାନ ସହ ବଞ୍ଚି ଥାନ୍ତି । ସେ ସାଂସାରିକ କାର୍ଯ୍ୟ କରି ମଧ୍ୟ ଧନ ଉପରେ କେବେବି ଲୋଭ ହୁଅନ୍ତି ନାହିଁ । ଯେତିକି ଧନ ମିଳିଲା ସେତିକିରେ ହିଁ ସନ୍ତୁଷ୍ଟ ହୋଇ ରହନ୍ତି କିନ୍ତୁ କେତେକ ଲୋକଙ୍କୁ ଧନ ପ୍ରତି ଲାଳସା ଓ ଲୋଭର ଅନ୍ତ ହେଇନଥାଏ । ଏଭଳି ଲୋକମାନେ ସବୁବେଳେ ଦୁଃଖୀ ହୋଇ ରହନ୍ତି ।

1) ଏହା ସମସ୍ତେ ଜାଣନ୍ତି କି , ଶ୍ରୀ କୃଷ୍ଣ ଛୋଟ ବେଳରୁ ବହୁତ ଚଞ୍ଚଳ ଥିଲେ । କଂସ ଶ୍ରୀକୃଷ୍ଣଙ୍କ ଜୀବନ ନେବାକୁ ଜଗିଥିଲେ ଏହା ଜାଣି ମଧ୍ୟ ଶ୍ରୀକୃଷ୍ଣ ଶାନ୍ତ ହୋଇ ରହୁଥିଲେ ।

2) ଶ୍ରୀ କୃଷ୍ଣଙ୍କ ପାଖରେ ସବୁକିଛି ଥିଲା କିନ୍ତୁ ସେ ଗୋକୁଳରେ ଅନ୍ୟ ବାଳକଙ୍କ ଭଳି ରହୁଥିଲେ । ସେମାନଙ୍କ ସହ ଖେଲୁଥିଲେ , ସେମାନଙ୍କ ସହ ବୁଲୁଥିଲେ ଓ ସେମାନଙ୍କ ସହ ମିଶି ଭୋଜନ କରୁଥିଲେ ।

3) ଶ୍ରୀ କୃଷ୍ଣ କେବେ କାହା ମଧ୍ୟରେ କିଛି ଅନ୍ତର ରଖୁ ନଥିଲେ । ବଡ଼ ହୋଇ ଯେତେବେଳେ ମଥୁରା ଚାଲିଗଲେ , ତେବେ ମହଲରେ ରହି ବି ମନରେ କେବେ ଘମଣ୍ଡ ନଥିଲା । ଚେହେରା ରେ ସରଳ ସ୍ୱଭାବ ରଖୁଥିଲେ ଓ ନିଜ ପ୍ରଜା ମାନଙ୍କ ର ସବୁ ଆବଶ୍ୟକତା ର ଧ୍ୟାନ ରଖୁଥିଲେ ।

4) ଶ୍ରୀ କୃଷ୍ଣ ବାଲ୍ୟ କାଳରୁ ନିଜ ଲୀଳା ଦ୍ୱାରା ଏହି ସନ୍ଦେଶ ଦେବାକୁ ଚାହୁଁଥିଲେ କି , ଆମେ କେବେ ବି କାହାଠାରୁ ହାର୍ ମାନିବା ଉଚିତ ନୁହେଁ । ଅନ୍ତ ହେବା ପର୍ଯ୍ୟନ୍ତ ଚେଷ୍ଟା କରିବା ଆବଶ୍ୟକ , ପ୍ରୟାସ କରି ହାରିଗଲେ ମଧ୍ୟ ଦୁଃଖ ନାହିଁ । କିନ୍ତୁ ଆମେ ପ୍ରୟାସ ହିଁ କରିବା ନାହିଁ ତ ତାହା ଆମର ପ୍ରକୃତ ହାରିବା ହୋଇଥାଏ ।

5) କୃଷ୍ଣ ଓ ସୁଦାମାର ମିତ୍ରତା କିଏ ଜାଣନ୍ତି ନାହିଁ ? ଦୁହେଁଙ୍କ ମିତ୍ରତା କେବଳ ପ୍ରେମର କାରଣରୁ ନୁହେଁ , ବରଂ ଦୁହେଁଙ୍କ ମଧ୍ୟରେ ଏ ଆଦର ପାଇଁ ମଧ୍ୟ ପ୍ରସିଦ୍ଧ । କିନ୍ତୁ ଆଜିକାଲିର ଲୋକମାନେ ମିତ୍ରତାର ମୂଲ୍ୟ ଜାଣିପାରୁ ନାହାଁନ୍ତି । ଅଳ୍ପ କଥା କଥାରେ ରାଗି ଶତ୍ରୁତାରେ ପାଲଟି ଯାଉଛନ୍ତି । କିନ୍ତୁ ଶ୍ରୀ କୃଷ୍ଣ ଏଭଳି ନଥିଲେ ବହୁ ବର୍ଷ ପରେ ଗରିବ ମିତ୍ର ସୁଦାମା ଆସିବାରୁ ତା ସହ ବହୁ ଆନନ୍ଦରେ ମିଶି ଥିଲେ ।

6) ଶ୍ରୀ କୃଷ୍ଣ ସବୁବେଳେ ଏହି ସନ୍ଦେଶ ଦେଉଥିଲେ କି , ଦୁନିଆ ତୁମକୁ ଯାହାବି କହୁ କିନ୍ତୁ ତୁମେ ସ୍ୱୟଂ ନିଜକୁ କେବେବି ଦୋଷୀ କରନ୍ତୁ ନାହିଁ । ଯେଉଁ ଦିନ ତୁମେ ନିଜ ନଜରରେ ତଳକୁ ପଡ଼ିଯାଅ, ସେହି ଦିନ ଦୁନିଆରେ ତୁମକୁ କେହିବି ଉଠାଇ ପାରିବେ ନାହିଁ ।

7) ଶ୍ରୀକୃଷ୍ଣ ଏକ ରାଜାଙ୍କ ଭଳି ଥିଲେ, ସେ ଚାହିଁଥିଲେ ରାଜାଙ୍କ ଯାହା କିଛି ଅଧିକାର ମିଳେ ସେଗୁଡିକୁ ଉପଭୋଗ କରିଥାନ୍ତେ । କିନ୍ତୁ ତାଙ୍କ ନମ୍ରତା ପୂର୍ଣ ମନର ସ୍ୱଭାବ ଏ ଗୁଡିକୁ କରିବା ପାଇଁ ଆଦେଶ ଦେଇ ନଥାଏ । ପ୍ରଭୁ କହୁଥିଲେ କି , ଯେଉଁ ବ୍ୟକ୍ତି ଦୟାଳୁ ଅଟେ ଓ ଯାହା ଭିତରେ ବିନମ୍ରତା ଥାଏ ସେ ସଭିଁଙ୍କ ହୃଦୟରେ ରାଜା ହୋଇ ରହିଥାଏ । ଏଭଳି ଲୋକ କାହାକୁ ପ୍ରେମରେ କିଛି କହିଲେ , ଦୁନିଆର ସବୁ ଲୋକ ମାନନ୍ତି ।

8) ନାରୀ ଆମର ଜନନୀ ଅଟନ୍ତି । ଯଦି ଆମେ ତାଙ୍କର ସମ୍ମାନ ନ କରିବା ତେବେ ଏହି ଦୁନିଆରେ ରହିବା କଣ ଲାଭ ? ଶ୍ରୀକୃଷ୍ଣ ଆମକୁ ଏହା ଶିଖାଇଛନ୍ତି କି , ସବୁବେଳେ ନାରୀଙ୍କୁ ସମ୍ମାନ କର ଓ ଆବଶ୍ୟକ ପଡ଼ିଲେ ତାଙ୍କର ହକ ଓ ସମ୍ମାନ ପାଇଁ ଝଗଡ଼ା ବି କର ।

9) ଶ୍ରୀ କୃଷ୍ଣ ଜନ୍ମ ହେବା ଠାରୁ ହିଁ ନିଜ ମା’ ବାପା , ଦେବକୀ ଏବଂ ବାସୁଦେବଙ୍କ ଠାରୁ ଅଲଗା ହୋଇଗଲେ । ତାଙ୍କର ଲାଳନପାଳନ ଯଶୋଦା ଏବଂ ରାଜା ନନ୍ଦ ଗୋକୁଳ ରେ କରୁଥିଲେ । ଏହା ଜାଣିକରି ମଧ୍ୟ, ତାଙ୍କର ମା’ ବାପା ଠାରୁ ଦୂରେଇ ଅଛନ୍ତି ଓ ଏମାନେ ତାଙ୍କର ଜନ୍ମ ଦେଇଥିବା ମା’ ବାପା ନୁହନ୍ତି ପ୍ରଭୁ ସେମାନଙ୍କୁ ବି ଭଲ ପାଉଥିଲେ ଓ ସମ୍ମାନ ଦେଉଥିଲେ । ତାଙ୍କର ଆଦର ଓ ସମ୍ମାନ କରିବାରେ କେବେବି ଅବହେଳା କରିନଥିଲେ । ଶ୍ରୀକୃଷ୍ଣଙ୍କ ଅନୁସାରେ , ଗୋଟିଏ ମା’ ଯିଏ ଜନ୍ମ ଦିଏ ଓ ଯିଏ ଲାଳନପାଳନ କରନ୍ତି ଏହି ଦୁହେଁଙ୍କ ମଧ୍ୟରେ କିଛି ଅନ୍ତର ନଥାଏ । ମା’ ତ ମା’ ଏଠାରେ ମା’ ବାପାଙ୍କ ଠାରୁ ଅମୂଲ୍ୟ ଦୁନିଆରେ ଆଉ କେହିବି ନାହାଁନ୍ତି ।

10)    ପରିବର୍ତ୍ତନ ସଂସାରର ନିୟମ ଅଟେ । ଯାହାକୁ ତୁମେ ମୃତ୍ୟୁ ଭାବିଥାଅ ତାହା ହିଁ ତ ଜୀବନ । ଗୋଟିଏ କ୍ଷଣ ରେ ତୁମେ କୋଟିଏ ଟଙ୍କାର ମାଲିକ ହୋଇଯାଅ ଓ ଅଳ୍ପ କ୍ଷଣରେ ଦରିଦ୍ର ବି ହୋଇଯାଅ ।

11) ଏ ଶରୀର ନା ତୁମର ଅଟେ , ନା ତୁମେ ଏ ଶରୀରର । ଏହା ଅଗ୍ନି , ଜଳ , ବାୟୁ , ପୃଥିବୀ , ଆକାଶ ଦ୍ୱାରା ହୋଇଛି ଓ ଏଥିରେ ହିଁ ଦିନେ ମିଶିଯିବା ପରନ୍ତୁ ଆତ୍ମା ସ୍ଥିର ଅଟେ । ହେଲେ ତୁମେ କିଏ ?

12) ଯାହା ହେଲା ତାହା ଭଲ ହେଲା , ଯାହା ହେଉଛି ତାହା ଭଲ ହେଉଛି , ଯାହା ହେବ ତାହା ବି ଭଲ ହିଁ ହେବ । ଭବିଷ୍ୟତର ଚିନ୍ତା କରନାହିଁ ବର୍ତ୍ତମାନ ଚାଲୁଅଛି ।

13)  ତୁମର କଣ ହଜିଲା, କି ତୁମେ କାନ୍ଦୁଛ ? ତୁମେ କଣ ଆଣିଥିଲ ଯାହା ତୁମେ ହଜେଇ ଦେଲ ? ତୁମେ କଣ ସୃଷ୍ଟି କରିଥିଲ , ଯାହା ନଷ୍ଟ ହେଇଗଲା ? ନା ତୁମେ କିଛି ନେଇକରି ଆସିଛ ! ଯାହା ନେଲ ଏଠାରୁ ନେଲ । ଯାହା ଦେଲ ଏଠାରେ ଦେଲ । ଯାହା ନେଲ ଏହି ( ଭଗବାନଙ୍କ ) ଠାରୁ ନେଲ । ଯାହା ଦେଲ ଏହାକୁ ଦେଲ । ଖାଲି ହାତରେ ଆସିଥିଲା , ଖାଲି ହାତରେ ଯିବ । ଯାହା ଆଜି ତୁମର କାଲି ଆଉ କାହାର ହେବ ଓ ପହର ଦିନ ଆଉ କାହାର ହେବ । ତୁମେ ଏହାକୁ ନିଜର ଭାବି ମଗ୍ନ ହେଇ ରହୁଚ କେବଳ ଏହି ପ୍ରସନ୍ନତା ତୁମ ଦୁଃଖ ର କାରଣ ଅଟେ ।

ପୁଣି ସାକ୍ଷାତ ହେବ ଆଉ ଏକ ନୂଆ ଆନୁଛେଦରେ ! !!ଜୟ ଜଗନ୍ନାଥ!!